ଅଭିନେତା Pintu Nanda ଙ୍କ ଜୀବନର କିଛି ଅଜଣା କଥା ! କିପରି ଡାକ୍ତରୀ ପାଠ ଛାଡି ବନିଗଲେ ଆକ୍ଟର, ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ଜଣେ ଭର୍ସାଟାଇଲ କଳାକାର ପିନ୍ଟୁ ନନ୍ଦ ! ଯିଏ କି ନିଜ ଅଭିନୟ ମାଧ୍ୟମରେ କେତେ ଲୋକଙ୍କୁ ହସାଇଛନ୍ତି ଓ କନ୍ଦାଇଛନ୍ତି । ତେବେ ସେହି ଘରେ ଘରେ ସୁପରିଚିତ କଳାକାର ପିନ୍ଟୁ ନନ୍ଦଙ୍କ ଜୀବନ କାହାଣୀ ଉପରେ କିଛି ସଂକ୍ଷିପ୍ତରେ ଆଲୋଚନା କରିବା । ତେବେ ପିନ୍ଟୁ ନନ୍ଦଙ୍କ ଅଭିନୟ କ୍ଯାରିଅର ପ୍ରତି ପ୍ରଥମରୁ ଯଦିଓ ଦୁର୍ବଳତା ନଥିଲା ।

ହେଲେ ଆକସ୍ମିକ ଭାବରେ ଏପରି କିଛି ହଟାତ ଭାବରେ ପିନ୍ଟୁ ଅଭିନୟ ଜଗତରେ ପାଦ ଥାପିଦେଇଥିଲେ । ତେବେ ଅଭିନୟର ପ୍ରଥମ ଛାପ ପରେ ଆଉ କେବେବି ପଛକୁ ଚାହିଁନାହାନ୍ତି । ତାପରେ ଗୋଟିଏ ପରେ ଗୋଟିଏ ସିରିଏଲ, ଫିଲ୍ମରେ ଅଭିନୟ କରି ବହୁ ଦର୍ଶକଙ୍କ ବହୁ ମାତ୍ରାରେ ଭଲ ପାଇବା ପାଇପାରିଛନ୍ତି । ତେବେ ଜଗତସିଂହ ପୁରର ଜମିଦାରୀ ପରିବାରରେ ପିନ୍ଟୁ ନନ୍ଦଙ୍କ ଜନ୍ମ ।

ତେବେ ବାପା ଜଣେ ଏକ୍ଷୁକିଟିଭ ଇଞ୍ଜିନିଅର ଓ ମା ଜଣେ ହେଡମିଷ୍ଟ୍ରେସ । ତେବେ ପିନ୍ଟୁ ନନ୍ଦ ଛୋଟ ବେଳୁ ଅଭାବ ଅନାଟନର ସାମ୍ନା କେବେବି କରିନାହାନ୍ତି । ତେବେ ନିଜର ଡାକ୍ତର ପଢା ସହିତ ପିନ୍ଟୁ କ୍ରିକେଟ ଖେଳ ପ୍ରତି ମଧ୍ୟ ବହୁତ ରୁଚି ରଖିଥାନ୍ତି । ତେବେ ପିନ୍ଟୁଙ୍କ ଥରେ ଗୋଡିଏ ଷ୍ଟୂଡିଓ ସାମ୍ନାରେ ପଡିଆରେ କ୍ରିକେଟ ଖେଳ ଚାଲିଥିଲା ।

ସେହି ସମୟରେ ଖେଳୁ ଖେଳୁ ସ୍ଵର୍ଗତ ଫିଲ୍ମ ନିର୍ଦ୍ଧେଶକ ରାଜୁ ଦାସ ଓ ବିକାଶ ଚୌଧୁରୀ ପିନ୍ଟୁଙ୍କ ପାଖକୁ ଆସି କହିଥିଲେ । ତମେ ଗୋଟିଏ ସିରିଏଲରେ ଅଭିନୟ କରିବ । ତେବେ ପିନ୍ଟୁ ଅଭିନୟର କଥା ଶୁଣି ତାହାକୁ ମନା ନକରି ଅଭିନୟ କରିବେ ବୋଲି ହଁ ଭରିଦେଇଥିଲେ । କାରଣ ବିକାଶ ଚୌଧୁରୀ ଓ ରାଜୁ ଦାସ ଆଗରୁ ହିଁ ପିନ୍ଟୁ ନନ୍ଦଙ୍କ ବଡ ଭାଇ ଅଭିରାମ ପଣ୍ଡାଙ୍କୁ ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢିବା ସମୟରେ ଜାଣିଥିଲେ ।

ତାପରେ ସେବେଠାରୁ ହିଁ ପିନ୍ଟୁ ନନ୍ଦଙ୍କ ଅଭିନୟ କ୍ଯାରିଆର ଆରମ୍ଭ ହୋଇଯାଇଥିଲା । ତେବେ ନିଜର ଡାକ୍ତର ପାଠ ପଢା ସାରି ଜଣେ ଡାକ୍ତର ହୋଇ ମଧ୍ୟ ପିନ୍ଟୁ ନିଜ କ୍ଯାରିଅର ଅଭିନୟରେ ଗଢିବାକୁ ବହୁ ପସନ୍ଦ କରିଥିଲେ । ତେବେ ଗୋଟିଏ ପରେ ଗୋଟିଏ ସିରିଏଲ କରୁ କରୁ ତାପରେ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା ।

ତେବେ ପିନ୍ଟୁ ନନ୍ଦଙ୍କର ପ୍ରଥମ ସିରିଏଲ ହେଉଛି ମୁଁ ତମକୁ ଭଲ ପାଏ । ପ୍ରଥମ ଚଳଚିତ୍ର ହେଉଛି କୋଇଲି । ତେବେ ଏପରି ଅଭିନୟ ପ୍ରୟାସ ଜାରୀ ରହିଥିବା ମଧ୍ୟରେ ପିନ୍ଟୁଙ୍କ ସ୍ଵସ୍ଥବସ୍ତା ଖରାପ ହୋଇଯାଇଥିଲା । ତାପରେ ପିନ୍ଟୁଙ୍କ ସ୍ଵାସ୍ଥବସ୍ତା ଖରାପ ଥିବା ସମୟରେ ହିଁ ତାଙ୍କ ପରଲୋକ ଘଟିଥିଲା । ତେବେ ପିନ୍ଟୁ ନନ୍ଦ ନିଜର ନିଖୁଣ ଅଭିନୟ ପାଇଁ ସବୁଦିନ ଆମ ନିକଟରେ ଅମର ହୋଇ ରହିବେ। ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *