‘ଦିଲ୍ଲୀରେ ଅଜିତଙ୍କ ସହ ମତେ ପ୍ରେମ ହେଇଗଲା, ମୁଁ ମହିଶୂର ର ଝିଅ, ଆମ ଘରେ କେହି ରାଜି ନହେବାରୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ମହିଶୂରର ଝିଅ ଅଜିତ ସାରଙ୍କୁ ଦିଲ୍ଲୀରେ ଭଲ ପାଇଲି । ଏପରି କିଛି ନିଜର ଲାଇଫ ଓ ଲଭ ଷ୍ଟୋରି ଉପରେ ବଖାଣୀ ଛନ୍ତି । ଓଡିଶାର ଜଣେ ବରିଷ୍ଠ କଳାକାର ଦିବଙ୍ଗତ ଅଜିତ ଦାସଙ୍କର ଧର୍ମପତ୍ନୀ ମାୟା ଦାସ । ତେବେ ଅଭିନେତା ଅଜିତ ଦାସ ଯଦିଓ ବର୍ତ୍ତମାନ ସମୟରେ ଆମ ଗହଣରେ ଆଉ ନାହାନ୍ତି । ହେଲେ ତାଙ୍କ ଅଭିନୀତ ବହୁ ଗୁଡିଏ ଫିଲ୍ମ ଏବେ ମଧ୍ୟ ସାରା ଓଡିଶା ଦର୍ଶକ ଦେଖି ନିଜର ମନୋରଞ୍ଜନ କରୁଛନ୍ତି ।

ସେହି ଓଡିଆ କଳାକାର ଅଜିତ ଦାସଙ୍କର ଧର୍ମପତ୍ନୀ କହିଛନ୍ତି । ଯେ ମୁଁ ହେଉଛି ମହିଶୂର ଝିଅ । ଦିଲ୍ଲୀ ଠାରେ ଅଜିତ ଦାସ ହଷ୍ଟେଲରେ ରହି ପାଠ ପଢୁଥିବା ସମୟରେ ତାଙ୍କର ମୋର ସେହି ଠାରେ ହିଁ ଦେଖା ହୋଇଥିଲା । ସେହି ଠାରୁ ହିଁ ଦେଖା ଦେଖାରୁ ଆମ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । ତାପରେ ମୋର ଆଉ ଅଜିତଙ୍କର ବାହାଘର ପାଇଁ ନିଷ୍ପତ୍ତି ନେଇଥିଲୁ । ପ୍ରଥମେ ପ୍ରଥମେ ବାହାଘର ପାଇଁ ଘରେ ରାଜି ନଥିଲେ ।

କାରଣ ମୁଁ ମହିଶୂରର ଝିଅ ହୋଇଥିବା ବେଳେ ଅଜିତଙ୍କ ଘର ଓଡିଶାରେ । କେମିତି କଣ ସେଠାରେ ଚଳିବି, ମୁଁ ପୁଣି ବ୍ରାହ୍ମଣ ଥିଲି । ତାପରେ ବହୁ କଷ୍ଟରେ ଘରେ ବାହାଘର ପାଇଁ ରାଜି କରାଇଥିଲି । ମା’ ଅଜିତଙ୍କ ଘର ବିଷୟରେ ସବୁ ପଚାରି ସବୁ ଜାଣିସାରିଲା ପରେ ବାହାଘର ପାଇଁ ନିଜର ସହମତି ପ୍ରକାଶ କରିଥିଲେ । ମୋର ଓଡିଶାକୁ ଆସିଲା ପରେ ସେମିତି କିଛି ଅସୁବିଧା ମଧ୍ୟ ହୋଇନଥିଲା । ଅଜିତ ମଧ୍ୟ ମୋତେ ବହୁତ ସପର୍ଟ କରନ୍ତି ।

ବାହାଘର ପରେ ବି ମୋତେ ପାଠ ପଢିବା ପାଇଁ ସୁଯୋଗ ଦେଇଥିଲେ । ତାପରେ ସବୁ କାମ ସବୁ ନିଷ୍ପତ୍ତି ଆମେ ମିଳିମିଶି ସବୁବେଳେ ନେଉ । ଅଜିତଙ୍କ ଚାଲିଯିବା ପରେ ମୁଁ ସଂପୂର୍ଣ୍ଣ ଭାବରେ ନିଜକୁ ଏକୁଟିଆ ମନେ କରେ । ମୋର ତୋ’ ୩ଟି ଝିଅ । ହେଲେ ଅଜିତ ସବୁବେଳେ ମୋତେ କୁହନ୍ତି ।

ତୁମେ ସତ ପୁତ୍ରର ଜନନୀ ତୁମର କିଛି ମଧ୍ୟ ଅସୁବିଧା ହେବନି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *