ପ୍ରଥମଥର ଦେଖନ୍ତୁ ଓଡିଶାର ଫେମସ ଖଳନାୟକ ରାଇମୋହନ ପରିଡାଙ୍କ Family & Biography

ନମସ୍କାର ବନ୍ଧୁଗଣ । ଆପଣମାନେ ରାଇମୋହନ ପରିଡାଙ୍କୁ ନିଶ୍ଚୟ ଜାଣିଥିବେ । କିନ୍ତୁ କଣ ଆପଣ ରାଇମୋହନ ପରିଡାଙ୍କ ପରିବାର ଓ ଜିବନି ବିଷୟରେ କିଛି ଜାଣିଛନ୍ତି କି ? ଯଦି ଜାଣି ନାହାନ୍ତି ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ଫ୍ରେଣ୍ଡ ଆପଣ ମାନେ ଅଭିନେତା ରାଈ ମୋହନ ପରିଡାଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଓଡିଶାର ଖଳନାୟକ ଭାବେ ପରିଚିତ ରାଇମୋହନ ପରିଡା । ତାଙ୍କର ଜନ୍ମ 1963 ମସିହାରେ । ତାଙ୍କର ଜନ୍ମ ସ୍ଥାନ ହେଉଛି କେଉଁଝର ର ଉଦୟପୁର ଗ୍ରାମରେ ।

ସେ ଚାରି ଝିଅ ରେ ଗୋଟିଏ ପୁଅ ଥିଲେ । ସେଥିପାଇଁ ପରିବାରରେ ସେ ବହୁତ ଗେଲ୍ହା ଥିଲେ । ତାଙ୍କ ବାପାଙ୍କ ନାମ ହେଉଛି ତ୍ରିଲୋକନାଥ ପରିଡା । ସେ BLW ଭାବେ କାର୍ଯ୍ୟ କରୁଥିଲେ । ମା ହେଉଛନ୍ତି ତିଳୋତ୍ତମା ପରିଡା । ରାଇମୋହନ ପରିଡାଙ୍କ ପତ୍ନୀ ଙ୍କ ନାମ ହେଉଛି ରଞ୍ଜିତା ପରିଡା ।

ସେ 1992 ମସିହାରେ ରଞ୍ଜିତାଙ୍କୁ ପ୍ରେମ ବିବାହ କରିଥିଲେ । ରାଇମୋହନ ପରିଡା 2 ଟି କନ୍ୟା ସନ୍ତାନର ବାପା ମଧ୍ୟ ଅଟନ୍ତି । ବଡ ଝିଅଙ୍କ ନାମ ହେଉଛି ଶେଫାଳି ପରିଡା । ସାନ ଝିଅ ହେଉଛନ୍ତି ଉଦିତା ପରିଡା । ରାଇମୋହନ ପରିଡା ଗ୍ରାଜୁଏସନ କରଞ୍ଜିଆ ମହା ବିଦ୍ୟାଳୟରେ ଶେଷ କରିଥିଲେ ।

ଉତ୍କଳ ସଂଗୀତ ମହା ବିଦ୍ୟାଳୟରେ ସେ ମଧ୍ୟ ଅଧ୍ୟୟନ କରିଛନ୍ତି । ମଞ୍ଚ ନାଟକରୁ ତାଙ୍କର ଅଭିନୟର ଜୀବନୀ ଆରମ୍ଭ ହୋଇଥିଲା । ସେ ଅଷ୍ଟମ ଶ୍ରେଣୀରୁ ଗାଁ ରେ ହେଉଥିବା ନାଟକରେ ଅଭିନୟ କରୁଥିଲେ । 1985 ମସିହାରେ ସେ ତାଙ୍କର ପ୍ରଥମ ଓଡିଆ ଫିଲ୍ମରେ ଅଭିନୟ ଅଭିନୟ କରିଥିଲେ ।

ତାଙ୍କର ପ୍ରଥମ ଓଡିଆ ଫିଲ୍ମ ହେଉଛି ପକା କମ୍ବଳ ପୋତ ଛତା । ସେଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ 1992 ମସିହାରେ ସାଗର ଭୂମିକାରେ ଅଭିନୟ କରିଥିଲେ । ଏହିପରି 100 ରୁ ଉର୍ଦ୍ଧ ଓଡିଆ ଫିଲ୍ମ ରେ ସେ ଅଭିନୟ କରିଛନ୍ତି । ଅଲିଉଡ ର ଶ୍ରେଷ୍ଟ ଖଳନାୟକ ଭାବେ ମଧ୍ୟ ସେ ପରିଚିତ । 2002 ମସିହାରେ ସେ ଓଡିଆ ଫିଲ୍ମ ଛାଡି ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ ।

ସେ ଓଡିଆ ଯାତ୍ରା ଓ ଫିଲ୍ମ ସହ କିଛି ହିନ୍ଦୀ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି । ଓଡିଆ ଯାତ୍ରା ଜଗତରେ ସେ ବେଶ ସୁନାମ ଅର୍ଜନ କରିଛନ୍ତି । ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ରାଇମୋହନ ପରିଡାଙ୍କ ଆକଟିଂ କେମିତି ଲାଗେ ଆମକୁ ନିଶ୍ଚିତ ଭାବେ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *