ପ୍ରଥମ ଥର ପାଇଁ ଦେଖନ୍ତୁ କ୍ୟାନ୍ସରରେ ମୃତ୍ୟୁ ବରଣ କରିଥିବା ଅଭିନେତ୍ରୀ Rajeswari ଙ୍କ ପୁରା ପରିବାର

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ରାଜେଶ୍ଵରୀ ରାୟ ମହାପାତ୍ର, ସିରିୟଲ ମାନଙ୍କରେ ଖଳନାୟିକା ଭାବରେ ବେସ ପ୍ରସିଦ୍ଧ । ମାତ୍ର ଭିତରେ ଭିତରେ ନାୟିକାର ଅଭିନୟ କରିଚାଲିଥିଲେ ଏହି ଅଭିନେତ୍ରୀ ଜଣକ । କ୍ୟାନ୍ସର ରୋଗରେ ପୀଡିତ ଥାଇ ମଧ୍ୟ କ୍ୟାନ୍ସରରୁ କିଭଳି ଫାଇଟ କରାଯାଏ ? ସମସ୍ତଙ୍କୁ ଶିଖାଇଥିଲେ ଏହି ଅଭିନେତ୍ରୀ ଜଣଙ୍କ । ମାତ୍ର ଆଉ ନାହାଁନ୍ତି ଏହି ଅଭିନେତ୍ରୀ ଜଣକ ।

କ୍ୟାନ୍ସର ସହିତ ଲଢି ଲଢି ଶେଷରେ ପ୍ରାଣତ୍ୟାଗ କରିଛନ୍ତି ସିରିୟଲ ଜଗତର ଚର୍ଚ୍ଚିତ ଖଳନାୟିକ ରାଜେଶ୍ଵରୀ ରାୟ ମହାପାତ୍ର । ଅନେକ ଚଳଚିତ୍ର ତଥା ଅନେକ ସିନେମାରେ ଖଳନାୟିକା ଭାବରେ ତାଙ୍କୁ ସମସ୍ତେ ଭଲ ପାଇଥିଲେ । ଖଳନାୟିକା ଭାବରେ ସେ ଯେତେବେଳେ ଅଭିନୟ ପରଦାରେ ଆସୁଥିଲେ ସେତେବେଳେ ସମସ୍ତଙ୍କର ରୋମମୂଳ ଟାଙ୍କୁରି ଉଠୁଥିଲା । ସେ ଏହିଭଳି ଜଣେ ଖଳନାୟିକା ଥିଲେ ଏବଂ ସେ ଅନେକ ଆଲବମ ମଧ୍ୟ କରିଥିଲେ । ତେବେ ତାଙ୍କର ଖଳନାୟିକା ରୂପକୁ କିଛିଦିନ ତଳେ ଭୁଲିଯାଇଥିଲେ ସମସ୍ତ କଳାକାର ।

କାରଣ କ୍ୟାନ୍ସରରେ ହଠାତ ପୀଡିତ ହେବା କାରଣରୁ, ସେ ଦୂରେଇ ଯାଇଥିଲେ ସିରିୟଲ ଜଗତରୁ । ମାତ୍ର ସିରିୟଲ ଜଗତରୁ ଦୂରେଇଲେ ମଧ୍ୟ ସେ ଟିଭିରେ ବେଳେବେଳେ ନଜର ଆସୁଥିଲେ । କାରଣ କ୍ୟାନ୍ସର ତାଙ୍କୁ ହରାଇ ଦେଇଥିଲା । ମାତ୍ର ଏହା ସତ୍ବେ ମଧ୍ୟ ସେ ହାର ମାନିନଥିଲେ । ଏବଂ ମନୋବଳ ଦୃଢକରି ପ୍ରତିଟି ସମସ୍ୟାର ସମଧାନ କରିବାକୁ ଆଗେଇ ଆସିଥିଲେ ।

ତାଙ୍କ ଦ୍ଵାରା ରଚିତ ଅନେକ ସିରିୟଲରେ ମଧ୍ୟ ସେ ନିଜର ପାରିଦର୍ଶିତା ଦେଖାଇଛନ୍ତି । କିନ୍ତୁ ଆଜି ତାଙ୍କ ମୃତ୍ୟୁରେ ପରିବାର ସହିତ କଳାକାର ମାନେ ମଧ୍ୟ ସ୍ତବ୍ଧ ଅଛନ୍ତି । ଓଡିଆ ଇଣ୍ଡଷ୍ଟ୍ରୀରେ ଏହିଭଳି ଜଣଙ୍କ ପରେ ଜଣେ ବିଶିଷ୍ଟ କଳାକାରଙ୍କ ପରଲୋକ ହେବାରେ ଲାଗିଛି । ଯାହାକି ଅନ୍ୟ ଅଭିନେତା ଅଭିନେତ୍ରୀ ମାନଙ୍କୁ ମର୍ମହାତ କରି ପକାଉଛି । ରାଜେଶ୍ଵରୀ ଙ୍କୁ ତାଙ୍କ ପରିବାର ଲୋକେ ବହୁତ ମନେ ପକାଇବା ସହିତ ତାଙ୍କ ସ୍ଵାମୀ ଏବଂ ପୁଅ ମଧ୍ୟ ଝୁରି ହେଉଛନ୍ତି ।

କିନ୍ତୁ ଦଇବ ଅତି ନିଷ୍ଠୁର ସେ ହାତ ବଢାଇ ଏକ ଶିଶୁଠାରୁ ତାର ମା’ ଙ୍କୁ ଦୂରେଇ ଦେଲା । ସ୍ଵାମୀ କାନ୍ଦି କାନ୍ଦି ମର୍ମାହତ ହୋଇ ବସିଛନ୍ତି । ଏବଂ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ରାଜେଶ୍ଵରୀ ଏକ ସାହସୀ ମହିଳା ଥିଲେ । ଏବଂ ସେ ନିଜ ଜୀବନକୁ ଅସୁସ୍ଥ ଥାଇ ମଧ୍ୟ ପରିବାର ସହିତ ରହି ଉପଭୋଗ କରୁଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *