ଆକସ୍ମିକ ଧନଲାଭ ପାଇଁ କରନ୍ତୁ ଏହି ଉପାୟ, ପଢନ୍ତୁ ଆଜିର 10 + Anuchinta

ନମସ୍କାର ବନ୍ଧୁଗଣ ଟଙ୍କା ପଇସାର ଅଭାବ ପ୍ରାୟ ଅଧିକାଂଶ ଲୋକଙ୍କର ମୁଖ୍ୟ ସମସ୍ୟା ରୂପେ ଦେଖା ଦେଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାର କିଛି ଉପାୟ କରିବା ଦ୍ୱାରା ଏହା ଦୁର କରା ଯାଇ ପାରେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ ।  ୧ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ପୂର୍ଣ୍ଣିମା ଦିନ ସକାଳୁ ଓସ୍ତ ଗଛ ରେ ଜଳ ଦେବା ଦ୍ୱାରା ଏବଂ ଲକ୍ଷ୍ମୀ ମନ୍ତ୍ର ଜପ କରିବା ଦ୍ୱାରା ଧୀରେ ଧୀରେ ପଇସା ର ଅଭାବ ଦୁର ହୋଇଥାଏ ।

୨ – ଘରେ ଅଟା ରଖୁଥିବା ସ୍ଥାନରେ ପାଞ୍ଚ ଟି ତୁଳସୀ ପତ୍ର ରଖିବା ଉଚିତ । ଏବଂ ଶନିବାର ଦିନ ଅଟା ସହିତ ଅଳ୍ପ ଚଣା ଗୁଣ୍ଡ ମିଶାଇବା ଦ୍ୱାରା ଘରର ସମସ୍ତ ବାସ୍ତୁ ଦୋଷ ଦୁର ହୋଇ ଯାଇଥାଏ ଏବଂ ଧନ ଲାଭ ମଧ୍ୟ ହେବ ।

୩ – କୌଣସି ମାସ ର ଶୁକ୍ଳ ପକ୍ଷରେ ଗୋଟିଏ ନୋଟରେ ଲାଲ ସୁତା ବାନ୍ଧି ରାଧାକୃଷ୍ଣ ଙ୍କ ଫୋଟୋ ପଛରେ ଲୁଚାଇ କରି ରଖିବା ଉଚିତ ଏହି ପରି କରିବା ଦ୍ୱାରା ମନସ୍କାମନା ପୂର୍ଣ ହୋଇଥାଏ । ଏବଂ ପଇସା ଅଭାବ ଦୁର ହୋଇଥାଏ ।

୪ – କୌଣସି ଶୁଭ ଦିନରେ ଖଣ୍ଡିଏ ରେଶମ କପଡ଼ାରେ ୨୧ ଟି ଗୋଟା ଚାଉଳ ବାନ୍ଧି ତାକୁ ଲକ୍ଷ୍ମୀ ଙ୍କ ପାଖରେ ପୂଜାକରି ପଇସା ରଖୁଥିବା ସ୍ଥାନରେ ରଖିବା ଦ୍ୱାରା ପଇସାର ଅଭାବ ଦୁର ହୋଇଥାଏ ।

୫ – ଶୁକ୍ରବାର ଦିନ କାଳି ମନ୍ଦିର ରେ ଧୂପ ଦୀପ ଦେଇ ପୂଜା କରିବା ଦ୍ୱାରା ଘରର ଅଶୁଭତ୍ୱ ଦୁର ହୋଇଥାଏ । ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୁର ହୋଇ ଥାଏ ।

୬ – ବ୍ୟବସାୟ ରେ ଉନ୍ନତି କରିବା ପାଇଁ ଚାହୁଁଛନ୍ତି ତେବେ ସକାଳୁ ଦୁଇଟି ତୁଳସୀପତ୍ର ଖାଇବା ଦ୍ୱାରା ଏବଂ ପ୍ରତ୍ୟେକ ବୁଧବାର ଦିନ ମନ୍ଦିର ରେ ଗଣେଶ ଙ୍କୁ ଦର୍ଶନ କରିବା ଦ୍ୱାରା ଆମ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

୭ – ନିଜର କ୍ୟାରିଅର ଭଲଭାବରେ ତିଆରି କରିବା ପାଇଁ ହେଲେ ମଝି ଆଙ୍ଗୁଠି ରେ ଲୁହା ର ମୁଦି ପିନ୍ଧିବା ଉଚିତ । ଏବଂ ଶନିବାର ଦିନ ଗରିବ ଲୋକଙ୍କୁ ପଇସା ଦାନ କଲେ ଆର୍ଥିକ ସ୍ଥିତି ସୁଧାର ହୋଇଯିବ ।

୮ – ଆକସ୍ମିକ ଧନ ଲାଭ ପାଇଁ ଗୁରୁବାର ଦିନ ନଦୀରେ ଦୁଇଟି ହଳଦୀ ଖଣ୍ଡ ପ୍ରବାହିତ କରିବା ଉଚିତ ଏବଂ ବଞ୍ଚି ଥିବା ଗଛ କାଟିବା ଉଚିତ ନୁହେଁ ।

୯ – ସୁଖ ଶାନ୍ତି ରେ ଜୀଵନ କାଟିବା ପାଇଁ ହେଲେ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ତୁଳସୀ ଗଛ ମୂଳରେ ଘିଅ ଦୀପ ଜାଳିବା ଉଚିତ ଏବଂ ରବିବାର ଦିନ ଦୀପ ଜାଳିବା ଉଚିତ ନୁହେଁ ।

୧୦ – ଘରକୁ ଲଗାତାର ପଇସା ଆଣିବା ପାଇଁ ହେଲେ ଘର ପାଖରେ ଫୁଲ ଗଛ ଲଗାଇବା ଉଚିତ ଏବଂ ତା ସହିତ ପିଲାମାନଙ୍କୁ ମିଷ୍ଟାନ୍ନ କିମ୍ବା ଚକଲେଟ ବାଣ୍ଟିବା ଦ୍ୱାରା ମଙ୍ଗଳ ହୋଇଥାଏ ।

୧୧ – ଘରେ ଫାଲତୁ ଖର୍ଚ୍ଚ ରୋକିବା ପାଇଁ ହେଲେ ଏବଂ ସୁଖ ଶାନ୍ତି ବୃଦ୍ଧି କରିବା ପାଇଁ ହେଲେ ଆମ୍ବ ପତ୍ର ଦୁଆର ମୁହଁରେ ଟାଙ୍ଗିବା ଉଚିତ ଏବଂ ଏହା ଦ୍ୱାରା ଅଶୁଭତ୍ୱ ଦୁର ହୋଇ ଥାଏ ।

୧୨ – ଘରେ ପଇସା ଅଭାବ ନ ହେବା ପାଇଁ ହେଲେ ଏବଂ ଅଯଥା ଖର୍ଚ୍ଚ ରୋକିବା ପାଇଁ ଘରେ ଥିବା ଅଳିଆ ଆବର୍ଜନା କୁ ହଟାଇ ଦେବା ଉଚିତ । ଏବଂ ଯେଉଁ ଜୋତା ଚପଲ ବ୍ୟବହାର ହେଉ ନଥାଏ ତାକୁ ଘରେ ରଖିବା ଉଚିତ ନୁହେଁ । ଏହି ସବୁ ଉପାୟ ଦ୍ୱାରା ଆମେ ଧନ ଲାଭ କରି ପାରିବୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *