ବନ୍ଧୁଗଣ, ସୂଚନା ଅନୁଯାୟୀ ଝାଞ୍ଜି ପବନ ମାଡରେ ଦାଣ୍ଡରେ ବସିଛି ବୋହୂ । ଭିତର ପଟରୁ ତାଲା ମାରି ବସିଛନ୍ତି ଶ୍ଵଶୁର ଘର ଲୋକେ । ଉପାୟଶୂନ୍ୟ ବୋହୂ କହୁଛନ୍ତି ଯେ ମୋତେ ନ୍ୟାୟ ଦରକାର । ବୋହୂ କହୁଛନ୍ତି ଯେ ଶଶୁର ଙ୍କ ଚାପରେ ପୋଲିସ ବାବୁ । ଝିଅ ଟେ ବାପା ଘର ଏରୁଣ୍ଡି ବନ୍ଧ ଡେଇଁ ଶାଶୁ ଘରକୁ ଯାଇଥାଏ ଏବଂ ସେ ଭବିଥାଏ ଯେ ସ୍ଵାମୀ ଙ୍କ ମନନେଇ ଚାଲିବ, ଆଉ ଶାଶୁ ଶଶୁର ଙ୍କୁ ନିଜର କରିବ ।
ଯେତେବେଳେ ସାମାନ୍ୟ ଯୌତୁକ ଲୋଭରେ ଘର ଲୋକେ ବୋହୂ ଉପରେ ନିର୍ଯାତନା ଆରମ୍ଭ କରି ଦିଅନ୍ତି, ସେତେବେଳେ ଜଣେ ଅସହାୟ ବୋହୂ ଏବଂ କ’ଣ ବା ଆଉ କରି ପାରିବେ ? ଚିହ୍ନ ମଣିଷ ଙ୍କୁ ଛାଡି ଅଚିହ୍ନା ମଣିଷଙ୍କୁ ସ୍ନେହଶ୍ରଦ୍ଧା ବାଣ୍ଟୁଥିବା ବୋହୂଟି ଆଜି ସ୍ଵାମୀ ଙ୍କ ଘର ସାମ୍ନା ରେ ଦାଣ୍ଡ ଦୂଆରେ ବସିଅଛି । ୨୦୧୬ ମସିହା ମାର୍ଚ୍ଚ ୧୧ ତାରିଖ, ବୈଦିକ ରୀତିରିବାଜ ରେ ବିଶ୍ଵନାଥ ରାଜୁ ନାମକ ଜଣେ ବ୍ୟକ୍ତି ଙ୍କୁ ବିବାହ କରିଥିଲେ ମନୀଷା ।
ବିବାହ ର ଦେଢ ବର୍ଷ ପରେ, ଅର୍ଥାତ ୨୦୧୭ ଜୁଲାଇ ୩ ତାରିଖ ରେ ମନୀଷା ଙ୍କୁ ଘରୁ ତଡି ଦେଇଥିଲେ ଶଶୁର ଘର ଲୋକେ । ଯନ୍ତ୍ରଣା ର ଦହଗଞ୍ଜ ଭିତରେ, କିଛି ଦିନ କାଟିବା ପରେ, ଆତ୍ମହତ୍ୟା କରିବେ ବୋଲି ଚରମ ନିଷ୍ପତ୍ତି ନେଇଥିଲେ, ଏତେବେଳେ ସେ ବୁଝିଲେ ସମସ୍ୟାର ସମାଧାନ ଆତ୍ମହତ୍ୟା ନୁହେଁ, ସେତେବେଳେ ସେ ମନରେ ଦମ୍ଭ ବାନ୍ଧିଲେ ଏବଂ ନ୍ୟାୟ ନିମନ୍ତେ ଲଢେଇ କରିବା ଆରମ୍ଭ କରିଲେ ।
ଗଜପତି ଜିଲ୍ଲା ରାଜସୀତାପୁର ଗ୍ରାମର ଝିଅ ଏବେ ନ୍ୟାୟ ମାଗୁଛି । ପାରଳାଖମୁଣ୍ଡି ଅଞ୍ଚଳରେ ଏହି ଘଟନା ଏବେ ଚାରିଆଡେ ପ୍ରଘଟ ହୋଇସାରିଲାଣି । ଏଭଳି କିଛି ଅଭିଯୋଗ ଆଣିଛନ୍ତି ନିର୍ଯାତିତ ବୋଧୂ । ତେବେ ମନୀଷା କହିଛନ୍ତି ଯେ, ମୁଁ କିଛି କମ୍ପ୍ଲେନ କରିବାକୁ ଚାହୁଁନି ମାତ୍ର ମୁଁ ନିଜ ଶାଶୁ ଘରେ ରହିବାକୁ ଚାହୁଁଛି । କିନ୍ତୁ ମୋ ଶାଶୁ ଘର ଲୋକେ ମତେ ଘରେ ରହିବାକୁ ଆଲାଓ କରୁନାହାଁନ୍ତି । ଅନେକ ସମୟରୁ ମୁଁ ଅଲଗା ରହୁଅଛି ।
ଏବଂ ଗତବର୍ଷ ଫେବୃୟାରୀ ୧୪ ରେ ମୁଁ ଆସିଥିଲି ଏବଂ ସେତେବେଳେ ଶାଶୁଘର ଲୋକେ କହିଥିଲେ ଯେ ସେମାନେ ଆସି ମୋ ସହିତ ଆଲୋଚନା କରିବେ । ମାତ୍ର ସେମାନେ ଆଉ ଆସିଲେ ନାହିଁ । ୨୦୧୬ ମାର୍ଚ୍ଚ ମାସ ୧୧ ତାରିଖ ରେ ମୁଁ ବିବାହ କରିଥିଲି ଏହାପରେ ତାଙ୍କ ଘରେ ପ୍ରାୟ ୧ ବର୍ଷ ରହିଥିଲି । ଏହାପରେ ସେମାନେ ମତେ ଡାଉରୀ ନିମନ୍ତେ ହାରାସ କରିଥିଲେ ।
ମାତ୍ର ମତେ ବିବାହ କରିବା ପୂର୍ବରୁ ମଧ୍ୟ ସେ ଅନ୍ୟ କାହାକୁ ବିବାହ କରିଥିଲେ ଏହା ମୁଁ ଜାଣିବା ପରେ ମତେ ଡାଉରୀ ପାଇଁ ବାଧ୍ୟ କରିଥିଲେ । ମୋ ବାପା ଙ୍କୁ ମଧ୍ୟ ବହୁତ ନିର୍ଯାତନା ଦେଇଥିଲେ ଏବଂ ମୋ ବାପା ଙ୍କ ପରୋଲୋକ ୨ ବର୍ଷ ହେବ ହୋଇଅଛି । ତେବେ ଏହିଭଳି ମନୀଷା ନିଜ ଶାଶୁ ଘର ନିର୍ଯାତନା ସମବନରେ କହିଛନ୍ତି । ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।