ରାମାୟଣର ରାବଣ (Arvind Trivedi) ଙ୍କ ଘର, ପରିବାର ଓ lifestyle, ଜାଣନ୍ତୁ କେତେ କୋଟି ଟଙ୍କା ସମ୍ପତି ର ମାଲିକ ସେ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ରାମାନନ୍ଦ ସାଗରଙ୍କ ଟିଭି ସିରିଏଲ ‘ରାମାୟଣ’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ପ୍ରସିଦ୍ଧି ହାସଲ କରିଥିଲା କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଥିଲେ । ଏହି ସିରିଏଲରେ ରାମ, ଲକ୍ଷ୍ମଣ, ସୀତା ଓ ରାବଣର ଭୂମିକାକୁ ଲୋକମାନେ ସବୁଠାରୁ ଅଧିକ ପସନ୍ଦ କରିଥିଲେ ।

ଏହି ସିରିଏଲରେ ରାବଣର ଭୂମିକାରେ ଅରବିନ୍ଦ ତ୍ରିଭେଦୀ ନଜର ଆସିଥିଲେ । ଅରବିନ୍ଦ ରାବଣର ସୁନ୍ଦର ଭୂମିକା ପଦର୍ଶନ କରି ପ୍ରସିଦ୍ଧି ହାସଲ କରିଥିଲେ । ଅରବିନ୍ଦ ଥିଲେ ଜଣେ ଗୁଜୁରାତି ଅଭିନେତା ସେ ଅନେକ ଗୁଜୁରାତି ଓ ବଲିଉଡ ଫିଲ୍ମରେ କାମ କରିଛନ୍ତି । ହେଲେ ଗତ କିଛି ଦିନ ତଳେ ତାଙ୍କର ଦେ-ହା-ନ୍ତ ହୋଇଥିଲା । ଆଜି ଆମେ ଆପଣ ମାନଙ୍କୁ ଅରବିନ୍ଦଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅରବିନ୍ଦଙ୍କ ଜନ୍ମ ୮ ନଭେମ୍ବର ୧୯୩୮ ମସିହାରେ ମଧ୍ୟ ପ୍ରଦେଶ ଉଜେନରେ ହୋଇଥିଲା । ଅରବିନ୍ଦ ୮୨ ବର୍ଷ ବୟସରେ ପ୍ରା-ଣ ତ୍ୟାଗ କରିଥିଲେ । ଅରବିନ୍ଦଙ୍କ ମୃ-ତ୍ୟୁ ୬ ଅକ୍ଟୋବର ୨୦୨୧ ରେ ମୁମ୍ବାଇରେ ହୋଇଥିଲା । ଅରବିନ୍ଦ ଜଣେ ଭଲ ଅଭିନେତା ହେବା ସହ ଜଣେ ଭଲ ରାଜନୀତିଜ୍ଞ ମଧ୍ୟ ଥିଲେ । ସେ ବିଜେପି ପାର୍ଟିରେ କାର୍ଯ୍ୟରତ ଥିଲେ । ଅରବିନ୍ଦ ନିଜ ଅଭିନୟ କାରିୟରର ଆରମ୍ଭ ୧୯୭୧ ମସିହାରେ ଆସିଥିବା ଫିଲ୍ମ ‘ପରାୟା ଧନ’ରୁ କରିଥିଲେ ।

ଅରବିନ୍ଦଙ୍କ ପ୍ରଥମ ଟିଭି ସିରିଏଲର ନାମ ହେଉଛି ‘ରାମାୟଣ’ ଯେଉଁଥିରେ ସେ ରାବଣ ଭୂମିକାରେ ନଜର ଆସିଥିଲେ । ଅରବିନ୍ଦ ନିଜ ଅଭିନୟ କାରିୟରରେ ୨୫୦ ରୁ ଅଧିକ ହିନ୍ଦୀ ଓ ଗୁଜୁରାତି ଫିଲ୍ମରେ କାମ କରିଛନ୍ତି । ବନ୍ଧୁଗଣ ଅରବିନ୍ଦଙ୍କ ପତ୍ନୀଙ୍କ ନାମ ହେଉଛି ନଳିନୀ ତ୍ରିଭେଦୀ । ଅରବିନ୍ଦ ଓ ନଳିନୀଙ୍କ ବିବାହ ୪ ଜୁନ ୧୯୬୬ ମସିହାରେ ହୋଇଥିଲା । ଅରବିନ୍ଦଙ୍କ ଦୁଇଟି ଭାଇ ଓ ଗୋଟେ ଭଉଣୀ ଅଛନ୍ତି । ଏହା ସହ ଅରବିନ୍ଦ ଓ ନଳିନୀଙ୍କ ତିନୋଟି ଝିଅ ଅଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଅରବିନ୍ଦ ୭୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଥିଲେ ।

ଅରବିନ୍ଦଙ୍କୁ ତାଙ୍କ ଭାଇ ଉପେନ୍ଦ୍ର ତ୍ରିଭେଦୀ ବହୁତ ସପୋର୍ଟ କରିଛନ୍ତି । ଅରବିନ୍ଦଙ୍କ ବାପା କ୍ଷୀର ବିକୁ ଥିଲେ । ମଧ୍ୟ ପ୍ରଦେଶରେ ରହିବା ସମୟରେ ତାଙ୍କ ବାପାଙ୍କର ଦେ-ହା-ନ୍ତ ହୋଇଥିଲା । ଏହା ପରଠାରୁ ଅରବିନ୍ଦଙ୍କୁ ତାଙ୍କ ଭାଇ ଉପେନ୍ଦ୍ର ବହୁତ ସପୋର୍ଟ କରିଥିଲେ । ଆଜି ଅରବିନ୍ଦ ଆମ ମାନଙ୍କ ମଧ୍ୟରେ ନଥିଲେ ମଧ୍ୟ ଆମ ମାନଙ୍କ ମନରେ ସବୁଦିନ ରହିଯିବେ । ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ତାଙ୍କର ବହୁତ ବଡ ଅବଦାନ ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଅରବିନ୍ଦ ତ୍ରିଭେଦୀ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *