ଓଡିଆ ଟେଲୀ ଅଭିନେତ୍ରୀ Rajeswari Ray ଙ୍କ ସଂଘର୍ଷମୟ ଜୀବନ କାହାଣୀ, କ୍ଯାରିୟର ରୁ କ୍ୟାନ୍ସର ର କାହାଣୀ, ଦେଖନ୍ତୁ ରାଜେଶ୍ଵରୀଙ୍କ Exclusive Interview

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ଵରୀ ରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସମସ୍ତଙ୍କ ଜୀବନରେ ଏମିତି କିଛି ସମୟ ଆସେ ଯେଉଁଠି ଆମକୁ ଲାଗେ ଆମେ ସଫଳତାର ଶୀର୍ଷରେ ପହଞ୍ଚି ଯାଇଛୁ । କିନ୍ତୁ ଏମିତି କିଛି ଘଟଣା ଘଟେ ଯାହା ଆମ ସ୍ଵପ୍ନକୁ ଭାଙ୍ଗି ଥାଏ । ଅନେକ ସେଥିରୁ ଅତିକ୍ରମ କରି ଆଗକୁ ଯାନ୍ତି ଆଉ କେହି କେହି ସେଥିରେ ରହି ଯାନ୍ତି । ବନ୍ଧୁଗଣ ରାଜେଶ୍ଵରୀ ମଧ୍ୟ ଏଭଳି କିଛି ଘଟଣାରୁ ଅତିକ୍ରମ କରି ଏବେ ପୁଣି ନିଜ କାରିୟରକୁ ଫେରିଛନ୍ତି ।

ରାଜେଶ୍ଵରୀଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାଜେଶ୍ଵରୀଙ୍କ ଜୀବନରେ କଣ ସବୁ ଘଟି ଯାଇଛି ତାହା ବିଷୟରେ ସେ ଏହି ଭିଡିଓରେ କହିଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ରାଜେଶ୍ଵରୀ ଏକ ସାକ୍ଷାତ୍କାରରେ କହିଛନ୍ତି-‘ମୁଁ ମୋ କାରିୟରକୁ ଫେରି ପାରିଛି ହେଲେ ଏହା ପଛରେ ଅନେକ ଲୋକଙ୍କ ହାତ ରହିଛି । ମୋ ଦେହ ଯେତେବେଳେ ଖରାପ ହେଲା ମୋତେ ଯେତେବେଳେ କ୍ୟାନ୍ସର ହେଲା ସେତେବେଳେ ଗୋଟେ ଚ୍ୟାନେଲ 4-5 ମାସ ପର୍ଯ୍ୟନ୍ତ ମୋର ଅପେକ୍ଷା କରିଲେ । ମୋର ଯେଉଁ ଚରିତ୍ର ଥିଲା ମୁଁ ଫେରିଲେ ସେହି ଚରିତ୍ର କରିବି ବୋଲି ଚ୍ୟାନେଲ ଅପେକ୍ଷା କରିଲା ।

ମୁଁ ଜାଣିଲି ମୋତେ କ୍ୟାନ୍ସର ହେଇଗଲା ହେଲେ ମୋ ମନରେ ଥିଲା ମୁଁ କେବେ ଠିକ ହେଇ ସୁଟିଙ୍ଗକୁ ଫେରିବି । ମୋତେ ବହୁତ ଇଛା ଥିଲା ସୁଟିଙ୍ଗ କରିବା ପାଇଁ । ହେଲେ ପରିସ୍ଥିତି ମୋତେ ବାଧ୍ୟ କଲା 3 ବର୍ଷ ବେଡରେ ଶୋଇବା ପାଇଁ । କିଛି ଜିନିଷ ଆମେ ଭାଗ୍ୟରେ ନେଇ ଆସିଥାଉ ତ ପରିସ୍ଥିତି ବି ସେମିତି ସୃଷ୍ଟି କରେ । ଯାହା ମୁଁ ଫ୍ରେମରେ ଆଗରୁ ଦେଖା ଯାଉଥିଲି ଏବେ ମୁଁ ସେମିତି ଦେଖା ଯାଉନି ମୁଁ ବହୁତ ଖରାପ ଦେଖା ଯାଉଛି ମୁଁ ଜାଣିଛି ।

ତେଣୁ ଏହାକୁ ନେଇ ଆମକୁ ଚାଲିବାକୁ ପଡିବ ପଛ କଥା ଆଉ ଆଗ କଥାକୁ ଯଦି ଆମେ କମ୍ପେୟାର କରିବା ତା ହେଲେ ଆମେ ଚାଲି ପାରିବାନି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାଜେଶ୍ଵରୀ ନିଜ କଠିନ ପରିସ୍ଥିତି ବିଷୟରେ କହିଛନ୍ତି । ତେବେ ଆପଣ ମାନଙ୍କୁ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ଵରୀ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *