ଆମୀର ଖାନ ଙ୍କ ଝିଅ ଦେଖିବା ପାଇଁ ଏତେ ସୁନ୍ଦର ଆଉ ବୋଲ୍ଡ କି ଦେଖିବା ମାତ୍ରେ ଆପଣ ମଧ୍ୟ ଦିବାନା ହେଇଯିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ‘ଆମୀର ଖାଁ’ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ ରେ ବିଭିନ୍ନ ସୁପରହିଟ ଫିଲ୍ମ ରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଦର୍ଶକ ମାନଙ୍କ ହୃଦୟ କୁ ମଧ୍ୟ କିଣି ନେଇଛନ୍ତି । ନିଜର ଦମଦାର ଅଭିନୟ ମାଧ୍ୟମରେ ଏହି ଅଭିନେତା ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି ଅଭିନେତା ଙ୍କ ସମ୍ବନ୍ଧରେ ନୁହେଁ ବରଂ ତାଙ୍କ ଝିଅ ଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଜାଣିବା ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ଆମୀର ଖାଁ ଙ୍କ ଝିଅ ଙ୍କ ସମ୍ବନ୍ଧରେ ।

ବଲିଉଡ ଅଭିନେତା ଆମୀର ଖାଁ ଙ୍କ ଝିଅ ଙ୍କ ନାମ ‘ଇରା ଖାଁ’ ଅଟେ । ଇରା ଖାଁ ବର୍ତ୍ତମାନ ସମୟରେ ପ୍ରାୟ ସମୟ ସୋସିଆଲ ମିଡିଆ ରେ ଆକ୍ଟିଭ ରହୁଛନ୍ତି ଏବଂ ସେ ନିଜ ଫ୍ରେଣ୍ଡ ମାନଙ୍କ ସହିତ ମଧ୍ୟ ନିଜର ସମସ୍ତ ଫଟୋକୁ ସୋସିଆଲ ମିଡିଆ ରେ ସେୟାର କରିଥିବା ଦେଖିବାକୁ ମିଳିଥାଏ । ଏହା ସହିତ ଅଭିନେତା ଆମୀର ଖାଁ ଙ୍କ ଝିଅ ‘ଇରା ଖାଁ’ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜ ଛୋଟ ବେଳର ଏକ ମଧ୍ୟ ଫଟୋ ସେୟାର କରିଥିଲେ ।

ସେଥିରେ ସେ ବହୁତ କ୍ୟୁଟ ଦେଖା ଯାଉଥିଲେ ଏବଂ ସେହି ଫଟୋ ରେ ସେ ଏକ ପିଙ୍କ କଲର ର ଡ୍ରେସ ପିନ୍ଧିଥିଲେ । ଇରା ଖାଁ କେବଳ ନିଜ ଫଟୋ ହିଁ ନୁହେଁ ବରଂ ନିଜ କମେଣ୍ଟସ ପାଇଁ ମଧ୍ୟ ପ୍ରାୟ ସମୟ ଚର୍ଚ୍ଚା ରେ ଆସିଥାନ୍ତି । ସେ କିଛି ଦିନ ପୂର୍ବରୁ ହିଁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଏକ କମେଣ୍ଟ କରିଥିଲେ । ଯେଉଁଥିରେ ସେ ୧୪ ବର୍ଷ ରେ ସେକ୍ସୁଆଲି ହାରାସମେଣ୍ଟ ର ଶିକାର ହୋଇଥିଲେ ସେହି ସମ୍ବନ୍ଧରେ କହିଥିଲେ । ଏହି କମେଣ୍ଟ ପାଇଁ ସେ ବହୁତ ମାତ୍ରା ରେ ଚର୍ଚ୍ଚା ରେ ଆସିଥିଲେ ଏବଂ ଚର୍ଚ୍ଚା ର ପାତ୍ର ସାଜିଥିଲେ ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଅଭିନେତା ଆମୀର ଖାଁ ଙ୍କ ଝିଅ ଇରା ଖାଁ ଙ୍କୁ ମ୍ୟୁସିକ ରେ ବହୁତ ଅଧିକ ରୁଚି ରହିଛି । ସେ ମ୍ୟୁସିକ ରେ କ୍ରିଏଟିଭ ପ୍ରଡକ୍ସନ ଏବଂ ମ୍ୟାନେଜମେଣ୍ଟ କରିବା ନିମନ୍ତେ ମ୍ୟୁସିକ ଡାଇରେକ୍ଟର ‘ରାମ୍ ସମ୍ପଥ’ ଙ୍କ ଟିମ ସହିତ କାମ କରିବାର ଇଚ୍ଛା ପ୍ରକାଶ କରିଥିଲେ । ଅଭିନେତା ଆମୀର ଖାଁ ରାମ୍ ସମ୍ପଥ ଙ୍କ ସହିତ ଫିଲ୍ମ ‘ଡେଲ୍ଲୀ ବେଲି’ ଓ ‘ତଲାସ’ ରେ କାମ କରି ସାରିଛନ୍ତି ।

ଯଦି ଇରା ଖାଁ ଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କୁ ଅଭିନୟ କ୍ଷେତ୍ରରେ କୌଣସି ରୁଚି ରହି ନାହିଁ । ଇରା ଖାଁ ବର୍ତ୍ତମାନ ବହୁତ ସୁନ୍ଦର ଏବଂ ଗ୍ଲାମରିଅସ ଦେଖା ଯାଉଛନ୍ତି । ୨୨ ବର୍ଷର ଇରା ଖାଁ ଆମୀର ଖାଁ ଏବଂ ତାଙ୍କର ପ୍ରଥମ ପତ୍ନୀ ‘ରୀନା ଦତ୍ତା’ ଙ୍କ ଝିଅ ଅଟନ୍ତି । ଆମୀର ନିଜର ପ୍ରଥମ ଫିଲ୍ମ ‘କୟାମତ ସେ କୟାମତ ତକ’ ର ରିଲିଜ ହେବାର ଦୁଇ ବର୍ଷ ପୂର୍ବରୁ ଅର୍ଥାତ ୧୯୮୬ ମସିହାରେ ରୀନା ଦତ୍ତା ଙ୍କୁ ଘରୁ ପଳାୟନ କରି ବିବାହ କରିଥିଲେ ।

ଏହି ଯୋଡି ୧୬ ବର୍ଷ ପର୍ଯ୍ୟନ୍ତ ଏକାଠି ରହିଥିଲେ କିନ୍ତୁ ୨୦୦୨ ମସିହାରେ ଏହି ଯୋଡ଼ିଙ୍କ ଛାଡ଼ପତ୍ର ହୋଇଯାଇଥିଲା । ଆମୀର ଙ୍କୁ ରୀନା ଦତ୍ତା ଙ୍କ ଠାରୁ ଜଣେ ପୁଅ ସନ୍ତାନ ଅର୍ଥାତ ‘ଜୁନେଦ ଖାଁ’ ମଧ୍ୟ ଅଛନ୍ତି । ଅଭିନେତା ଆମୀର ଖାଁ ୨୦୦୫ ମସିହାରେ ‘କିରନ ରାଓ’ ଙ୍କୁ ବିବାହ କରିଥିଲେ ଏବଂ ଯୋଡ଼ି ଏକ ପୁଅ ସନ୍ତାନ ‘ଆଜାଦ ଖାଁ’ ଙ୍କ ମାତାପିତା ଅଟନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଅମିର ଖାନ ଙ୍କ ଝିଅ କେମିତି ଲାଗିଲେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *