ଆପଣଙ୍କୁ କୋଟିପତି କରାଇବ କାଉ କରନ୍ତୁ ଖାଲି ଏହି କାମ !!

କାଉ ଶୁଭ କି ଅଶୁଭ ଜାଣନ୍ତୁ ଶାସ୍ତ୍ରରେ ବର୍ଣିତ ରହସ୍ୟ ବିଷୟରେ । ଅନେକ ଲୋକ କାଉକୁ ଅଶୁଭ ବୋଲି କହିଥାନ୍ତି , ହିନ୍ଦୁ ଧର୍ମରେ ମଧ୍ୟ କାଉକୁ ଅଶୁଭ କୁହା ଯାଇଥାଏ । ତେବେ କାଉ ମଣିଷକୁ ଆଗକୁ ଘଟିବାକୁ ଥିବା ଘଟଣାର ଆଗୁଆ ସୂଚନା ଦେଇଥାଏ । କାଉ ଆଗୁଆ ଅଥିତିଙ୍କ ଆଗମନର ସୂଚନା ଦେଇଥାଏ । କାଉ ଘର ଛାତ କି ଚାଳରେ ବସି ବାରମ୍ବାର ରାବ ଦେଲେ ଘରକୁ କୂଣିଆ ଆସିବେ ବୋଲି ଧରା ଯାଇଥାଏ । ସେହିଭଳି କାଉଙ୍କ ଦେହରେ ପିତୃପୁରୁଷଙ୍କ ପ୍ରତିବିମ୍ବ , କାଉ ଖାଇଲେ ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ପାଇଲା ବୋଲି ବିଶ୍ଵାସ କରାଯାଏ ।

ଯଦି ଆମେ ପୁରାଣର କଥା କହିବା ତେବେ ଏହି ପକ୍ଷୀ ଅମୃତର ସ୍ଵାଦ ଚାଖିଥିଲା । ସେଥିପାଇଁ କାଉର କେବେ ସ୍ଵାଭାବିକ ମୃତ୍ୟୁ ହୋଇନଥାଏ । ଏମିତି ବି କୁହାଯାଏ ଯେ କାଉ କେବେ ବି ଏକୁଟିଆ ଭୋଜନ କରିନଥାଏ । କାଉ ମଣିଷକୁ ଅନେକ ଆଗୁଆ ସଙ୍କେତ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସଂକେତ ଗୁଡିକ ଗୁଡିକରେ ।

ଯଦି ପାଣି ଭରା ମାଠିଆ ଉପରେ କି କୌଣସି ପାଣି ଭରା ପାତ୍ର ଉପରେ କାଉ ବସେ ତାହାକୁ ଅତି ଶୁଭ ବୋଲି ଧରା ଯାଇଥାଏ । ପାଣି ଭର୍ତି ମାଠିଆ ଉପରେ କାଉ ବସିବା ଦ୍ଵାରା ଧନ ବର୍ଷା ହୁଏ ବୋଲି ବିଶ୍ଵାସ କରା ଯାଇଥାଏ । ଏହା ସହ ଭାଗ୍ୟ ଉଦୟ ମଧ୍ୟ ହୋଇଥାଏ ।

ଯଦି କାଉ ଥଣ୍ଟରେ ରୁଟି ବା ମାଂସ ଟୁକୁଡା ନେଇ ଆସିଥାଏ ତାକୁ ବି ଶୁଭ ବୋଲି ବିଚାର କରାଯାଇଥାଏ । ମନସ୍କାମନା ପୂର୍ଣ ହେବ ବୋଲି କାଉ ଏଭଳି ସୂଚନା ଦେଇଥାଏ , ଏହା ସବୁ ବିଶିଷ୍ଟ ଲୋକ ମତ ପୋଷଣ କରିଥାନ୍ତି ।

ଅନେକ ସମୟରେ ଦେଖାଯାଏ ବହୁତ କାଉ ଏକାଠି ହୋଇ ବସନ୍ତି । ଏତେ ଗୁଡାଏ କାଉ ଏକାଠି ବସିବା ଅଶୁଭ ବୋଲି ଧରା ଯାଇଥାଏ । କେଉଁ ଗାଁ ରେ, ସହରରେ ବା କୌଣସି ସ୍ଥାନରେ କାଉ ଏକାଠି ହୋଇ ଏଭଳି ରାବନ୍ତି ସେଇ ସ୍ଥାନ ପାଇଁ ଅଶୁଭ ହୋଇଥାଏ କିମ୍ବା କୌଣସି ଦୁଃଖ ସମ୍ବାଦ ପ୍ରାପ୍ତ ହୋଇଥାଏ ବୋଲି ଧରାଯାଇଥାଏ । ସେହି ସ୍ଥାନରେ କୌଣସି ବଡ ବିପଦ ଆସିବାର ସୂଚନା ଦେଇଥାଏ କାଉଙ୍କ ରାବ ।

ଯଦି କାଉ କୌଣସି ବ୍ୟକ୍ତି ଉପରେ ଆସି ବସିଥାଏ ସେହି ଲୋକର ଧନ ଓ ସମ୍ମାନ ର ହାନି ଘଟିଥାଏ , ମୃତ୍ୟୁ ତୁଲ୍ୟ କଷ୍ଟ ଭୋଗିବାକୁ ପଡିଥାଏ , ଯଦି କୌଣସି ମହିଳାଙ୍କ ଉପରେ କାଉ ବସିଯାଏ ତାଙ୍କ ସ୍ଵାମୀଙ୍କୁ ଗଭୀର ସଙ୍କଟର ସାମ୍ନା କରିବାକୁ ପଡିଥାଏ ବୋଲି ବିଶ୍ଵାସ କରାଯାଏ ।

ଯଦି ଆପଣ ସକାଳୁ କୁଆଡେ ଯାଉଛନ୍ତି ଆଉ କାଉ ଆପଣଙ୍କର ପାଦ ସ୍ପର୍ଶ କରିଯାଏ ତେବେ ଏହା ଅତି ଶୁଭ ବୋଲି ଧରାଯାଏ । ଏହାଦ୍ଵାରା ବ୍ୟକ୍ତି ଜୀବନରେ ଖୁବ ସଫଳତା ଅର୍ଜନ କରିଥାଏ, ଜୀବନରେ ଅନେକ ଉନ୍ନତି ହୋଇଥାଏ ।

ଯଦି କାଉ କୌଣସି ବ୍ୟକ୍ତିଙ୍କ ଉପରେ ମଳ ତ୍ୟାଗ କରିଥାଏ ତେବେ ଏହା ସେହି ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଅଶୁଭ ବୋଲି ଧରାଯାଏ ।

ଯଦି କାଉ ଆସି ମଣିଷ ମୁଣ୍ଡରେ ବସିଥାଏ ତେବେ ସେହି ବ୍ୟକ୍ତିଙ୍କ ଦୁର୍ଦିନ ଆସିଥାଏ ।

ଯଦି କାଉ ସକାଳୁ ଆସି କୌଣସି ବ୍ୟକ୍ତି ପାଖରେ ଲାଲ ଜିନିଷ ପକେଇ ଦେଇଥାଏ ତେବେ ତାଙ୍କୁ ବହୁତ ଜଲ୍ଦି ଜେଲ ଦଣ୍ଡ ହୋଇପାରେ । କୌଣସି ବଡ ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ପ୍ରତ୍ଯେକ ଜିନିଷର ସମାଧାନ ଯନ୍ତ୍ର , ମନ୍ତ୍ର ଓ ତନ୍ତ୍ର ଦ୍ଵାରା କରାଯାଏ । ଜ୍ୟୋତିଷ ଶାସ୍ତ୍ର , ପୂରାଣ , ବସ୍ତୁଶାସ୍ତ୍ର , ଗୀତା ବିଷୟରେ ଜାଣିବାକୁ ଥିଲେ ଆମ ଲେଖା ଅବଶ୍ୟ ପଢନ୍ତୁ । ଆଶା କରୁଛୁ ଆପଣଙ୍କୁ ଏହି ଲେଖାଟି ନିଶ୍ଚୟ ପସନ୍ଦ ଆସିଥିବ । ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *