ବନ୍ଧୁଗଣ, ସୂଚନା ଅନୁଯାୟୀ ବାଲେଶ୍ଵରରେ ଏହି ଘଟଣା ଟି ଘଟିଅଛି । ସଂପୂର୍ଣ୍ଣ ଘଟଣା ଟି ହେଉଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ରେ ବିବାହ ବେଦୀ ରେ ବାହାଘରକୁ ପ୍ରତ୍ୟାଖାନ କରିଛନ୍ତି ଯୁବତୀ । ବାହା ବେଦୀରେ ବର ବସିଥିବା ସମୟରେ କନ୍ୟା ଉଠିପଡି ହାତରୁ ଶଙ୍ଖା ଖୋଲି ପଳାଇ ଯାଉଥିଲେ । ତେବେ ଘର ଲୋକେ ଆସି ବୁଝା ସୁଝା କରିଥିଲେ ମଧ୍ୟ ଝିଅ ରାଜି ହୋଇନଥିଲା । ମାତ୍ର ଝିଅ ର ସମ୍ପର୍କୀୟ ଆସି କନ୍ୟା କୁ ଚାପୁଡା ମାରିବା ସହିତ କନ୍ୟାକୁ ବେଦୀ ଉପରେ ବସାଇ ଦେଇଥିଲେ ।
ମାତ୍ର ଏହାପରେ ବେଦୀରେ ବସିଥିବା ବାର ବେହୋସ ହୋଇଯାଇଥିଲା । ବର୍ତ୍ତମାନ ଏହି ଭିଡିଓ ଟି ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ କମରଦା ଅଞ୍ଚଳର ଜଣେ ଯୁବକ ବାଲିଆପାଳ ରେମୁ ଗାଁ କୁ ବାହା ହେବାକୁ ଯାଇଥିଲେ । ବାହାଘର ବେଦୀ ସଜଡା ସରିଥିଲେ ମଧ୍ୟ ଇଛା ବିରୋଧରେ ବାହାଘର ହେଉଥିବାରୁ ଯୁବତୀ ଜଣକ ଏହିପରି କରିଥିଲେ ବୋଲି କୁହାଯାଉଅଛି । ଯୁବତୀ ଜଣକ ପୂର୍ବ ରୁ ଥରେ ବିବାହ କରିସାରିଥିଲେ ।
ମାତ୍ର ତାଙ୍କ ବାପା ମା’ ଜବରଦସ୍ତି ଆଉଥରେ ବିବାହ ଦେବା ନିମନ୍ତେ ଚେଷ୍ଟା କରୁଥିଲେ । ଯାହା ଫଳରେ ଯୁବତୀ ଜଣକ ବିରୋଧ କରିଥିଲେ ଏବଂ ଏହାପରେ ହାତଗଣ୍ଠି ମଧ୍ୟ ପଡିଯାଇଥିଲା କିନ୍ତୁ ଯୁବତୀ ଜଣକ ହଟାତ ଉଠି ଶଙ୍ଖା କୁ ନିଜ ସ୍ଵାମୀ ପାଖରେ ଛାଟି ଦେଇଥିଲେ, ଏବଂ ପରିବାର ଲୋକେ ମଧ୍ୟ ଯୁବତୀ ଙ୍କୁ ମାରପିଟା କରିଛନ୍ତି ବୋଲି ଖବର ମିଳିଛି । ଏଠାରେ ପ୍ରଶ୍ନ ଉଠୁଛି ଝିଅ ବିବାହ କରିସାରିଥିବା ବେଳେ ପରିବାର ଲୋକେ ଜୋରଜବରଦସ୍ତ ଦ୍ଵିତୀୟ ବିବାହ କାହିଁକି କରାଇବାକୁ ଯାଉଥିଲେ ?
ତେବେ ଏ ନେଇ ଯୁବତୀ ଙ୍କ ପରିବାର ତରଫରୁ କୌଣସି ସୂଚନା ମିଳିନାହିଁ । କିନ୍ତୁ ବର ବେହୋସ ହେବା ପରେ ତାଙ୍କୁ ସେଠାରୁ ଉଠାଇ ନେଇ ଯାଇଥିଲେ ଏବଂ ମହିଳା ଜଣଙ୍କ ପୁଣି ବୁଝାସୁଝା ରେ ବିବାହ ପାଇଁ ରାଜି ହୋଇ ବିବାହ କରିଛନ୍ତି । ତେବେ ଏଭଳି ଜବରଦସ୍ତି ଝିଅ ହେଉ କି ଅବା ପୁଅ କୁ ବିବାହ ବନ୍ଧନରେ ବାନ୍ଧିଦେବା କେତେ ଦୂରେ ଠିକ ?
କାରଣ ବିବାହ ହେଉଛି ଏକ ପବିତ୍ର ବନ୍ଧନ ପୁଅ ତଥା ଝିଅ ଙ୍କ ବିନା ଅନୁମତିରେ ବିବାହ କରାଇଲେ ସେହି ବିବାହ ଅନେକ ଦିନ ପର୍ଯ୍ୟନ୍ତ ତିଷ୍ଠି ନଥାଏ । ଯେଉଁଠାରେ ମନ ମିଶୁନଥିବ ସେଠାରେ ବଳ ପ୍ରୟୋଗ କରି ତଥା ମାରପିଟ କରି ବିବାହ କରାଇବା ଉଚିତ ନୁହେଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।