‘କଲେଜ୍ ଡ୍ରାମାରେ ହିରୋ ହେଉଥିଲି… ସେଠୁ ଦେଖି ଫିଲ୍ମରେ ହିରୋ ପାଇଁ ଅଫର୍ ଆସିଥିଲା, ତା’ପରେ ମୁଁ…’: Uttam Mohanty

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଲେଜ ଡ୍ରାମାରେ ହିରୋ ହେଉ ହେଉ ଫିଲ୍ମ ଜଗତରେ ହେଇଗଲି ହିରୋ !  ଓଡିଶାର ଜଣେ ବରିଷ୍ଠ କଳାକାର ତଥା ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ମୁହଁରୁ ଏପରି କିଛି ରୋଚକପୂର୍ଣ୍ଣ ତଥ୍ୟ ଶୁଣିବାକୁ ମିଳିଛି । ତେବେ ଅଭିନେତା ଉତ୍ତମ ମହାନ୍ତି ନିଜ ଫିଲ୍ମି କ୍ଯାରିଅରକୁ ନେଇ ଗଣ ମାଧ୍ୟମ ସାମ୍ନାରେ କିଛି ଏପରି ଅନୁଭୂତି ଶେୟାର କରିଛନ୍ତି ।

ଅଭିନେତା ଉତ୍ତମ ମହାନ୍ତିଙ୍କ କହିବା ଆଧାରରେ କଲେଜରେ ପାଠ ପଢୁଥିବା ସମୟରେ କଲେଜ ଡ୍ରାମାରେ ମୁଁ ଅଭିନୟ କରୁଥିଲି । ସେଥିରେ ମୁଁ ହିରୋ ହୋଇ ଆକଟିଂ କରୁଥିଲି । ସେହି ଡ୍ରାମା କରୁ କରୁ ଲୋକ ଲୋକ ଜାଣିଥିଲେ । ତାପରେ ମୁଁ ଫାଇନାଲ ୟିଅର କମ୍ପ୍ଲିଟ କରି ବାହାରକୁ ପାଠ ପଢିବା ପାଇଁ ଯାଇଥିଲି । ସେଠାରୁ ଯେତେବେଳେ ଛୁଟି ପାଇଥିଲି ।

କିଛି ଦିନ ପାଇଁ ମୋ ଗାଁ ବାରିପଦାକୁ ବୁଲିବା ପାଇଁ ଆସିଥିଲି । ସେହି ୧୫ ରୁ ୨୦ ଦିନ ବୁଲିବା ପାଇଁ ଆସିବା ଭିତରେ ମୋତେ ଫିଲ୍ମ କରିବା ପାଇଁ ଅଫର ମିଳିଥିଲା । ଯେହେତୁ ମୁଁ ପାଠ ପଢୁଥିଲି । ତେଣୁ ଫିଲ୍ମ କରିବା ପାଇଁ ସମୟ ହେବନି କହି ପ୍ରଥମେ ମନା କରିଦେଇଥିଲି । ତାପରେ ଅଳ୍ପ ସମୟ ମଧ୍ୟରେ ଫିଲ୍ମ କମ୍ପ୍ଲିଟ ହେଇଯିବ କହିବାରୁ ପ୍ରଥମ ଫିଲ୍ମ କରିଥିଲି । ତେବେ ମୋର ପ୍ରଥମ ଫିଲ୍ମ ହେଉଛି ଅଭିମାନ ।

ଅଭିମାନ ଫିଲ୍ମ କରିବା ପରେ ୨ ବର୍ଷ ପାଠ ପଢା ପାଇଁ ଫିଲ୍ମ ଜଗତରୁ ଗ୍ୟାପ ନେଇଯାଇଥିଲି । ତାପରେ ପରେ ଗୋଟିଏ ପରେ ଗୋଟିଏ ଫିଲ୍ମ କରିବାର ସୁଯୋଗ ପାଇଥିଲି । ଲୋକମାନେ ମଧ୍ୟ ମୋ ଫିଲ୍ମ ଦେଖି ମୋ ଅଭିନୟ ପସନ୍ଦ କରିଥିଲେ । ଧୀରେ ଧୀରେ କରି ମୋତେ ବହୁ ଲୋକପ୍ରିୟତା ମିଳିଥିଲା । ସେବେଠାରୁ ମୋର ଫିଲ୍ମ କ୍ଯାରିଅର ଆରମ୍ଭ ହୋଇଯାଇଥିଲା ।

ତେବେ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ପାଇଁ ସେ ଓଡିଶାଦର୍ଶକଙ୍କୁ ଅନେକ ଓଡିଆ ସିନେମା ଭେଟି ଦେଇଛନ୍ତି । ତେବେ ଅଭିନେତା ଉତ୍ତମ ମହାନ୍ତିଙ୍କ ସହିତ ଅପରାଜିତା ମହାନ୍ତି ଓ ମହେଶ୍ଵତା ରାୟଙ୍କର ଯୋଡିକୁ ବହୁତ ଲୋକଙ୍କର ବହୁ ମାତ୍ରାରେ ଲୋକପ୍ରିୟତା ମଧ୍ୟ ମିଳିପାରିଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ। ତେବେ ଆମ ସହ ଯୋଡି ହୋଇ ରହିବା ସହିତ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *