ବାଘ ନଥିଲେ ମିରିଗ ନାଟ ! ମୁଖ୍ୟମନ୍ତ୍ରୀ ବିଦେଶ ଗଲେ, ବିଧାୟକ ମଉଜ କଲେ ! ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯାଇଛନ୍ତି । ତେବେ ସେ ଯାଇଥିବା ବେଳେ ବିଧାୟକଙ୍କ ମନ ବାହାର ବୁଲାରେ ରହିଛି । ମନ୍ତ୍ରୀ ଲୋକସେବା ଭବନ ଯାଉ ନାହାନ୍ତି ଯାହାଫଳରେ ସଚିବଙ୍କୁ ସବୁ କାର୍ଯ୍ୟ ତୁଲାଇବାକୁ ପଡୁଛି । ଏହାକୁ ବାଘ ନଥିଲେ ମିରିଗ ନାଟ ଭଳି ବର୍ତ୍ତମାନ ଓଡିଶା ଶାସନ ଓ ପ୍ରଶାସନର ଅବସ୍ଥା ବୋଲି ଲୋକେ କୁହାକୁହି ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବିଦେଶ ଗସ୍ତରେ ଅଛନ୍ତି ।

ତାଙ୍କ ସହ ବ୍ୟକ୍ତିଗତ ସଚିବ ତଥା ୫ଟି ସେକ୍ରେଟାରୀ ଭି.କେ. ପାଣ୍ଡିୟାନ ମଧ୍ୟ ରୋମରେ ଡେରା ପକାଇଛନ୍ତି । ତେବେ ଏପଟେ ଏଭଳି ଏକ ସୁଯୋଗକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି ବିଜେଡିର ମନ୍ତ୍ରୀ ଓ ବିଧାୟକମାନେ । ଏକ ଫଟୋରେ ଦେଖିବାକୁ ମିଳିଛି କି ବିଜେଡିର ଦୁଇଜଣ ବରିଷ୍ଠ ବିଧାୟକ ହିଲ୍ ଷ୍ଟେସନରେ ଚିଲ୍ କରୁଛନ୍ତି । ସେମାନେ ନିଆରା ଢଙ୍ଗରେ ଫଟୋ ପୋଜ୍ ମଧ୍ୟ ଦେଉଛନ୍ତି ।

ବିଧାୟକ ପ୍ରଣବ ବଳବନ୍ତ ରାୟ ଏବଂ ବ୍ୟୋମକେଶ ରାୟଙ୍କ ମଧ୍ୟରେ କଣ କେମିଷ୍ଟ୍ରି ରହିଛି ତାହା ତ ଭିନ୍ନ କଥା, କିନ୍ତୁ ଏକ ନିଆରା ଅନ୍ଦାଜରେ ଫଟୋ ଉଠାଇ ଫେସବୁକରେ ପୋଷ୍ଟ କରିଛନ୍ତି ବିଧାୟକ ବ୍ୟୋମକେଶ । ତେବେ ସେ ସିକ୍କିମର ଗ୍ୟାଙ୍ଗଟକ ମଧ୍ୟ ଯାଇଛନ୍ତି । ନିଜ ପରିବାର ସହ ପ୍ରାକୃତିକ ଆନନ୍ଦର ମଜା ନେବା ସହ ସେ ନିଜ ଖୁସିକୁ ସୋସିଆଲ ମିଡିଆରେ ସାର୍ବଜନୀନ ମଧ୍ୟ କରିଛନ୍ତି ।

ବାହାର ଭ୍ରମଣ କରିବା ତାଙ୍କର ବ୍ୟକ୍ତିଗତ ବ୍ୟାପାର ହୋଇପାରେ କିନ୍ତୁ ମୁଖ୍ୟମନ୍ତ୍ରୀ ନଥିବା ବେଳେ ଏହି ଯୁବ ବିଧାୟକଙ୍କ କାର୍ଯ୍ୟକଳାପ କିଛି ବୁଝା ପଡୁନାହିଁ । ତେବେ ସେପଟେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ମିଟିଂ ଚାଲିଥିବା ଦେଖିବାକୁ ମିଳିଛି । ଚଳିତ ଖରିଫ ଏବଂ ଆସନ୍ତା ରବି ଋତୁରେ ମୋଟ ୧୭ଟି ଫସଲ ବୀମାଭୁକ୍ତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଅନେକ ଖବରକାଗଜରେ ଏହା ପ୍ରଥମ ପୃଷ୍ଠାର ଖବର ହୋଇଥିବା ମଧ୍ୟ ଦେଖାଯାଇଛି । ମାତ୍ର ଏହି ବୈଠକରେ କୃଷି ମନ୍ତ୍ରୀ ନିଜେ ଅନୁପସ୍ଥିତ ଅଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ନଥିବାରୁ ବିଧାୟକ ଏବଂ ମନ୍ତ୍ରୀ ମନ ଇଚ୍ଛା ମନଇଛା କାର୍ଯ୍ୟ କରୁଥିବା ନେଇ ଲୋକେ ସମାଲୋଚନା କରୁଛନ୍ତି । ତେବେ ପ୍ରକୃତ କଥା କଣ ତାହା ତ କେବଳ ବିଧାୟକ ଏବଂ ମନ୍ତ୍ରୀ ନିଜେ ହିଁ କରିପାରିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *