‘କଶୌଟୀ ଜିନ୍ଦେଗି କି’ ସିରିଏଲରେ ଅନୁରାଗ ବସୁ ଭୂମିକାରେ ଅଭିନୟ କରିଥିବା ଅଭିନେତା ପାର୍ଥ ସମଥାନ କରୋନା ଭାଇରସ ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଯାହା ପରେ ଏହି ଶୋ’ର ସୁଟିଂ ଅଧାରେ ବନ୍ଦ ହୋଇଯାଇଛି | ନିକଟରେ ‘କଶୌଟୀ ଜିନ୍ଦେଗି କି’ ସିରିଏଲର ସୁଟିଂ ଆରମ୍ଭ ହୋଇଥିଲା । କିନ୍ତୁ ଆଧାରେ ଏହି ସୋ ର ମୁଖ୍ୟ ଅଭିନେତା କରୋନା ସଂକ୍ରମିତ ହୋଇଥିବା ଖବର ପାଇବା ପରେ ତୁରନ୍ତ ଶୁଟିଂ ବନ୍ଦ ହୋଇଯାଇଛି ।
କୁହାଯାଉଛି ଯେ ଏହି ସୋ’ର ସୁଟିଂ ତିନି ଦିନ ପାଇଁ ବନ୍ଦ ହୋଇଯାଇଛି । ଅଭିନେତା ପାର୍ଥ ସମଥାନ ଆଜି ସୋସିଆଲ ମିଡିଆ ମାଧ୍ୟମରେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ପାର୍ଥ ସମଥାନ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ମୁଁ କରୋନା ସଂକ୍ରମିତ ହୋଇଛି ।
ଯଦିଓ ମୋର ସାମାନ୍ୟ ଲକ୍ଷଣ ଅଛି .. ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ଯିଏ ଗତ କିଛି ଦିନ ମଧ୍ୟରେ ମୋତେ ଭେଟିଛନ୍ତି ଦୟାକରି ନିଜର ଟେଷ୍ଟ କରାଇ ନିଅନ୍ତୁ | ବିଏମସି ଏବଂ ଡାକ୍ତରମାନେ ମୋ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି । ମୁଁ ସେଲ୍ଫ କ୍ୱାରାଣ୍ଟିନ୍ ରେ ଅଛି | ଦୟାକରି ସୁରକ୍ଷିତ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ |
ଅନେକ ଶୋ’ର ସୁଟିଂ ବନ୍ଦ
ଯେଉଁ ଷ୍ଟୁଡିଓରେ ‘କଶୌଟୀ ଜିନ୍ଦେଗି କି’ ସୁଟିଂ କରାଯାଉଥିଲା ସେଠାରେ ‘ପବିତ୍ର ଭାଗ୍ୟ’, ନାଗିନ, ‘କୁଣ୍ଡଲି ଭାଗ୍ୟ, କୁମକୁମ ଭାଗ୍ୟ ଭଳି ଶୋ ମଧ୍ୟ ଶୁଟିଂ କରାଯାଉଥିଲା । ଏଥି ସହିତ ପାର୍ଥ କରୋନା ସଂକ୍ରମିତ ହେବା ପରେ ବାଲାଜୀ ଟେଲିଫିଲ୍ମର ସମସ୍ତ ସୋ’ର ସୁଟିଂ ବନ୍ଦ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ତ ସିରିଏଲ ର ସୁଟିଂ ତିନି ଦିନ ପାଇଁ ନିଷେଧ କରାଯାଇଛି ।
କହି ଦେଉଛୁ କି ମୁମ୍ବାଇରେ କରୋନା ଭାଇରସ୍ ଅତି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ବିଗତ କିଛି ଦିନ ମଧ୍ୟରେ ଅନେକ ଜଣାଶୁଣା ଚେହେରା ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି | ଗତକାଲି ଅମିତାଭ ବଚ୍ଚନ, ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ କରୋନା ସଂକ୍ରମିତ ହେବାର ଖବର ପ୍ରକାଶ ପାଇଥିଲା ଏହା ସହିତ ଐଶ୍ୱର୍ଯ୍ୟା ଏବଂ ତାଙ୍କ ଝିଅ ଆରାଧ୍ୟା ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ତେବେ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ଏଥି ସହିତ ତାଙ୍କ ଘରକୁ ସିଲ୍ କରାଯାଇଛି ଏବଂ ବିଏମସି ଦ୍ୱାରା ଆଜି ଘର ମଧ୍ୟ ସାନିଟାଇଜ କରାଯାଇଛି ।
ବଚ୍ଚନ ପରିବାର ବ୍ୟତୀତ ଅନୁପମ ଖେରଙ୍କ ମା, ଭାଇ, ଭାଇଙ୍କ ସ୍ତ୍ରୀ ଏବଂ ଝିଅ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଅନୁପମ ଖେର କାଲି ଏ ବିଷୟରେ ସୂଚନା ଦେଇଥିଲେ ଏବଂ କହିଥିଲେ ଯେ ସେ ମଧ୍ୟ କରୋନା ପରୀକ୍ଷା କରିଛନ୍ତି । କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ତେବେ ତାଙ୍କ ପରିବାରର ଅନେକ ଲୋକଙ୍କ ଠାରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି ।
କେବଳ ଏତିକି ନୁହେଁ, ବଲିଉଡ ଅଭିନେତ୍ରୀ ରେଚଲ ହ୍ୱାଇଟଙ୍କ କରୋନା ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସିଛି । ରେଚଲ ହ୍ୱାଇଟ ଆଜି ଟ୍ୱିଟ କରି ଲେଖିଛନ୍ତି ଯେ ମୋର କରୋନା ଭାଇରସ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ମୁଁ ନିଜକୁ ଘରେ କ୍ଵାରେଣ୍ଟିନ କରିଛି । ଆପଣ ମୋ ପାଇଁ ପ୍ରାର୍ଥନା କରନ୍ତୁ । ମୁଁ ଭଲ ହୋଇଯିବି ।
ଏହାପୂର୍ବରୁ ଜୋୟା ମୋରାନି, କରିମ ମୋରାନି, ଶଜା ମୋରାନି, କିରଣ କୁମାର, ଶିବାଶିଷ ସରକାର, ମୋହେନା ସିଂ, ଜଗନ୍ନାଥ ନିୱାଙ୍ଗୁନେ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ବୋନି କପୁର, ଆମୀର ଖାନ, କରଣ ଜୋହର ଏବଂ ରେଖାଙ୍କ କର୍ମଚାରୀମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାର ଅର୍ଥ ହେଉଛି ବର୍ତ୍ତମାନ କରୋନା ଜଣାଶୁଣା ଅଭିନେତାଙ୍କ ଘରେ ପହଞ୍ଚି ସାରିଛି ଏବଂ ମୁମ୍ବାଇରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ