ଝିଅର ଡିମାଣ୍ଡ ପୁରା କରିବା ପାଇଁ ଅକ୍ଷୟ କରିବାକୁ ଲାଗିଲେ ଏହି ଅଜବ କାମ, ଦେଖନ୍ତୁ ଭାଇରାଲ ହେଉଥିବା ଭିଡିଓ

ବଲିଉଡର ଷ୍ଟାର କିଡ୍ସ ମାନେ ସର୍ବଦା ଚର୍ଚ୍ଚାର ବିଷୟ ପାଲଟିଥାନ୍ତି | ତା’ପରେ ଆଜିର ସୋସିଆଲ ମିଡିଆର ଯୁଗରେ, ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ ହିଁ ଏମାନେ ବହୁତ ଫେମସ ହେଇଯାନ୍ତି | ବର୍ତ୍ତମାନ ଭାରତର ସବୁଠାରୁ ଫେମସ ଷ୍ଟାର କିଡ୍ସ ତଇମୁର ଅଲି ଖାନଙ୍କୁ ନିଅନ୍ତୁ | ଯେତେବେଳେ କି ଏମିତି କିଛି ଷ୍ଟାର କିଡ୍ସ ଅଛନ୍ତି, ଯାହାଙ୍କ ପିତା ଜଣେ ସୁପରଷ୍ଟାର ଅଟନ୍ତି, କିନ୍ତୁ ସେମାନେ ମିଡିଆ ଲାଇମଲାଇଟ୍ ଠାରୁ ଦୂରରେ ରୁହନ୍ତି | ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଝିଅ ନିତାରା କୁମାର ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ।

ଅକ୍ଷୟଙ୍କ ଝିଅ କରିଲେ ଏହି ଅଜବ ଦାବି

ଅକ୍ଷୟ ତାଙ୍କ ଝିଅ ସହିତ ବହୁତ କ୍ଳୋଜ ଅଟନ୍ତି | ସେ ନିଜ ଝିଅ ପାଇଁ କିଛି କରିପାରିବେ, ତେଣିକି ତାଙ୍କ ଝିଅର ଡିମାଣ୍ଡ କେତେ ବି ଅଜବ ହୋଇଥାଉ ନା କାହିଁକି । ନିକଟରେ ଅକ୍ଷୟଙ୍କ ଝିଅ ନିତାରା ତାଙ୍କ ପିତାଙ୍କ ଠାରୁ ଏକ ଅଜବ ଡିମାଣ୍ଡ କରିଥିଲେ । ବର୍ତ୍ତମାନ ସେହି ଡିମାଣ୍ଡ ଗୁଡିକର ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଭିଡିଓରେ, ଆମେ ଦେଖିପାରିବା କି ନିତାରା ତାଙ୍କ ପିତାଙ୍କୁ ବିଭିନ୍ନ ଏକ୍ସପ୍ରେଶନ ଦେବାକୁ କହୁଛନ୍ତି | କେବେ ସେ ବାପାଙ୍କୁ ହସୁଥିବା ଦେଖିବାକୁ ଚାହାଁନ୍ତି, ତ କେବେ ସେ ତାଙ୍କୁ ଦୁଃଖୀ ହୋଇ ବସିବାକୁ କୁହନ୍ତି | ବାପା ଝିଅର ମସ୍ତି ଭରା ଏହି ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି |

ଝିଅର ଡିମାଣ୍ଡ ପୁରା କରୁଥିବାର ନଜର ଆସିଲେ ଅକ୍ଷୟ

କ୍ୟାମେରା ଠାରୁ ରୁହନ୍ତି ଦୂରରେ

ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନା ନିଜ ପିଲାଙ୍କୁ ସାଧାରଣ ଜୀବନ ଦେବା ପାଇଁ ଯଥା ସମ୍ଭବ ଚେଷ୍ଟା କରନ୍ତି । ଏଥିପାଇଁ ସେମାନେ ମିଡିଆ କ୍ୟାମେରା ଠାରୁ ନିତାରାକୁ ଯଥା ସମ୍ଭବ ଦୂରେଇ ରଖନ୍ତି | କିନ୍ତୁ କିଛି ଥର ଅକ୍ଷୟ ଯେତେବେଳେ ଝିଅକୁ ଫିଲ୍ମ ଦେଖାଇବାକୁ ବା ସପିଂ କରାଇବାକୁ ନେଇଯାନ୍ତି, ତେବେ ତାଙ୍କର ଫଟୋ ମିଡିଆ କ୍ୟାମେରାରେ କ୍ୟାପଚର ହୋଇଯାଏ ।

ବହୁତ ମସ୍ତିଖୋର ଅଟନ୍ତି ନିତାରା

ନିଜ ପିତା ଅକ୍ଷୟଙ୍କ ପରି ନିତାରା ମଧ୍ୟ ବହୁତ ଚଞ୍ଚଳ ସ୍ଵଭାବର ଅଟନ୍ତି | ସେ ହସିବାକୁ ଏବଂ ମଜା କରିବାକୁ ପସନ୍ଦ କରନ୍ତି | ଘରେ, ସେ ନିଜ ମା, ଭାଇ କିମ୍ବା ବାପାଙ୍କ ସହିତ ଦୁଷ୍ଟାମି କରନ୍ତି | ଲକଡାଉନ କାରଣରୁ ନିତାରାଙ୍କୁ ତାଙ୍କ ପିତାମାତାଙ୍କ ସହ ଅଧିକ ସମୟ ବିତାଇବାକୁ ମିଳିଲା । ଏମିତିରେ ତାଙ୍କ ମସ୍ତି ଆହୁରି ମଧ୍ୟ ବଢିଗଲା ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *