ପେଟ କମାଇବା ପାଇଁ କଣ ଖାଇବେ ? Nutritionist Niharika Dash

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ମୋଟାପଣ ସମସ୍ୟାର ଶିକାର ହେଉଛନ୍ତି । ସାଧାରଣତଃ ଯେଉଁ ଲୋକମାନେ ସବୁବେଳେ ବସି ରୁହନ୍ତି ଓ ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଖାନ୍ତି ସେହି ଲୋକମଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହା ସହିତ ଭୁଲ ଜୀବନ ଶୈଳୀ ପାଇଁ ମଧ୍ୟ ଏହି ସମସ୍ୟା ହୋଇଥାଏ । ମୋଟାପଣ ସମସ୍ୟାକୁ କମାଇବା ପାଇଁ କଣ ସଠିକ ଉପାୟ ରହିଛି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପ୍ରଥମତଃ ହେଉଛି ଯେଉଁ ମାନଙ୍କ ପେଟରେ ଅଧିକ ଚର୍ବି ହୋଇଯାଇଛି ସେମାନଙ୍କୁ ନିଜର ଜୀବନ ଶୈଳୀ ଉପରେ ଅଧିକ ଧ୍ୟାନ ଦେବା ଉଚିତ । ଆପଣ ମାନଙ୍କୁ ପ୍ରତ୍ୟକ ଦିନ ଯୋଗ ଓ ବାୟମ ଆଦି କରିବା ନିହାତି ଆବଶ୍ୟକ । ଆପଣ ମାନେ ଚାହିଁଲେ ସୂର୍ଯ୍ୟ ନମସ୍କାର କରିପାରିବେ । ଆପଣ ମାନେ ପ୍ରତ୍ୟକ ଦିନ ୩୦ ରୁ ୪୦ ମିନିଟ ଚାଲନ୍ତୁ । ଚାଲିବା ଦ୍ଵାରା ମଧ୍ୟ ଆପଣଙ୍କ ଶରୀରର ମେଟାପଲିଜମ ବୃଦ୍ଧି ହୋଇଥାଏ ଯାହାଦ୍ୱାରା ଆପଣ ମୋଟାପଣ ସମସ୍ୟାକୁ ଅତି ସହଜରେ ଦୂର କରିପାରିବେ ।

ଦ୍ଵିତୀୟରେ ହେଉଛି ଆପଣ ମାନେ କମ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ । ଦିନକୁ ତିନି ଟାଇମ ଆପଣ ନିୟନ୍ତ୍ରିତ ଖାଦ୍ୟର ସେବନ କରନ୍ତୁ । ଆପଣ ମାନେ ୭୦ ପ୍ରତିଶତ ଡାଏଟ ଓ ୩୦ ପ୍ରତିଶତ ୱାର୍କଆଉଟ ନିଶ୍ଚୟ କରନ୍ତୁ । ମୋଟାପଣକୁ ଦୂର କରିବା ପାଇଁ ଆପଣ ମାନେ ଅଧିକ ତେଲ ମସଲା ଜାତୀୟ ଖାଦ୍ୟର ସେବନ କରନ୍ତୁ ନାହିଁ । କମ ତେଲ ଓ କମ ମସଲା ଜାତୀୟ ଖାଦ୍ୟର ସେବନ କରନ୍ତୁ ।

ତୃତୀୟରେ ହେଉଛି ଆପଣ ମାନେ ଦିନକୁ କମ ସେ କମ ୪ ରୁ ୫ ଲିଟର ପାଣି ପିଅନ୍ତୁ । ସଖାଳ ସମୟରେ ବାସୀ ମୁହଁରେ ଆପଣ ମାନେ ଗୋଟେ ଗ୍ଳାସ ଉଷୁମ ପାଣିର ସେବନ ନିଶ୍ଚୟ କରନ୍ତୁ । ବାସୀ ମୁହଁରେ ପାଣି ପିଇଲେ ଆମ ଶରୀରକୁ ବହୁତ ଅଧିକ ଲାଭ ମିଳିଥାଏ । ସାଧାରଣତଃ ଉଷୁମ ପାଣି ଆମ ଶରୀରରେ ଥିବା ଚର୍ବିକୁ ତରଳାଇବାରେ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

ଆପଣ ନିଜ ଖାଦ୍ୟରେ ପ୍ରୋଟିନ, ଭିଟାମିନ୍ସ ଓ ମିନିରାଲ୍ସ ଆଦି ନିଶ୍ଚୟ ନିଅନ୍ତୁ । ବନ୍ଧୁଗଣ ମୋଟାପଣକୁ କମାଇବା ପାଇଁ ଆପଣ ମାନେ କୌଣସି ପ୍ରକାରର ମେଡ଼ିସିନ ବା ପ୍ରୋଟିନ ପାଉଡରର ସେବନ କରନ୍ତୁ ନାହିଁ । ନାଚୁରାଲି ଆପଣ ମାନେ ନିଜ ମୋଟାପଣକୁ କମାଇବା ପାଇଁ ଚେଷ୍ଟା କରନ୍ତୁ । ତା ହେଲେ ବନ୍ଧୁଗଣ ଏହି ସବୁ କଥା ଗୁଡିକର ଧ୍ୟାନ ରଖନ୍ତୁ ଦେଖିବେ ଆପଣ ନିଜର ମୋଟାପଣ ସମସ୍ୟାକୁ ବହୁତ ଶୀଘ୍ର ଦୂର କରିପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *