ବନ୍ଧୁଗଣ ଦିନ ରାତି ନିଜ ସ୍ତ୍ରୀକୁ ଝୁରି ଝୁରି ଆଉ ଭୋ ଭୋ ହୋଇ କାନ୍ଦିବା ପରେ ଆଜି ରାହୁଲ ନିଜ ସ୍ତ୍ରୀ ହରପ୍ରିୟାଙ୍କୁ ପାଇଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ରାହୁଲ ଓ ହରପ୍ରିୟାଙ୍କ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଏହି ମାମଲାଟି ଗତ କିଛି ଦିନ ହେବ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲ ଓ ହରପ୍ରିୟା ପରସ୍ପର ସହ ପ୍ରେମ ବିବାହ କରିଥିଲେ । ବିବାହକୁ 6 ମାସ ହୋଇଥିବା ବେଳେ ହରପ୍ରିୟା ଗର୍ଭବତୀ ମଧ୍ୟ ଥିଲେ ।
କଲେଜ କହି ହରପ୍ରିୟା କୁଆଡେ ଚାଲି ଯାଇଥିଲେ ଏହା ପରେ ରାହୁଲ ଭୋ ଭୋ ହୋଇ ଅନେକ ଦିନ କାନ୍ଦିଲେ । ନିଜ ସ୍ତ୍ରୀର ଫଟୋ ଦେଖି ରାହୁଲ କାନ୍ଦୁ ଥିଲେ । ହେଲେ ବନ୍ଧୁଗଣ ଆଜି ରାହୁଲ ଓ ହରପ୍ରିୟା ମିଶି ଯାଇଛନ୍ତି । ଯେଉଁ ସ୍ତ୍ରୀ ନିଜ ସ୍ଵାମୀକୁ ଛାଡି ଚାଲି ଯାଇଥିଲେ ସେ ଆଜି ପୁଣି ଫେରିଛନ୍ତି ତାଙ୍କ ସ୍ଵାମୀଙ୍କ ପାଖକୁ । ସତ୍ୟବାନଙ୍କ ପାଖକୁ ଆଜି ଫେରିଛି ସାବିତ୍ରୀ । ନିଜ ସ୍ତ୍ରୀକୁ ଦେଖି ରାହୁଲ କୁଣ୍ଢାଇ ବହୁତ କାନ୍ଦି ଛନ୍ତି ।
ତେବେ ବନ୍ଧୁଗଣ ସ୍ତ୍ରୀକୁ ପାଇବା ପରେ ରାହୁଲ ଗଣମାଧ୍ୟମ ସାମନାକୁ ଆସି କହିଛନ୍ତି-‘ମୁଁ ଯେତେବେଳେ କଲେଜ ଯାଇଥିଲି ତାକୁ ଆଣିବା ପାଇଁ ତାକୁ କିଏ ଉଠେଇ ନେଇଯାଇଥିଲା କାରରେ । ମୋ ସ୍ତ୍ରୀକୁ କିଏ ଗୋଟେ କହିଥିଲା ରାହୁଲ କାର ନେଇକି ଆସିଛି ତୋତେ ବୁଲେଇବାକୁ ନେଇଯିବ । ଏ ଯେତେବେଳେ କାର ଭିତରକୁ ଯାଇଛି ତାକୁ ନେଇ ଅଚେତ୍ କରିଦେଇଛନ୍ତି ।
ତାକୁ ସେମାନେ ନେଇ ଏକ ବନ୍ଦ ଘରେ ରଖିଦେଇଥିଲେ ସେ କିଛି ବି ଜାଣି ନାହିଁ । ଆଜି ମୋତେ ମୋ ସ୍ତ୍ରୀ ଗୋଟେ ଅଲଗା ନମ୍ବରରୁ ଫୋନ କରି ସବୁ କଥା କହିଲା । ସେ କହିଲା ମୁଁ ଜାଣିନି ଏ ଜାଗା କେଉଁଠି ମୋତେ 3 ଦିନ ଟାଇମ ଦିଅ ମୁଁ ପଳେଇବି । ପୋଲିସକୁ କହିଲି ଟ୍ରାକିଂ କରିବା ପାଇଁ ସେ ବିଫଳ ହେଲା । ଏହା ପରେ ମୋ ସ୍ତ୍ରୀ କହିଲା ତମେ ଆସ ମୋ ଜୀବନ ବଞ୍ଚାଅ ଏହା ପରେ ମୁଁ ଗଣମାଧ୍ୟମକୁ କହିଲି ଆଉ ମୋ ସ୍ତ୍ରୀକୁ ଫେରି ପାଇଲି ।
ସେ ମାମୁ ତାକୁ କହିଥିଲା ମୋ ପାଖକୁ ନ ଆସିବା ପାଇଁ ହେଲେ ସେ ତା ମାମୁ ହାତ ଛାଡି ମୋ ପାଖକୁ ଆସିଗଲା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାହୁଲ ଘଟଣା ସମ୍ପର୍କରେ କହିଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।