ଛୁଆ ଫସିଥିଲା ହୋମ ପାଇପରେ, ପୋଲିସ ଓ ପୌର କର୍ମଚାରୀଙ୍କୁ ଡାକି ଆଣିଲା ମାଆ କୁକୁର ! କିନ୍ତୁ ହେଲା କିଛି ଏମିତି କି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି । ଲୋକମାନେ ନିଜ ଘରେ ରହି ଅତି ସହଜରେ ଏହି ସବୁ ଘଟଣା ଓ ଖବର ବିଷୟରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଘଟଣାଟି ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଭାଇରାଲ ହେଉଥିବା ଏହି ଭିଡିଓଟି ଆପଣ ମାନଙ୍କୁ ବିଚଳିତ କରିପାରେ । ବନ୍ଧୁଗଣ ଭିଡିଓରେ କଇଁ କଇଁ ହୋଇ କାନ୍ଦୁଛି ମା କୁକୁର । ବର୍ଷା ହେଉଛି ଓ ହୋମ ପାଇପି ଭିତରେ ପଶି ଯାଇଛି କୁକୁର ଛୁଆ । ମା କୁକୁରଟି ଯେତେ ଚେଷ୍ଟା କଲେ ବି ନିଜ ଛୁଆକୁ ବଞ୍ଚେଇ ପାରୁ ନାହିଁ ।

ମା କୁକୁରଟିର କଷ୍ଟ ଦେଖି ସ୍ଥାନୀୟ ଲୋକ ମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କିଛି ଉପାୟ ନଥିବାରୁ ଉପାୟ ଶୂନ୍ୟ ହୋଇ ଇଆଡେ ସିଆଡେ ଦଉଡିଛି ମା କୁକୁର । ଶେଷରେ କୁକୁର ହେଲେ ବି ବନ୍ଧୁଗଣ ତା ମୁଣ୍ଡରେ ବୁଦ୍ଧି ସୁଜିଲା ନିଜ ଛୁଆକୁ ବଞ୍ଚାଇବା ପାଇଁ ଚିତ୍କାର କରୁଥିବା ବେଳେ ଭଦ୍ରକ ପୋଲିସ ଓ ମୁନିସିପାଲଟି କର୍ମଚାରୀଙ୍କ ସହାୟତାରେ ଦୀର୍ଘ ସମୟ ପରେ ନିଜ ଛୁଆକୁ ମା କୁକୁର ଉଧାର କରିପାରିଲା ।

ହେଲେ ବନ୍ଧୁଗଣ ଭଗବାନଙ୍କର ଇଛା ବୋଧେ କିଛି ଅଲଗା ଥିଲା କାରଣ ଉଧାର କରିବା ସମୟରେ ଛୁଆଟିର ମୃତ୍ୟୁ ହୋଇଯାଇଥିଲା । ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଟାଉନ ଥାନା ପାଖରେ । ଭଦ୍ରକ ପୋଲିସ ଓ ମୁନିସିପାଲଟି କର୍ମଚାରୀ ମାନେ ନିଜ ଛୁଆଙ୍କୁ ଉଧାର କରିବା ପାଇଁ ଆପ୍ରାଣ ଚେଷ୍ଟା କରିଛନ୍ତି । ଉଧାର କରିବା ସମୟରେ ହୋମ ପାଇପ ସାମ୍ନାରେ ଅପେକ୍ଷା କରି ବସିଛି ମା କୁକୁର ।

ପୋଲିସ କର୍ମୀ ଓ ମୁନିସିପାଲଟି କର୍ମଚାରୀ କୁକୁର ଛୁଆକୁ ଉଧାର କଲେ ସତ ହେଲେ ସେତେବେଳେ ଛୁଆଟି ଆଉ ବଞ୍ଚି ନଥିଲା । ଯେତେବେଳେ ମା କୁକୁର ଜାଣିଲା ତାର ଛୁଆ ଆଉ ଏହି ଦୁନିଆରେ ନାହିଁ ସେତେବେଳେ ସେ ମଣିଷ ଭଳି ନିଜ ଛୁଆକୁ ନେଇ ଗୋଟେ ସ୍ଥାନରେ ପୋତି ଦେଇଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *