‘ଆଦିତ୍ୟଙ୍କ ପ୍ରଥମ ମା’ ସିରିୟସ, ସମସ୍ତେ କାନ୍ଦୁଛନ୍ତି କିନ୍ତୁ ଚିକିତ୍ସ୍ୟା ପାଇଁ ଗାଡି ନାହିଁ…ତେଣୁ ମୁଁ ଗାଡି ଦେଇଦେଲି…’ ମହିଳାଙ୍କ ମହାନତା !

ବନ୍ଧୁଗଣ, ପରିଣତ ବୟସରେ ବୃଦ୍ଧ ବୃଦ୍ଧାଙ୍କର ସେବା କରିବା ନିମନ୍ତେ ସ୍ଵର୍ଗତ ଆଦିତ୍ୟ ଦାସ ଙ୍କ ନାମରେ ଅଛି “ପିପୁଲ ଫର ସେବା”, ପିତୃ ମାତୃ ଭବନ । ଏହି ଆଶ୍ରମରେ ଅନେକ ବୃଦ୍ଧ ବାସକ ରହି ଆସୁଛନ୍ତି ତାଙ୍କର ଅନେକ ସେବା ପାଇଁ ଅନେକ ଲୋକ ଦାନ ମଧ୍ୟ କରୁଛନ୍ତି । ସେଥି ମଧ୍ୟରୁ ଅନ୍ୟତମ ହେଉଛନ୍ତି ସବିତା ମିଶ୍ର ମାଡାମ । ସବିତା ଙ୍କର ଜନ୍ମଦିନ ଅବସରରେ ସେ ଆଶ୍ରମ ଯାଇ ସେଠାରେ କିଛି ସମୟ ଅତିବାହିତ କରିଥିଲେ ।

ଜନ୍ମଦିନରେ ପାଏ ସମସ୍ତେ ଅନ୍ୟ କେଉଁ କେଉଁ ଜାଗାରେ ଯାଇ ଉପଭୋଗ କରିଥାନ୍ତି ତଥା କେକ କାଟିଥାନ୍ତି । କିନ୍ତୁ ସେ ଯାଇଥିଲେ ବାପା ମା’ ଙ୍କ ସେବା କରିବା ନିମନ୍ତେ । ଏହି ମହିଳା ଜଣଙ୍କ ଚିକିତ୍ସ୍ୟା ନିମନ୍ତେ ଦେଇଛନ୍ତି ଗୋଟିଏ କାର ଗିଫ୍ଟ । ତେବେ ତାଙ୍କ ପାଇଁ ଏହା ବହୁତ ଛୋଟ ଜିନିଷ ଅଟେ । କାରଣ ବାପା ମା’ ଙ୍କ ପାଇଁ ଏହି ଅବଦାନ ରେ ତାଙ୍କ ଭୂମିକା ବହୁତ ମହାନ ଅଟେ ।

ମହିଳା ଜଣଙ୍କ ୩୦୦ କିଲୋମିଟର କାର ଚଳାଇ ଆସି ଭୁବନେଶ୍ବରରେ ଆଶ୍ରମରେ ପହଞ୍ଚିଥିଲେ । ମାନବ ପ୍ରେମୀ ଆଦିତ୍ୟ ଙ୍କର ପ୍ରଥମ ମା’ ଯିଏ ସେ ବହୁତ ସିରିୟସ ଥିଲେ ତଥା ଗୋଟେ ସାଇଡ ତାଙ୍କର ସଂପୂର୍ଣ୍ଣ ଭାବରେ ପରାଲାସିସ ଅଟେ । ତାଙ୍କୁ ନେଇ ସମସ୍ତେ କାନ୍ଧୁଛନ୍ତି ଚିକିତ୍ସ୍ୟା କରାଇବା ନିମନ୍ତେ ଗାଡି ପାଇଁ ଫୋନ କରାଯାଉଅଛି ମାତ୍ର ଗାଡି ଆସିପାରୁ ନାହିଁ । ମାତ୍ର ବହୁତ କଷ୍ଟ ରେ ଆମ୍ବୁଲାନ୍ସ ଆସିଥିଲା ଏବଂ ତାଙ୍କୁ ନେଇ ଯାଇଥିଲେ ।

ଏହି ସବୁ ଦେଖି ମହିଳା ଜଣକ ରାତିରେ ଶୋଇପାରି ନଥିଲେ ତାଙ୍କୁ ବହୁତ କଷ୍ଟ ଲାଗିଥିଲା । ସେ କ’ଣ ବା କରିଥାନ୍ତେ ତଥା ସେ ତ ଏତେବଡ ପଇସା ଥିବା ଧନୀ ମହିଳା ନୁହନ୍ତି ଯେ ସେ ସଙ୍ଗେ ସଙ୍ଗେ ଏକ ଗାଡି ଆରେଞ୍ଜ କରି ଆଶ୍ରମରେ ଦେଇଥାନ୍ତେ । ଏହାପରେ ସେ ଚିନ୍ତା କରିଲେ ଯେ ତାଙ୍କ ପାଖରେ ଏକ ପର୍ଶନାଲ କାର ଅଛି ତାହାକୁ ସେ ଦେଇଦେଲେ କିଭଳି ହୁଅନ୍ତା ? ମଉସା ମାଉସୀ ମାନଙ୍କ ଦେହ କେତେବେଳେ କେମିତି ଖରାପ ହେଇଯାଉଛି ତାଙ୍କୁ ଯଥାଶୀଘ୍ର ହସ୍ପିଟାଲ କୁ ନେଇ ଯିବାରେ ସୁବିଧା ହେବ ।

ଏଣୁ ସେ ଆଦିତ୍ୟ ଙ୍କ ବାପା ମା’ ଏବଂ ତାଙ୍କ ସ୍ତ୍ରୀ ସହିତ ସେ କଥା ହେଲେ । ମାତ୍ର ପ୍ରଥମେ ସେମାନେ ରାଜି ହେଲେ ନାହିଁ । ମହିଳା ଜଣକ ଅନୁରୋଧ କରିବାରୁ ସେମାନେ ରାଜି ହୋଇଥିଲେ ଏବଂ ମହିଳା ଜଣଙ୍କ ପ୍ରତି ମାସରେ ୧୧ ହଜାର ଟଙ୍କା ର ସହାୟତା ମଧ୍ୟ କରୁଛନ୍ତି ଆଶ୍ରମ କୁ । ତେବେ ଶେଷରେ ମହିଳା ଜଣଙ୍କ କହିଛନ୍ତି ଯେ ଏହିଭଳି କିଛି କିଛି ସାହାର୍ଯ୍ୟ ଯଦି ସମସ୍ତେ କରନ୍ତି ତେବେ ଯେଉଁମାନଙ୍କର କେହି ନାହାଁନ୍ତି ତାଙ୍କୁ ଟିକିଏ ସାହାରା ତଥା ଭଲପାଇବା ମିଳିଯିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *