ପ୍ରଥମ ଥର ପାଇଁ ଦେଖନ୍ତୁ Ollywood ଅଭିନେତା Deepak ଙ୍କ ପରିବାର ଓ Biography

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ନିଜର ଦମଦାର ଅଭିନୟ ପ୍ରଦର୍ଶନ ଜରିଆରେ ଇଣ୍ଡଷ୍ଟ୍ରୀ ରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

ସେଥି ମଧ୍ୟରୁ ଅନ୍ୟତମ ହେଉଛନ୍ତି ଓଲିଉଡ ର ଲୋକପ୍ରିୟ ଅଭିନେତା ଦୀପକ । ଦୀପକ ମଧ୍ୟ ନିଜର ଜବରଦସ୍ତ ଅଭିନୟ ପାଇଁ ସମଗ୍ର ଓଡ଼ିଶା ରେ ପରିଚିତ । ଦୀପକ ଙ୍କ ଅଭିନୟ କୁ ସମସ୍ତ ଦର୍ଶକ ଖୁବ ମାତ୍ରାରେ ପସନ୍ଦ କରନ୍ତି । ଦୀପକ ଅନେକ ଓଡ଼ିଆ ଫିଲ୍ମ ରେ ନିଜର ଅଭିନୟ ପ୍ରଦର୍ଶନ କରିଛନ୍ତି ଏବଂ ଦର୍ଶକ ମାନଙ୍କ ମନୋରଞ୍ଜନ କରିଛନ୍ତି । ସେ ନିଜ ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି ।

ତାଙ୍କ ଅଭିନୀତ ଫିଲ୍ମ ଗୁଡ଼ିକ ମଧ୍ୟରୁ ‘ଚାନ୍ଦ ନା ତମେ ତାରା’, ‘ସପନର ନାୟିକା’, ‘ଫାମିଲି ନମ୍ବର ୱାନ୍’, ‘ମନ ମୋର ପ୍ରଜାପତି’ ଆଦି ଅନ୍ୟତମ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତା ଙ୍କ ରିଅଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଦୀପକ ଙ୍କ ପୁରା ନାମ ହେଉଛି, ଦୀପକ କୁମାର ବାରିକ । ଦୀପକ ୧୯ ଡିସେମ୍ବର ରେ ଜନ୍ମ ଗ୍ରହଣ କରିଛନ୍ତି । ଏହି ଅଭିନେତା ଙ୍କ କ୍ୟାରିଅର ସମ୍ବନ୍ଧରେ ଯଦି କହିବା ତେବେ ସେ ଓଡ଼ିଆ ଫିଲ୍ମ ‘ମନ ମୋର ପ୍ରଜାପତି’ ରୁ ନିଜ ଫିଲ୍ମୀ କ୍ୟାରିଅର ର ଆରମ୍ଭ କରିଛନ୍ତି ।

ଏହା ତାଙ୍କ ଦ୍ୱାରା ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଅଟେ । ଏହାପରେ ସେ ଅନେକ ଫିଲ୍ମ ରେ ଅଭିନୟ କରି ଦର୍ଶକ ଙ୍କ ହୃଦୟ କୁ କିଣି ନେଇଛନ୍ତି । ଏହି ଅଭିନେତା ୨୦୧୮ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ତନୁଜା ସାହୁ । ତନୁଜା ଙ୍କ ଘର ଯାଜପୁର ଠାରେ ଅବସ୍ଥିତ । ଏହା ବ୍ୟତୀତ ଦୀପକ ନିଜ ସମ୍ପୂର୍ଣ୍ଣ ପରିବାର ଙ୍କ ସହିତ ରୁହନ୍ତି ।

ଆପଣ ଦୀପକ ଙ୍କ ପରିବାର କୁ ଏହି ଫଟୋ ମାଧ୍ୟମରେ ନିଶ୍ଚିତ ଭାବରେ ଦେଖି ପାରୁଥିବେ । ଯେହେତୁ ବର୍ତ୍ତମାନ କୋରନା କାଳ ଚାଲିଛି ତେଣୁ ଦୀପକ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପତ୍ନୀ ଙ୍କ ସହିତ ଡ୍ୟାନ୍ସ କରି ନିଜ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ଏବଂ ଘରେ ରହି ଦର୍ଶକ ମାନଙ୍କ ମନୋରଞ୍ଜନ କରୁଛନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *