ପ୍ରେରଣାଙ୍କ ଘର ଆଗରେ ବରଯାତ୍ରୀଙ୍କ ସହ ନାଚିଲେ ଅଭିନେତା Aswini…ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତା ଅଶ୍ଵିନୀ ଏବଂ ଅଭିନେତ୍ରୀ ପ୍ରେରଣା ଙ୍କ ବିବାହ ହୋଇଯାଇଛି । ତେବେ ଅଶ୍ଵିନୀ ବରଯାତ୍ରୀ ଙ୍କୁ ନେଇ ପହଁଞ୍ଚିଥିଲେ ପ୍ରେରଣା ଙ୍କ ଘରେ । କିଭଳି ଭାବରେ ଅଶ୍ଵିନୀ ସେଠାରେ ଡ୍ୟାନ୍ସ କରିଥିଲେ ତାହା ଆସନ୍ତୁ ଜାଣିନେବା । ଆପଣ ମାନେ ଜାଣିଥିବେ ଯେ ଓଡିଆ ଇଣ୍ଡଷ୍ଟ୍ରୀରେ ଅନେକ ଅଭିନେତା ତଥା ଅଭିନେତ୍ରୀ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ସୋ-ସି-ଆ-ଲ ମି-ଡି-ଆ ରେ ଚର୍ଚ୍ଚା ରେ ରହିଥାନ୍ତି ।

ତାଙ୍କ ପରିସରରେ ଅନୁଷ୍ଠିତ ହେଉଥିବା ସମସ୍ତ ଘଟଣା ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଦେଖିବାକୁ ମିଳିଥାଏ । ତେବେ ଗତକାଲି ଓଡିଆ ଆଙ୍କର ଅଶ୍ଵିନୀ ଏବଂ ପ୍ରେରଣା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କ ବିବାହ ରେ ଅନେକ ବଡ ବଡ ଓଡିଆ ସେଲିବ୍ରେଟି ଯୋଗଦାନ କରିଥିଲେ । ଓଡିଆ ଅଭିନେତା ଏବଂ ଅଭିନେତ୍ରୀ ଙ୍କ ଠାରୁ ଆରମ୍ଭ କରି କଣ୍ଠଶିଳ୍ପୀ ଅସୀମା ପଣ୍ଡା ମଧ୍ୟ ଯୋଗଦାନ କରିଥିଲେ ।

ତେବେ ଅଶ୍ଵିନୀ ନିଜ ମନର ମଣିଷ ପ୍ରେରଣା ଙ୍କ ଘର ପାଖରେ ଏକ ଷ୍ଟାଇଲିସ କାର ମାଧ୍ୟମରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ମାତ୍ରେ ଅଶ୍ଵିନୀ ସଙ୍ଗୀତର ତାଳେ ତାଳେ ହାତରେ ବାଣ ଧରି ନାଚିବାକୁ ଲାଗିଲେ । ଏହି ଦୃଶ୍ୟ ଦେଖିବାକୁ ବହୁତ ନିଆରା ଥିଲା । ଯାହାକୁ ପ୍ରେମ କରିବ ତାହାକୁ ନିଜ ଜୀବନସାଥୀ ରୂପେ ସାରା ଜୀବନ ପାଇଁ ନିଜର କରିବାକୁ ସମସ୍ତେ ଚାହିଁଥାନ୍ତି । କିନ୍ତୁ କେତେକ ଙ୍କ କ୍ଷେତ୍ରରେ ଏହା ସଫଳ ହୋଇ ନଥାଏ ।

ଅଶ୍ଵିନୀ ଏବଂ ପ୍ରେରଣା ଙ୍କ କ୍ଷେତ୍ରରେ କିନ୍ତୁ ଏହା ସଫଳ ହୋଇ ସାରିଛି । ଅନେକ ଦିନ ଇଣ୍ଡଷ୍ଟ୍ରୀରେ କାମ କରିବା ସହିତ ଉଭୟ ବର୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାକୁ ନେଇ ଉଭୟଙ୍କ ପରିବାର ଲୋକେ ମଧ୍ୟ ବହୁତ ଖୁସି ଥିବାର ଜଣାପଡିଛି । ଏହି ଯୋଡି କୁ ପସନ୍ଦ କରୁଥିବା ପ୍ରଶଂସକ ମାନେ ମଧ୍ୟ ଭଗବାନ ଙ୍କ ନିକଟରେ ଉଭୟଙ୍କ ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ସୋ-ସି-ଆ-ଲ ମି-ଡି-ଆ ରେ କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି ।

ନିକଟରେ କିଛି ଦିନ ତଳେ ଅଶ୍ଵିନୀ ଏବଂ ପ୍ରେରଣା ଏକ ଆଲବମ କରିଥିଲେ ଯାହା ବେସ ଚର୍ଚ୍ଚା ସାଉଁଟି ଥିଲା । ସେହି ଗୀତଟି ଥିଲା “ଫଗୁଣରେ ଫଗୁଣ ମୁଁ ଦେଇଛି ସିନ୍ଦୁର” । ଆଜି ଅଶ୍ଵିନୀ ପ୍ରେରଣା ଙ୍କ ମଥାରେ ସବୁଦିନ ଲାଗି ସିନ୍ଦୁର ଭରି ନିଜର କରିନେଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *