ସାରା ରାଜ୍ୟରେ ବଢୁଛି ଆଖିଧରା ! ଆପଣଙ୍କୁ ଯେପରି ନ ହୁଏନ ଏଥି ପ୍ରତି ସାବଧାନ ରୁହନ୍ତି …..

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସାରା ରାଜ୍ୟରେ ବ୍ୟାପିଛି ଆଖିଧରା । ରାଜ୍ୟରେ 30 % ଲୋକମାନଙ୍କୁ ଏହା ଆକ୍ରାନ୍ତ କରିଥିବା ସୂଚନା ମିଳିଛି । ଏଥିରେ ଅଧିକାଂଶ ସାନ ପିଲାଙ୍କୁ ଏହା ଧରୁଛି ସ୍କୁଲ ମାଧ୍ୟମରେ ଏହା ବ୍ୟାପୀଥିବା ଖବର ଶୁଣିବାକୁ ମିଳିଛି । ବିଶେଷକମାନଙ୍କର କହିବା ଅନୁଯାୟୀ ଋତୁପରିବର୍ତ୍ତନ ଯୋଗୁଁ ଏହା ହେଉଛି ଏବଂ ଏଡିନୋ ନାମଙ୍କ କାରଣ ଦ୍ଵାରା ସୃଷ୍ଟି ହୋଇଛି ।

ଏହା କେବଳ ଆଖିଧରା ନୁହେଁ ବରଂ ନିଶ୍ଵାସ,ପ୍ରଶ୍ଵାସ ଜନକ ସମସ୍ୟା ଓ ନିମୋନିଆ ଭଳି ରୋଗକୁ ସୃଷ୍ଟି କରିଥାଏ । ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବା  ପରେ ଆଖିଧରା ଦେଖିବାକୁ ମିଳିଥାଏ । ଏହାକୁ ନେଇ ବିଶେଷ୍ଜ୍ଞମାନଙ୍କର କହୁଛନ୍ତି ଯଥା କାହାକୁ ଯଦି ଏହା ହୁଏ  ତେବେ ଆତଙ୍କିତ ହେବେନି । ଆଖିଧରିଥିବା ବେଳେ ଯେଉଁସବୁ ନିୟମ ପାଳନ କରିବା ଉଚିତ୍ ତାହା କରିବେ ଓ ଆବଶ୍ୟକ ହେଲେ ଚଷମାର ବ୍ୟବହାର କରିବେ ।

ଯଦି କୋଣସି  ବ୍ୟକ୍ତିଙ୍କର ଏହା ଅଧିକ ହୁଏ ବା କମିନଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ହୋଇଥାଏ । ବିଶେଷଜ୍ଞଙ୍କ କହିବା ମୁତାବକ  ଏହା ଏକ ବ୍ୟାପୁଥିବା ରୋଗ ଅଟେ ଏବଂ ଏହା ବର୍ଷା ପରେ ପରେ ଲୋକମାନଙ୍କୁ ହୋଇଥାଏ । ଏଥିପାଇ ଡରିବା ବିଷୟ କିଛି ନାହିଁ କିନ୍ତୁ ଆପଣ ଦେଖୁଥିବେ  ଯଦି କାହାରିକୁ ଆଖି ଧରିଛି ତେବେ ସେହିସ୍ଥାନକୁ ଯାଆନ୍ତୁନାହିଁ ।

ଜନଗୋହଳି ଅଧିକ ରହୁଥିବା ସ୍ଥାନରୁ ଦୂରେଇ ରହିବା ଉଚିତ୍ । ଆଖିଧରା 5-6 ଦିନ ଭିତରେ ଠିକ ହୋଇଯାଇଥାଏ । ଡାକ୍ତର ସୋନାଲୀ ଷଡଙ୍ଗୀ ଆଖିଧରା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି । ଡାକ୍ତର ସୋନାଲୀଙ୍କ କହିବା ଅନୁସାରେ ଆଖିଧରିଥିବା ସମୟରେ ଅଧିକ ସଚେତନା ରକ୍ଷା କରନ୍ତୁ । ଘରେ ହୁଏ ତେବେ ସେ ବ୍ୟକ୍ତିଙ୍କ ଶଯ୍ୟା ଓ ତକିଆକୁ ଖରା ପକେଇବା ଏବଂ  ତାହାକୁ ବ୍ୟବହାର ନ କରିବା ଉଚିତ୍ ।

ସାନ ପିଲାମାନଙ୍କ ମାମଲାରେ ପ୍ରଥମେ ଆପଣଙ୍କ ପିଲାକୁ ବିଦ୍ୟାଳୟକୁ ଛାଡିବେ ନାହିଁ । ସବୁବେଳେ ସଫାସୁତୁରା  ରହିବେ ଓ ଆଖିରେ ହାତ ନ ଲଗେଇ ତୁଳାର ବ୍ୟବହାର ଉଚିତ୍ ହୋଇଥାଏ । ଡାକ୍ତରଙ୍କୁ ଦେଖାଇ ଔଷଧ ଓ ଡ୍ରପ ବ୍ୟବହାର କରିବା ଦ୍ଵାରା ଆଖିଧରା ଶୀଘ୍ର କମିଥାଏ । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *