କିଏ ଫସିଥିଲା କାହା ପ୍ରେମରେ ? ଅଶ୍ଵିନୀ ନା ପ୍ରେରଣା ? ଦେଖନ୍ତୁ ଏହି Special Interview

ବନ୍ଧୁଗଣ, ଆଜି ଆମ୍ଭେ ବୈବାହିକ ଜୀବନରେ ପାଦ ଦେଇଥିବା ଅଭିନେତା ତଥା ଅଭିନେତ୍ରୀ ଅଶ୍ଵିନୀ ଏବଂ ପ୍ରେରଣା ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ବିବାହ ପରେ ଉଭୟ କିଭଳି ଜୀବନ ବିତାଉଛନ୍ତି ? ଅଶ୍ଵିନୀ କହିଛନ୍ତି ଯେ ବିବାହ ପରେ ଦାଇତ୍ଵ ବହୁତ କମି ଯାଇଛି । ଯେଉଁ କାମକୁ ତାଙ୍କୁ ଏକୁଟିଆ କରିବାକୁ ପଡୁଥିଲା ବର୍ତ୍ତମାନ ତାଙ୍କ ସହିତ ପ୍ରେରଣା ମିଶି କରିଦେଉଛନ୍ତି ।

ପ୍ରେରଣା କହିଥିଲେ ଯେ ବ୍ୟକ୍ତିଗତ ଭାବରେ କେବେ ଦେଖା ହୋଇଥିଲା ତାରିଖ ମନେନାହିଁ କିନ୍ତୁ 8 ରୁ 9 ବର୍ଷ ତଳେ ଏକ ଚ୍ୟାନେଲର ମିଟିଂରେ ଦେଖା ହୋଇଥିଲା । ଅଶ୍ଵିନୀ କହିଥିଲେ ଯେ ଯେଉଁଦିନ ପ୍ରଥମ ଦେଖା ହୋଇଥିଲା ସେ ଭାବିଥିଲେ ଯେ ଜୀବନରେ ପ୍ରେରଣା ଙ୍କ ସହିତ ତାଙ୍କର କେବେ ଦେଖା ନ ହେଉ । ପ୍ରେରଣା କହିଥିଲେ ଯେ ସେ ଗୋଟିଏ ବଡ ପରିବାର ରେ ଜନ୍ମଗ୍ରହଣ କରିଛନ୍ତି ତାହା ଅନେକ ଜଣ ଜାଣିଛନ୍ତି ।

ଏଣୁ ତାଙ୍କର ସବୁବେଳେ ଗହଳୀ ଥାଏ । ୩୦ ରୁ ୩୫ ଜଣ ଲୋକ ସବୁବେଳେ ଏକାଠି ରହିଥାନ୍ତି । ପ୍ରେରଣା ତାଙ୍କ ଘରେ ବଡ ଝିଅ ଅଟନ୍ତି । ବିବାହର ସବୁ ଫଙ୍ଗସନ କୁ ଏଞ୍ଜୟ କରିବେ ବୋଲି ଚିନ୍ତା କରିଥିଲେ କିନ୍ତୁ କିଛି ଏଞ୍ଜୟ କରି ପାରିଲେ ନାହିଁ । ଶାଶୁଘରକୁ ଆସିଲା ପରେ ସେ ସବୁଦିନ ଏଞ୍ଜୟ କରୁଛନ୍ତି ବୋଲି କହିଥିଲେ ।

ଅଶ୍ଵିନୀ ପ୍ରେରଣା ଙ୍କର ଗୋଟିଏ ଭଲ ଗୁଣ ସମ୍ବନ୍ଧରେ କହିଥିଲେ ଯେ ପ୍ରେରଣା ଙ୍କର ଗୋଟିଏ ଭଲ ଗୁଣ ଏହା ଅଛି ଯେ ସେ କୌଣସି କଥା କୁ ନେଇ ଜିଦି କରନ୍ତି ନାହିଁ । ଆଜି ଯଦି ସେହି ଜିନିଷ ହୋଇପାରୁନାହିଁ ତେବେ କିଛି ନାହିଁ ତାହା ପରେ ମଧ୍ୟ ହେଇ ପାରିବ । ପ୍ରେରଣା ଙ୍କ ବୁଝିବା ଶକ୍ତି ବହୁତ ସୁନ୍ଦର ବୋଲି ସେ କହିଥିଲେ ।

ଅଶ୍ଵିନୀ ଙ୍କର ପ୍ରଥମେ ଇଚ୍ଛା ଥିଲା ଗୋଟିଏ ଅଭିନେତା ହେବାର କିନ୍ତୁ ୨୦୦୯ ରେ ନୂଆକରି ତରଙ୍ଗ ମ୍ୟୁଜିକ ଆରମ୍ଭ ହୋଇଥାଏ, ସେଥିରେ ଗୋଟିଏ ଲାଇଭ ଆଙ୍କାରିଙ୍ଗ ସୋ ରେ ଆଙ୍କର ହିସାବରେ ଯାଇଥିଲେ ଅଡିସନ ଦେବା ପାଇଁ ଅଶ୍ଵିନୀ ।

ସେଠାରୁ ତାଙ୍କର ଜର୍ନୀ ଆରମ୍ଭ ହୋଇଥିଲା ଏହାପରେ ଟେଲିଭିଜନରେ ଗୋଟିଏ ସିରିୟଲରେ ହିରୋ ହିସାବରେ ଅଭିନୟ କରିଥିଲେ । ତେବେ ବର୍ତ୍ତମାନ ବିବାହ ପରେ ଅଶ୍ଵିନୀ ଏବଂ ପ୍ରେରଣା ବହୁତ ଖୁସି ଅଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *