ବନ୍ଧୁଗଣ 2020 ଭଳି ଦାଉ ସାଜିଛି ବର୍ଷ 2021 । ପ୍ରତିଦିନ କିଛି ନା କିଛି ଖରାପ ଖବର ଆମକୁ ଶୁଣିବାକୁ ମିଳି ଯାଉଛି । ବର୍ତ୍ତମାନ ସେମିତି ହିଁ ଏକ ଦୁଃଖ ଖବର ଆସି ପହଞ୍ଚି ଯାଇଛି ।
ଆଉ ନାହାଁନ୍ତି ଓଡିଶାର ମହାନ ପବଚକ ଚାରଣ ରାମଦାଶ । ଆପଣ ମାନେ ଚାରଣ ରାମଦାଶ ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ । ଆପଣ ତାଙ୍କର ବହୁତ ସାରା ପ୍ରବଚନ ମଧ୍ୟ ନିଶ୍ଚିତ ଭାବରେ ଶୁଣିଥିବେ । ତେବେ ଫ୍ରେଣ୍ଡ୍ସ ଓଡିଶାର ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତେ ଚାରଣ ରାମଦାଶଙ୍କ ପ୍ରବଚନ ଦ୍ଵାରା ଉପକୃତ ହୋଇଛନ୍ତି ।
ତାଙ୍କ ଜୀବନ ସାରା ସେ ଜଗନ୍ନାଥ ସଂସ୍କୃତିର ଉନ୍ନତି କିପରି ହେବ ଜଗନ୍ନାଥ ସଂସ୍କୃତି କୁ ସାରା ଦେଶାର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ସେ ବହୁତ ଅଧିକ ଚେଷ୍ଟା କରିଛନ୍ତି । ତେବେ ଫ୍ରେଣ୍ଡ୍ସ ଚାରଣ ରାମଦଶ ଙ୍କ ମୃ-ତ୍ୟୁ ବର୍ତ୍ତମାନ ସମୟରେ ଓଡିଶା ପାଇଁ ଏକ ବହୁତ ବଡ କ୍ଷତି ଅଟେ । ତାଙ୍କ ଭଳି ଜଣେ ପ୍ରବଚକ ତାଙ୍କ ଭଳି ଜଣେ ଭକ୍ତ, ଆଗାମୀ ଦିନ ମାନଙ୍କରେ ଓଡ଼ିଶାକୁ ମିଳିବା ବହୁତ କଷ୍ଟ ।
ଗତ କିଛି ଦିନ ହେବ ଚାରଣ ରାମଦାଶ କୋଭିଡ ରେ ପୀଡିତ ଥିଲେ ଓ ଭୁବନେଶ୍ବରର ଏକ ଘରୋଇ ହସ୍ପିଟଲ ରେ ଚିକିତ୍ସିତ ମଧ୍ୟ ହେଉଥିଲେ । କୋଭିଡ ଭଲ ହେବା ପରେ ସେ ଘରକୁ ଦୁଇ ଦିନ ପୂର୍ବେ ଫେରି ଯାଇଥିଲେ କିନ୍ତୁ ତାଙ୍କ ଅକ୍ସିଜେନ ଲେଭଲ ହଠାତ କମି ଯାଇଥିଲା ।
ଅକ୍ସିଜେନ ଲେଭଲ କମିବା ପରେ ଗତକାଲି ତାଙ୍କୁ ପୁରୀର କୋଭିଡ ହସ୍ପିଟଲ କୁ ନିଆ ଯାଇଥିଲା । ସେଠାରେ ତାଙ୍କର ଧୀରେ ଧୀରେ ଅକ୍ସିଜେନ ଲେଭଲ କମିବାରେ ଲାଗିଥିଲା । କାରଣ ତାଙ୍କର ଆଗରୁ ଶ୍ବାସକ୍ରିୟା ଜନିତ ରୋଗ ରହିଥିଲା । ଶେଷରେ ଗତକାଲି ରାତି 9.30 ବେଳେ ସେ ମୃ-ତ୍ୟୁ ବରଣ କରିଛନ୍ତି ।
ତାଙ୍କ ମୃ-ତ୍ୟୁରେ ଓଡିଶାର ସମସ୍ତ ବରିଷ୍ଟ ଲୋକମାନେ ଶୋକ ପ୍ରକାଶ କରିଛନ୍ତି । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଚାରଣ ରାମଦଶ ଙ୍କର ପ୍ରବଚନ କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ । ତାଙ୍କର ଅମର ଆତ୍ମା ର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ।