Ollywood ର ଲୋକପ୍ରିୟ ଅଭିନେତ୍ରୀ Smita Mohanty ଙ୍କ Family ଓ Biography

ବନ୍ଧୁଗଣ, ଆପଣ ମାନେ ଓଡିଆ ଚଳଚ୍ଚିତ୍ର ଜଗତର ଅନେକ ଅଭିନେତା ତଥା ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ଜାଣିଥିବେ, ସେମାନଙ୍କ ଅଭିନୟ କୁ ଆପଣ ମାନେ ବେସ ଆଗ୍ରହର ସହିତ ଦେଖିଥାନ୍ତି । କିଛି ଆଗ ଧାଡିର ଅଭିନେତ୍ରୀ ମାନେ ଓଡିଆ ଇଣ୍ଡଷ୍ଟ୍ରୀ ରେ ନିଜର ଛାପ ଛାଡି ଯାଇଛନ୍ତି । ଦର୍ଶକେ ସେମାନଙ୍କୁ ବହୁତ ମାନ୍ୟତା ମଧ୍ୟ ଦେଇଥାନ୍ତି, ଏହା ଫଳରେ ଆଜିଭଳି ଦିନରେ ମଧ୍ୟ ସେମାନଙ୍କ ଚର୍ଚ୍ଚା ହୋଇ ଆସୁଛି । ଆଜି ଆମ୍ଭେ ଆପଣ ମାନଙ୍କୁ ଓଡିଆ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ସ୍ମିତା ମହାନ୍ତି ଙ୍କ ସମ୍ବନ୍ଧରେ କିଛି ବିଶେଷ ବିବରଣୀ ଦେବାକୁ ଯାଉଅଛୁ ।

ସ୍ମିତା ମହାନ୍ତି ଓଡିଆ ଚଳଚ୍ଚିତ୍ର ଜଗତରେ ଆଗ ଧାଡିର ନାୟିକା ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଆଜି ଆମ୍ଭେ ଆପଣ ମାନଙ୍କ ଗହଣରେ ପ୍ରସିଦ୍ଧ ଅଭିନେତ୍ରୀ ସ୍ମିତା ମହାନ୍ତି ଙ୍କ ସମ୍ବନ୍ଧରେ କିଛି ତଥ୍ୟ ପ୍ରଦାନ କରିବାକୁ ଯାଉଅଛୁ । ସ୍ମିତା ମହାନ୍ତି ଙ୍କ ଜନ୍ମ ୧୯୮୨ ମସିହା ୨୫ ଡିସେମ୍ବର ରେ ହୋଇଥିଲା । ତାଙ୍କ ଜନ୍ମ ସ୍ଥାନ ପୁରୀ ଅଟେ ।

ବର୍ତ୍ତମାନ ସେ ନିଜ ପରିବାର ସହିତ ପୁରୀରେ ହିଁ ରହୁଛନ୍ତି । ସ୍ମିତା ଙ୍କ ମାତା ପିତା ତାଙ୍କ ଝିଅ ଙ୍କୁ ନେଇ ବହୁତ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି । ସ୍ମିତା ମହାନ୍ତି ଇଂରାଜୀ ରେ ପିଜି କରିଛନ୍ତି । ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ପୁରୀରେ ସେ ଇଂରାଜୀ ରେ ସେ ପିଜି କରିଛନ୍ତି । ଅଭିନେତ୍ରୀ ସ୍ମିତା ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ଓଡିଆ ଧାରାବାହୀକ ରେ ମଧ୍ୟ ଅଭିନୟ କରିଥିଲେ । ବହୁତ ପ୍ରସିଦ୍ଧ ଧାରାବାହୀକ “ମାଉସୀ” ରେ ସ୍ମିତା ଅଭିନୟ କରି ବହୁତ ଖ୍ଯାତି ଅର୍ଜନ କରିଛନ୍ତି ।

ଏହାଛଡା କଣ୍ଢେଇ ଆଖିରେ ଲୁହ, ବାପ, ଜୀବନ ସାଥି, ପବିତ୍ର ବନ୍ଧନ, ଇସ୍କ ପୁଣିଥରେ, କଳ୍କି ଅବତାର, କୃଷ୍ଣ କାବେରୀ, ତୁ ମୋ ଗାର୍ଲପ୍ରେଣ୍ଡ, ମିଠା ମିଠା, ଯୋଗୀ, ବନ୍ଦେ ଉତ୍କଳ ଜନନୀ, ଆମ ଭିତରେ କିଛି ଅଛି କି ? ଏହିଭଳି ୫୦ ରୁ ଉର୍ଦ୍ଧ ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରି ଓଡିସା ବାସୀ ଙ୍କ ହୃଦୟରେ ନିଜର ସ୍ଥାନ ବନାଇ ଦେଇଥିଲେ । ଆପଣ ମାନଙ୍କୁ ସ୍ମିତା ମହାନ୍ତି ଙ୍କ କେଉଁ ଚଳଚ୍ଚିତ୍ର ଟି ଭଲ ଲାଗେ ଆମ୍ଭକୁ କମେଣ୍ଟ କରି ଜଣାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *