ଚିରହରଣ ସିନ ପରେ ଅଧ ଘଣ୍ଟା ପର୍ଯ୍ୟନ୍ତ କାନ୍ଦିଥିଲେ ମହାଭାରତର ଦ୍ରୋପଦି, ଜାଣନ୍ତୁ କଣ ହେଇଥିଲେ ସେଟରେ ରୂପା ଗାଙ୍ଗୁଲିଙ୍କ ସହିତ

ଲକଡାଉନ କାରଣରୁ ବର୍ତ୍ତମାନ ସମୟରେ ପୁରା ଦେଶବାସୀ ଘରେ ବସିଛନ୍ତି । ଏମିତିରେ ଦର୍ଶକମାନଙ୍କ ଅନୁରୋଧ କ୍ରମେ ଡ଼ିଡ଼ି ଭାରତୀରେ ପୁଣି ଥରେ ମହାଭାରତ ଟେଲୀକାସ୍ଟ କରାଯାଉଛି ଓ ଏହା ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ସବୁଠୁ ପସନ୍ଦିତା ସିରିୟଲ ବି ହୋଇ ଯାଇଛି । ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ମହାଭାରତ ଟିଭିରେ ଆସୁଥିଲା ତେବେ ମହାଭାରତ ଦେଖିବା ପାଇଁ କେତେକ ଲୋକମାନଙ୍କ ଘରେ ଭିଡ ଜମି ଯାଉଥିଲା । କାରଣ ସେହି ସମୟରେ ପ୍ରାୟତଃ ୧୦୦ ରୁ ୯୯ ଜଣଙ୍କ ଘରେ ଟିଭି ନ ଥିଲା ।

Image courtesy: Google

କିନ୍ତୁ ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ଟିଭି ଅଛି ଓ ଏହି କାରଣ ଅଟେ କି ଏହି ସିରିୟଲ ବର୍ତ୍ତମାନ ସମୟରେ ବହୁତ ପପୁଲାର ହୋଇ ଯାଇଛି । ପୂର୍ବ ସମୟ ଭଳି ବର୍ତ୍ତମାନ ସମୟରେ ବି ଲୋକମାନେ ଏହି ସିରିୟଲକୁ ବହୁତ ପସନ୍ଦ କରୁଛନ୍ତି । ଏହା ମଧ୍ୟରେ ମହାଭାରତ ସିରିୟଲର ସମସ୍ତ କଳାକାରଙ୍କ ବିଷୟରେ ସୋସିଆଲ ମିଡିଆରେ ବହୁତ ଖବର ବି ଭାଇରାଲ ହେଉଛି । ଯେଉଁ କାରଣରୁ ମହାଭାରତର ସମସ୍ତ କଳକାର ବର୍ତ୍ତମାନ ସମୟରେ ବହୁତ ଚର୍ଚାର ବିଷୟ ହୋଇ ଯାଇଛନ୍ତି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ମହାଭାରତର ଦ୍ରୋପଦୀଙ୍କ ବିଷୟରେ କହିବୁ ।

କହିବାକୁ ଗଲେ ମହାଭାରତରେ ଦ୍ରୋପଦୀଙ୍କ ବସ୍ତ୍ର ହରଣ କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ଯୁଧ୍ୟର କାରଣ ହୋଇଥିଲା । ଏହି ସିରିୟଲରେ ଦ୍ରୋପଦୀଙ୍କ ଚରିତ୍ରକୁ ରୂପା ଗାଙ୍ଗୁଲି କରିଥିଲେ । ବୋଧେ ଆପଣ ଜାଣି ନାହାନ୍ତି କି ଯେତେବେଳେ ଦ୍ରୋପଦୀଙ୍କ ବସ୍ତ୍ର ହରଣ ସିନର ଶୁଟିଙ୍ଗ ହୋଇଥିଲା ତେବେ ସିନର ଶୁଟିଙ୍ଗ ପରେ ପାଖପାଖି ଅଧ ଘଣ୍ଟା ପର୍ଯ୍ୟନ୍ତ ରୂପା ଗାଙ୍ଗୁଲି କାନ୍ଦୁଥିଲେ ।

Image courtesy: Google

କହିବାକୁ ଗଲେ ଏହି ବିଷୟରେ ମହାଭାରତର ମେକିଙ୍ଗ ଭିଡିଓରେ ରବି ଚୋପଡା କହିଥିଲେ କି ସିନର ଶୁଟ ପୂର୍ବରୁ ହିଁ ସେ ରୂପା ଗାଙ୍ଗୁଲିଙ୍କୁ ବସ୍ତ୍ର ହରଣ ବିଷୟରେ ବିସ୍ତାର ରୂପରେ କହିଥିଲେ । ସେ କହିଲେ କି, ମୁଁ ରୂପା ଗାଙ୍ଗୁଲିଙ୍କୁ କହିଥିଲି କି ଗୋଟିଏ ମହିଳା ଯିଏକି କେବଳ ଗୋଟିଏ କପଡା ପିନ୍ଧିଛି ତାହାର ଏହିଭଳି ଅପମାନ ହେଉଛି, ତେବେ ଆପଣଙ୍କ ମନରେ କଣ ଚାଲୁଥିବ, ଆପଣଙ୍କୁ ସେହି ସମସ୍ତ ଜିନିଷକୁ ଧ୍ୟାନରେ ରଖି ଏହି ସିନକୁ କରିବାର ଅଛି ।

Image courtesy: Google

ଏହା ପରେ ରବି ଚୋପଡା କୁହନ୍ତି କି ବସ୍ତ୍ର ହରଣର ଶୁଟିଙ୍ଗ ପରେ ରୂପା ଗାଙ୍ଗୁଲି ନିଜର ଡାଇଲଗ କହି ନିଜର କ୍ୟାରେକ୍ଟର ମଧ୍ୟରେ ଏତେ ପଶି ଗଲେ କି ସିନ ଶେଷ ହେବାର ଅଧ ଘଣ୍ଟା ପର୍ଯ୍ୟନ୍ତ ବି ସେ କାନ୍ଦୁଥିଲେ ଓ ତାଙ୍କୁ ଶାନ୍ତ କରିବା ପାଇଁ ପାଖପାଖି ବହୁତ ସମୟ ଲାଗିଥିଲା । ଏହା ଛଡା ବିଆର ଚୋପଡା କହିଥିଲେ କି ଏହି ସିନର ଶୁଟ କରିବା ସମୟରେ ଏହି କଥାର ବିଶେଷ ଧ୍ୟାନ ରଖା ଯାଇଥିଲା କି କୌଣସି ବି ସିନ ଅଶୀଳତା ନ ଲାଗୁ । ଏହା ପରେ ସେ କହିଲେ କି ଦ୍ରୋପଦୀଙ୍କୁ ସଭାରେ ଟାଣିବା ଠାରୁ ନେଇ ବସ୍ତ୍ର ହରଣ ପର୍ଯ୍ୟନ୍ତ ପୁରା ସିନକୁ ଗୋଟିଏ ହିଁ ଟେକରେ ଶୁଟ କରାଯାଇଥିଲା । ଆଗକୁ ଏମିତି ନୂଆ ତଥ୍ୟ ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *