ଅକ୍ଷୟ କୁମାରଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ, ଅକ୍ଷୟଙ୍କ ଉପରେ ନିର୍ବନ୍ଧ କରି ଧୋକା ଦେବାର ଲଗାଇଥିଲେ ଆରୋପ

ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଅକ୍ଷୟ ବଲିଉଡକୁ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ ଦେଇଛନ୍ତି । ଏହା ସହିତ ଗୋଟେ ସମୟ ଏମିତି ଥିଲା ଯେବେ ଅକ୍ଷୟ କୁମାରଙ୍କ ଅଫେୟାର ବିଷୟରେ ବହୁତ ଚର୍ଚା ହେଉଥିଲା । ସେହି ସମୟରେ ଅକ୍ଷୟଙ୍କ ନାମ ସହ ଅନ୍ୟ କେତେକ ଅଭିନେତ୍ରୀଙ୍କ ନାମ ଯୋଡା ଯାଉଥିଲା । ଅକ୍ଷୟଙ୍କର ଅଫେୟାର ରବିନା ଓ ଶିଲ୍ପାଙ୍କ ସହ ବହୁତ ଅଧିକ ସମୟ ପର୍ଯ୍ୟନ୍ତ ରହିଥିଲା । ହେଲେ ଅକ୍ଷୟଙ୍କ ଅଫେୟାର ବହୁତ ଭାରି ପଡିଥିଲା । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧୯୯୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ମୋହରା’ରେ ଅକ୍ଷୟ କୁମାର ଓ ରବିନା ଟଣ୍ଡନ ମିଶି କାମ କରିଥିଲେ । ଏହି ଫିଲ୍ମ ପରଠାରୁ ରବିନା ଓ ଅକ୍ଷୟ ପରସ୍ପରକୁ ଭଲ ପାଇ ବସିଲେ ଓ ସେମାନେ ରିଲେସନରେ ଥିଲେ ।


ରବିନା ଏକ ଇଣ୍ଟର୍ବ୍ୟୁରେ କହିଥିଲେ ଯେ, ସେ ଦୁହେଁ ପରସ୍ପରକୁ ଏତେ ଭଲ ପାଇ ବସିଥିଲେ ଯେ, ଯାହାଦ୍ୱାରା ସେମାନଙ୍କୁ ନିର୍ବନ୍ଧ କରିବାକୁ ପଡିଥିଲା । ହେଲେ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ରହି ନଥିଲା, ଯାହାଫଳରେ ଏହି ଦୁଇ ଜଣଙ୍କର ବ୍ରେକଅପ୍ ହୋଇଯାଇଥିଲା ,।


ଅକ୍ଷୟ ନିଜର ନିର୍ବନ୍ଧକୁ ଲୁଚାଇବା ପାଇଁ ନିଜର ଫ୍ୟାନ୍ସ ଫଲୋଇଙ୍ଗର ସାହାରା ନେଇଥିଲେ । କିନ୍ତୁ ଅକ୍ଷୟଙ୍କ ଅସଲ ଚେହେରା ଯେତେବେଳେ ରବୀନା ଦେଖିଲେ ତେବେ ସେ ଆଉ ଚୁପ ହୋଇ ରହିଲେ ନାହିଁ ଓ କହିଲେ ଅକ୍ଷୟ ଆଉ ଦୁଇ ଜଣ ଅଭିନେତ୍ରୀଙ୍କ ସହିତ ନିର୍ବନ୍ଧ କରିଛନ୍ତି । ଅକ୍ଷୟଙ୍କ ସହ ବ୍ରେକଅପ୍ କରିବା ପରେ ରବିନା ଡିପ୍ରେସନରେ ଆସିଯାଇଥିଲେ । ଏହା ପରେ ରବିନା ‘ଷ୍ଟଣ୍ଡ’ ଫିଲ୍ମର ଶୁଟିଙ୍ଗ କରିବା ସମୟରେ ଅନିଲ ଥଡାନୀଙ୍କ ସହ ସାକ୍ଷାତ କରିଥିଲେ ।

ଏହାପରେ ଏହି ଦୁଇଜଣ ପରସ୍ପରକୁ ଡେଟ କରିବାକୁ ଲାଗିଲେ ଓ ୨୦୦୩ରେ ଏହି ଦୁଇଜଣ ବିବାହ କରିଲେ ।   ଆଜି ରବିନା ନିଜ ସ୍ଵାମୀଙ୍କ ସହ ବହୁତ ଖୁସିରେ ରହୁଛନ୍ତି ଓ ଅକ୍ଷୟ କୁମାର ମଧ୍ୟ ନିଜ ସ୍ତ୍ରୀ ସହ ଏକ ସୁଖମୟ ଜୀବନ ଅତିବାହିତ କରୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *