ଏମିତି ଯୁଗାଡ ତ କେବଳ ଭାରତୀୟ ହିଁ କରି ପାରିବେ…ଆଗରୁ କେବେ ବି ଦେଖି ନଥିବେ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଜାଣିଥିବେ କି ଆମ ଭାରତୀୟ ଲୋକମାନେ କିମ୍ବା ଦେଶୀ ଲୋକମାନେ କୌଣସି ଜିନିଷ କୁ ଫୋପାଡିବାକୁ ପସନ୍ଦ କରି ନଥାଉ କିମ୍ବା କୌଣସି ଅଧିକ ଫାଲତୁ ଖର୍ଚ୍ଚ କରିବାକୁ ମଧ୍ୟ ପସନ୍ଦ କରି ନଥାଉ । ତେବେ ସେଥିପାଇଁ ଆମେ କୌଣସି ନା କୌଣସି ଜିନିଷ କୁ ବ୍ୟବହାର କରି କିମ୍ବା ଜୁଗାଡ଼ କରି ନିଜର କାମର ଜିନିଷ କରି ଦେଇଥାଉ ।

ତେବେ ସେ ପୁରୁଣା ଚକଲେଟ ଡବା କୁ ମସଲା ଡବା କରିବା ହେଉ କିମ୍ବା ପୁରୁଣା ଡ୍ରେସକୁ ପୋଛା କରିବା ସବୁଥିରେ ମାହିର ତେବେ ଆଜି ଆମେ ସେହିଭଳି କିଛି ଅଦ୍ଭୁତ ଜୁଗାଡୁ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।

୧-ତେବେ ଆମ ସମସ୍ତ ଙ୍କ ଘରେ ସୁଇଚ ବୋର୍ଡ ରହିଥାଏ ଯେଉଁଥିରେ ଆମେ ଆମର ସବୁ କାର୍ଯ୍ୟ କରିଥାଉ କିନ୍ତୁ ଏହି ଭିଡ଼ିଓରେ ଆପଣ ଦେଖି ପାରିବେ କି ଜଣଙ୍କ ଘରେ ସୁଇଚ ବୋର୍ଡ ହିଁ ନାହିଁ ତେଣୁ ସେ ସେଥିପାଇଁ ଏକ ଖାଲି କିରାସିନ ଡବା ଉପରେ ହିଁ ସୁଇଚ ଲଗେଇ ତାକୁ ବୋର୍ଡ ଭାବରେ ବ୍ୟବହାର କରୁଛନ୍ତି ଆଉ ଜଣେ ତ ଉଜାଲା ଡବା ରେ ସୁଇଚ କୁ ଲଗେଇ ଦେଇଛନ୍ତି ।

୨- ତେବେ ଯେତେବେଳେ ଆପଣ ପରିବା କିମ୍ବା ଅନ୍ୟ ଜିନିଷ ଆଣିବା ପାଇଁ ଗଲା ବେଳେ ଆପଣ ଦେଖୁଥିବେ କି ସେହି ଦୋକାନ ରେ ବହୁତ ମାଛି ବୁଲୁଥାନ୍ତି ଯାହା କି ଆସି ସେମାନେ ସେହି ଖାଦ୍ୟ ଉପରେ ବସିଥାନ୍ତି । ତେବେ ଏହି ସମସ୍ୟାରୁ ବଞ୍ଚିବା ପାଇଁ ଜଣେ ଲୋକ ବହୁତ ବଢିଆ ଉପାୟ ଖୋଜିଛନ୍ତି ତେବେ ସେ ଏକ ମସୁରି ଟାଙ୍ଗି ତା ଭିତରେ ହିଁ ବସି ନିଜ ଜିନିଷ ପତ୍ର ବିକୁଛନ୍ତି ।

୩- ତେବେ ବର୍ତ୍ତମାନ ସମସ୍ତଙ୍କୁ ଫିଟ ହେବା କିମ୍ବା ପତଳା ହେବାର ଅଛି ତେବେ ସେଥିପାଇଁ ସେମାନେ ଜିମ ମଧ୍ୟ ଯାଉଛନ୍ତି । ତେବେ ଆପଣ ମାନେ ଜିମ ରେ ଟ୍ରେଡମେଲ କୁ ତ ନିଶ୍ଚୟ ଦେଖୁଥିବେ । ତେବେ କିନ୍ତୁ ଜଣେ ଲୋକ ନିଜ ଘରେ ହିଁ ବିନା ଖର୍ଚ୍ଚ ରେ ଟ୍ରେଡ଼ ମଲ ବନେଇ ଦେଲେ । ତେବେ ପ୍ରଥମେ ସେ କିଛି ତେଲ ପକେଇଲେ ଏବଂ ପରେ ତା ଉପରେ ଚାଲିବା ଆରମ୍ଭ କରିଦେଲେ ହେଇଗଲା ଟ୍ରେଡ଼ମଲ ।

୪- ତେବେ ଜଣେ ବ୍ୟକ୍ତି ନିଜ ବାପାଙ୍କ ଗାଡି ନେଇ ରାତିରେ ନିଜ ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇଥିଲା ତେବେ କିନ୍ତୁ ଘରକୁ ଫେରିବା ସମୟରେ ସେ ନିଜ ଗାଡି ର ଦୁର୍ଘଟଣା କରେଇ ଦେଲା ଯାହା ଯୋଗୁଁ ଗାଡିର ହେଡ ଲାଇଟ ଭାଙ୍ଗି ଗଲା । ତେବେ ଏହା ଦେଖି ସେହି ଜୁଗାଡୁ ଲୋକଟି ହେଡ ଲାଇଟ ଜାଗାରେ କିଛି ଟର୍ଚ୍ଚ କୁ ଆଣି ଚିପକେଇ ଦେଲା ।

୫- ତେବେ ଆପଣ ମାନେ ତ ଜାଣିଥିବେ କି ଆପଣ ଙ୍କ ଜୋତା କିଛିଦିନ ବ୍ୟବହାର ପରେ ଫାଟି ଯାଇଥାଏ । ତେବେ ପରେ ଫୁଣି ଥରେ ଆପଣଂକୁ ଜୋତା କିଣିବାକୁ ପଡ଼ିଥାଏ । ତେବେ କିନ୍ତୁ ଆମ ଦେଶୀ ଲୋକ ଙ୍କୁ ଏହା ପସନ୍ଦ ହେଲା ନାହିଁ ସେଥିପାଇଁ ସେ ଏକ ଜୁଗାଡ଼ ଲଗେଇଲେ ଏବଂ କେବେ ନ ଫାଟିବା ଜୋତା ବନେଇଲେ । ତେବେ ସେ ଲୁହାରେ ଏବଂ ପୁରୁଣା ଆଜବେଷ୍ଟ ଖଣ୍ଡ ର ସାହାର୍ଯ୍ୟ ରେ ଏକ ଜୋତା ବନେଇଲେ ଯାହା କେବେ ଫାଟିବ ନାହିଁ ।

Leave a Reply

Your email address will not be published. Required fields are marked *