ବନ୍ଧୁଗଣ, ସୂଚନା ଅନୁଯାୟୀ ଭାରତ ବିପକ୍ଷରେ ଟେଷ୍ଟ ସିରିଜ ହାରିବା ପରେ ଅଜବ ବୟାନ ଦେଇଛନ୍ତି ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ବାଂଲାଦେଶ କୁ ୩ ୱିକେଟ ରେ ପରାସ୍ତ କରିଛି । ଏହା ଫଳରେ ସିରିଜ କୁ ୨.୦ ରେ ଜିତି ନେଇଛି ଟିମ ଇଣ୍ଡିଆ । ଏହି ରୋମାଞ୍ଚକ ମ୍ୟାଚରେ ଶ୍ରେୟସ ଏବଂ ଆର ଅଶ୍ଵିନ ବିଜୟ ର ଅଧୀନ ଥିଲେ ।
ମ୍ୟାଚ ର ଚତୁର୍ଥ ଦିନରେ ଭାରତୀୟ ଦଳ କୁ ବିଜୟୀ ମିଳିଛି ଏବଂ ଏହି ବିଶାଳ ବିଜୟୀ ସହିତ ଭାରତୀୟ ଦଳ ଦ୍ଵିତୀୟ ସ୍ଥାନ ବଜାୟ ରଖିଛି । ଏହି ମ୍ୟାଚ କୁ ଜିତିବା ପାଇଁ ଭାରତୀୟ ଦଳକୁ ୧୪୫ ରନର ଆବଶ୍ୟକତା ଥିଲା । ଟାର୍ଗେଟ କୁ ପିଛା କରୁଥିବା ବେଳେ ଭାରତୀୟ ଦଳ ୭୪ ରନରେ ୭ ୱିକେଟ ହରାଇ ଥିଲା । କିନ୍ତୁ ସେଠାରୁ ଅଶ୍ଵିନୀ ଏବଂ ଆୟର ଚତୁରତାର ବ୍ୟାଟିଂ କରି ଭାରତୀୟ ଦଳକୁ ବିଜୟୀ ଦେଇଛନ୍ତି ।
ମ୍ୟାଚ ଶେଷ ହେବାପରେ ପୋଷ୍ଟ ମ୍ୟାଚ ଉପସ୍ଥାପନା ସମୟରେ କଥାବାର୍ତ୍ତା କରୁଥିବା ସମୟରେ ସାକିବ ଅଲ ହାସନ କହିଛନ୍ତି ଯେ ସେ ତାଙ୍କ ବୋଲିଂ ରେ ଆଦୌ ଖୁସି ନାହାଁନ୍ତି ଏବଂ ଭାରତୀୟ ଦଳ ଅଶ୍ଵିନୀ ଏବଂ ଆୟର ଙ୍କ ପାଇଁ ଏହି ମ୍ୟାଚ କୁ ଜିତିଛି । ଟିମ ଇଣ୍ଡିଆର ପ୍ରଶଂସା କରି ସାକିବ ଅଲ ହାସନ କହିଛନ୍ତି ଭାରତୀୟ ଦଳ ଠାରୁ ଆମ୍ଭେ କେବେ ଆଗରୁ ଟେଷ୍ଟ ଜିତି ନାହୁଁ ।
ଏଣୁ ଆଜି ମଧ୍ୟ ହାରିଯାଇଛନ୍ତି ବୋଲି କହିଥିଲେ । ଭାରତୀୟ ଟିମ ହେଉଛି ବିଶ୍ଵର ନମ୍ବର ୱାନ ଟିମ ଏବଂ ତାଙ୍କୁ ହରାଇ ଆମର ଔକାତ୍ ନାହିଁ ବୋଲି କହିଥିଲେ । ଏହାକୁ ଶୁଣିବା ପରେ ବାଂଲାଦେଶ ଖେଳାଳି ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ବାଂଲାଦେଶର କ୍ରିକେଟ ପ୍ରେମୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହିଭଳି ବୟାନ ଦେବା କେତେ ଦୂରେ ଉଚିତ ଥିଲା ବୋଲି ସମସ୍ତେ ପ୍ରଶ୍ନ କରିଛନ୍ତି ।
ତେବେ ସେ ଯାହା ହେଉ ନା କାହିଁକି ବାଂଲାଦେଶ ଅଧିନାୟକ ଯାହା ଅନୁଭବ କରିଲେ ତାହା କହିଲେ ଏବଂ ଏହାକୁ ନେଇ ଭାରତବାସୀ ବେସ ଖୁସ ଅଛନ୍ତି କାରଣ ଇଣ୍ଡିଆ ସିରିଜ ନିଜ ନାମରେ ହାସଲ କରିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।