ଧନୀ ଓ ଫେମସ ହୋଇଯିବା ପରେ ଗର୍ବୀ ହେଇଗଲେ ଏହି ଷ୍ଟାରମାନେ, ନିଜ ପାର୍ଟନର ଙ୍କୁ ହିଁ ଦେଲେ ଧୋକା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସାଧାରଣତଃ ଅଧିକାଂଶ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ଯେତେବେଳେ ସେମାନେ ସଫଳତା ପାଇଥାନ୍ତି ସେତେବେଳେ ସେମାନଙ୍କ ମନରେ ବହୁତ ଗର୍ବ ଅହଂକାର ହୋଇଯାଇଥାଏ । ଗର୍ବ ଅହଂକାରକୁ ଆଖିରେ ରଖି ସେମାନେ ନିଜ ପାର୍ଟନର ମାନଙ୍କୁ ମଧ୍ୟ ଛାଡି ଦିଅନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ  ମାନେ ସଫଳତା ପାଇବା ପରେ ନିଜ ପାର୍ଟନରକୁ ଧୋକା ଦେଇ ଛାଡି ଥିଲେ । ତା ହେଲେ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।


କରନ ବାହୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତା କରନ ବାହୀ । କରନ ଟିଭି ସିରିଏଲ ଛଡା କିଛି ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ନିଜ ଅଭିନୟ ଦ୍ଵାରା ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ କରନ ବଲିଉଡକୁ ଆସିବା ପୂର୍ବରୁ ଜିନିତା ସେଠଙ୍କୁ ଡେଟ କରୁଥିଲେ । ଏହି ଦୁଇଜଣଙ୍କ ଅଫେୟାର ବହୁତ ସମୟ ପର୍ଯ୍ୟନ୍ତ ରହିଥିଲା ହେଲେ କରନ ବଲିଉଡକୁ ଆସିବା ପରେ ଜିନିତାଙ୍କୁ ଧୋକା ଦେଇ ଅଲଗା ହୋଇଯାଇଥିଲେ ।


କରନ ଗ୍ରୋବର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତା କରନ ସିଂହ ଗ୍ରୋବର । ବନ୍ଧୁଗଣ କରନ ଟିଭି ସିରିଏଲ ବ୍ଯତୀତ କେତେକ ବଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସୋସିଆଲ ମିଡିଆରେ ସେ ବହୁତ ଚର୍ଚାରେ ରୁହନ୍ତି । ବର୍ତ୍ତମାନ କରନ ବଲିଉଡ ଅଭିନେତ୍ରୀ ବିପାଶା ବାସୁଙ୍କୁ ବିବାହ କରି ବହୁତ ଖୁସିରେ ଅଛନ୍ତି ।

ହେଲେ ବିପାଶାଙ୍କ ପୂର୍ବରୁ ଯେତେବେଳେ କରନ ବଲିଉଡକୁ ଆସିନଥିଲେ ସେତେବେଳେ ସେ ଅଭିନେତ୍ରୀ ଜେନିଫର ବିଙ୍ଗେଟଙ୍କୁ ବିବାହ କରିଥିଲେ । ହେଲେ ଏମାନଙ୍କ ସମ୍ପର୍କ ବହୁତ କମ ଦିନ ପର୍ଯ୍ୟନ୍ତ ରହିଥିଲା । କାରଣ ବଲିଉଡକୁ ଆସିବା ପରେ କରନ ଜେନିଫରଙ୍କୁ ତଲାକ ଦେଇ ବିପାଶାଙ୍କ ସହ ବିବାହ କରିଥିଲେ ।


ମୌନୀ ରୟ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ମୌନୀ ରୟ । ବନ୍ଧୁଗଣ ମୌନୀ ଟିଭି ସିରିଏଲ ବ୍ଯତୀତ କିଛି ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଗୋଟେ ସମୟ ଏପରି ଥିଲା ଯେବେ ମୌନୀ ଅଭିନେତା ମୋହିତ ରେନାଙ୍କୁ ଡେଟ କରୁଥିଲେ । ଏହି ଦୁଇଜଣ ପରସ୍ପର ସହ ବହୁତ ସମୟ ପର୍ଯ୍ୟନ୍ତ ଲଭ ରିଲେସନରେ ରହିଥିଲେ । କିନ୍ତୁ ସଫଳତା ପାଇବା ପରେ ମୌନୀ ମୋହିତଙ୍କୁ ଭୁଲିଯାଇଥିଲେ ।

ତେବେ ଫ୍ରେଣ୍ଡ୍ସ ଏମାନଙ୍କ ମଧ୍ୟରୁ କେଉଁ ଯୋଡିଟି ଆପଣଙ୍କୁ ସବୁଠୁ ଅଧିକ ଭଲ ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ମନୋରଞ୍ଜନ ଦୁନିଆର ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *