ଏହି ହିରୋଇନଙ୍କ ପ୍ରେମରେ ଦିବାନା ଥିଲେ ଆମିର, ଯାହାଙ୍କ ପାଇଁ ସେ ନିଜ ରକ୍ତରେ ଲେଖିଥିଲେ ଚିଠି

ବନ୍ଧୁଗଣ ବଲିଉଡ ର ସଫଳ ଓ ଲୋକପ୍ରିୟ ଅଭିନେତା ଆମିର ଖାନ ଏବେ ୫୪ ବର୍ଷ ର ହୋଇ ଗଲେଣି। ଆମିର ଖାନ ଙ୍କ ଜନ୍ମ ୧୪ ମାର୍ଚ୍ଚ ୧୯୬୫ରେ ବମ୍ବେ ରେ ହୋଇଥିଲା।ଆମିର ଙ୍କ ର ପୁରା ଓ ଅସଲି ନାମ ହେଲା ମହମ୍ମଦ ଆମିର ହୁସେନ ଖାନ। ଆମିର ନିଜର ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।କିନ୍ତୁ ନିଜର ବାସ୍ତବ ଜୀବନ ଓ ପରିବାର କୁ ନେଇ ସେ କମ ଚର୍ଚ୍ଚା ରେ ଥାଆନ୍ତି।

ଆମିର ଫିଲ୍ମ ‘କୟାମତ ସେ କୟାମତ ତକ୍’ ଜରିଆରେ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମ କୁ କରିବା ପୂର୍ବରୁ ହିଁ ଆମିର ଗୋଟିଏ ଝିଅକୁ ନିଜର ହୃଦୟ ଦେଇ ବସିଥିଲେ। ତେବେ ଚାଲନ୍ତୁ ଜାଣିବା କିଏ ଥିଲା ସେ ଝିଅ ଯିଏ ଆମିର ଙ୍କୁ ପାଗଳ କରି ଦେଇଥିଲା।

ସେ ଝିଅ କିଏ ଆଉ ନୁହେଁ ତାଙ୍କ ପ୍ରଥମ ସ୍ତ୍ରୀ ରୀନା ଦତ୍ତା ଥିଲେ। ଆମିର ଖାନ ରୀନା ଙ୍କ ପ୍ରେମ ରେ ଏତେ ପାଗଳ ହୋଇ ଯାଇଥିଲେ ଯେ ସେ ନିଜ ରକ୍ତ ରେ ରୀନା ଙ୍କ ପାଇଁ ଏକ ପ୍ରେମ ପତ୍ର ମଧ୍ୟ ଲେଖିଥିଲେ। କିନ୍ତୁ ଏହା ପରେ ରୀନା ବହୁତ ରାଗି ଯାଇଥିଲେ ଓ ଆଉ ଏଭଳି କାମ ନ କରିବାକୁ କହିଥିଲେ।

ଆମିର ଓ ରୀନା ଙ୍କ ଧର୍ମ ହେଉଛି ଅଲଗା ଅଲଗା। ସେଥିପାଇଁ ତାଙ୍କ ବିବାହ ରେ ବହୁତ ଅସୁବିଧା ଆସିଥିଲା। କିନ୍ତୁ ଆମିର ଏହାକୁ ଖାତିର ନ କରି ୧୯୮୬ ରେ ରୀନା ଦତ୍ତା ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇ ଯାଇଥିଲେ। ବିବାହ ର ଷୋହଳ ବର୍ଷ ପରେ ଅର୍ଥାତ ୨୦୦୨ରେ ଆମିର ଏବଂ ରୀନା ଙ୍କ ଏହି ସମ୍ପର୍କ ଭାଙ୍ଗି ମଧ୍ୟ ଯାଇଥିଲା। ଆମିର ଏହା ବି କହିଥିଲେ କି ତାଙ୍କ ପାଇଁ ସେ ସମୟ ବହୁତ କଷ୍ଟସାଧ୍ୟ ଥିଲା।କିନ୍ତୁ ସେ ଏହି କଥାକୁ ନେଇ ଖୁସି ଥିଲେ କି ସେ ରୀନା ଙ୍କ ସହ ଷୋହଳ ବର୍ଷ ବିତେଇ ଥିଲେ।

ଆମିର ଏହା ଭି କହିଥିଲେ କି ଆଜି ବି ତାଙ୍କ ମନରେ ରୀନା ଙ୍କୁ ନେଇ ସେହି ସମ୍ମାନ ଅଛି ଯାହା ଷୋହଳ ବର୍ଷ ପୂର୍ବରୁ ଥିଲା। ରୀନା ଓ ଆମିର ଙ୍କ ର ଦୁଇଟି ସନ୍ତାନ ମଧ୍ୟ ଅଛି । ପୁଅ ଜୁନେଦ ଖାନ ଓ ଝିଅ ଇରା ଖାନ। ରୀନା ଦତ୍ତା ଙ୍କ ଠାରୁ ଅଲଗା ହେବାର ୩ ବର୍ଷ ପରେ ଆମିର କିରଣ ରାଓ ଙ୍କ ସହ ବିବାହ କରି ଦେଇଥିଲେ। ତେବେ ଯେଉଁ ଝିଅ ଆମିର ଖାନ ଙ୍କୁ ପାଗଳ କରି ଦେଇଥିଲେ ସେ କେହି ଆଉ ନୁହେଁ ବରଂ ତାଙ୍କ ପ୍ରଥମ ଧର୍ମ ପତ୍ନୀ ରୀନା ହିଁ ଥିଲେ।

ଆମିର ଖାନ ନିଜର ସମସ୍ତ ଫିଲ୍ମ ରେ ସବୁବେଳେ ନିଜର ଅଭିନୟ କୁ ଏକ ଭିନ୍ନ ଭିନ୍ନ ଅନ୍ଦାଜ ରେ ପରିବେଷଣ କରିଥାନ୍ତି। ତେଣୁ ତାଙ୍କର ଅଧିକାଂଶ ଫିଲ୍ମ ସୁପରହିଟ ହୋଇଥାଏ। ଓ ଦର୍ଶକ ମାନେ ଆମିର ଙ୍କୁ ଖୁବ ପସନ୍ଦ ମଧ୍ୟ କରନ୍ତି ଓ ତାଙ୍କ ଫିଲ୍ମ କୁ ଅପେକ୍ଷା ମଧ୍ୟ କରିଥାନ୍ତି। ଆମିର ଖାନ ନିଜର ଫିଲ୍ମ ଓ ନିଜର ନୂତନ ଶୈଳୀ ହେଉ କିମ୍ବା ବିଭିନ୍ନ ପ୍ରକାରର ଚରିତ୍ର କୁ ନେଇ ସେ ମିଡିଆରେ ସବୁବେଳେ ଚର୍ଚ୍ଚା ରେ ଥାନ୍ତି।

କିନ୍ତୁ ତାଙ୍କ ପରିବାର ର କଥା ହେଉ କିମ୍ବା ନିଜର ବ୍ୟକ୍ତିଗତ କିଛି ବି କଥାକୁ ନେଇ ସେ କେବେ ବେସି ଚର୍ଚ୍ଚା ରେ ନ ଥାଆନ୍ତି। କାରଣ ତାଙ୍କୁ ଏହା ପସନ୍ଦ ନୁହେଁ। ତେବେ ଆମେ ଆଶା କରୁଛୁ କି ଆପଣ ମାନେ ଆମିର ଖାନଙ୍କୁ ପାଗଳ କରିଥିବା ଝିଅ ବିଷୟରେ ଆଲୋଚନା ପସନ୍ଦ ଆସିଥିବ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *