ନମସ୍କାର ବନ୍ଧୁଗଣ ତେବେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିରେ ଘଟିଥିବା ଛାତିଥରା ଡବଲ ମର୍ଡର ମାମଲାର ଅଭିଯୁକ୍ତ ବିଜୟ କୁମାର ସେଠୀକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ କୋର୍ଟ ଚାଲଣ କରିଛି । ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ନିଜେ ହିଁ କଟୁରି ଓ ଟାଙ୍ଗିଆରେ ହାଣି ସ୍ତ୍ରୀ ଗାୟତ୍ରୀ ଓ ଶାଳୀ ସରସ୍ବତୀଙ୍କୁ ହତୟଆ କରିଛି ବୋଲି ଗତକାଲିଠାରୁ ବିଜୟ ସ୍ବୀକାର କରିଥିଲେ ହେଁ ଜେରା ବେଳେ ହତୟଆକାଣ୍ଡ ପଛର କାରଣ ବାବଦରେ ସୂଚନା ଦେଇଛି ।
ତେବେ ସ୍ତ୍ରୀ, ଶାଳୀ ଓ ଶ୍ବଶୁର ଘର ଲୋକଙ୍କ ଲାଞ୍ଛନା ଓ ଶୋଷଣରେ ଅତିଷ୍ଠ ହୋଇ ସେ ମାନସିକ ଭାରସାମ୍ୟ ହରାଇବା ପରେ ନରପିଶାଚ ପାଲଟି ଯାଇଥିବା କହିଛି । ବିବାହର ଦୀର୍ଘ ବର୍ଷ ପରେ ନିଃସନ୍ତାନ ରହିବାର ଲାଞ୍ଛନା ଓ ଶ୍ବଶୁର ଘର ପାଇଁ କରିଥିବା କରଜ ସୁଝିବାରେ ସ୍ତ୍ରୀ ଓ ଶାଳୀଙ୍କ ଅସହଯୋଗ ପାଇଁ ସେ ଏଭଳି ଅମାନବୀୟ କାଣ୍ଡ ଭିଆଇଲା ବୋଲି ପୁଲିସ ସମ୍ମୁଖରେ କହିଛି ।
ତେବେ ପୁଲିସ ଅଭିଯୁକ୍ତ ବିଜୟକୁ ହତୟଆକାଣ୍ଡସ୍ଥଳକୁ ନେଇଥିଲା । ସ୍ତ୍ରୀ ଗାୟତ୍ରୀ ଓ ଶାଳୀ ସରସ୍ବତୀଙ୍କୁ କିଭଳି ସେ ଟାଙ୍ଗିଆ ଓ କଟୁରିରେ ହାଣି ହତୟଆ କରିଥିଲା, ତାହାର ଡେମୋ ଦେଖାଇ ଥିଲା । ଗତକାଲି ପୁଲିସ କଟୁରି ଜବତ କରିଥିବା ବେଳେ ଆଜି ବିଜୟ ଟାଙ୍ଗିଆ ଲୁଚାଇଥିବା ସ୍ଥାନ ଦେଖାଇଥିଲା ଓ ପୁଲିସ୍ ଟାଙ୍ଗିଆ ଜବତ କରିଥିଲା । ଏସିପି ରମେଶଚନ୍ଦ୍ର ବିଶୋୟୀ ଓ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ପ୍ରଦୀପ କୁମାର ରାଉତ ଗତକାଲି ବିଜୟକୁ ମାରାଥାନ ଜେରା କରିଥିଲେ ।
ଜେରା ବେଳେ ବିଜୟ ନରପିଶାଚ ସାଜିଥିବାର କାହାଣୀ କହିଥିଲା ସେ କହିଥିବା କାହାଣୀ ପଛରେ କେତେ ସତ କେତ ମିଛ ରହିଛି, ତାହା ତଦନ୍ତ ସାପେକ୍ଷ ହୋଇଥିଲେ ହେଁ କାହାଣୀରେ ଦରଦ ରହିଥିବା କୁହାଯାଉଛି । ତେବେ ଘର ଚଳାଇବା, ପରିବାର ଲୋକଙ୍କ ଭରଣ ପୋଷଣ କରିବା ଓ ସର୍ବୋପରି ଶାଳୀ ବିବାହ ପାଇଁ ସେ କରଜରେ ବୁଡ଼ି ରହିଥିଲା । ଏମିତିକି କରଜ ବାବଦ ସୁଧ ଗଣିବାରେ ତା’ର ଦରମା ଟଙ୍କା ସରି ଯାଉଥିଲା ।
ବଡ଼ କଥା ହେଉଛି ସ୍ତ୍ରୀ ଗାୟତ୍ରୀ ଚାକିରି କରିଥିଲେ ବି କରଜ ବାବଦରେ ମୁଣ୍ଡ ଖେଳାଉ ନଥିଲେ । ସେହିଭଳି ଶାଳୀ ସରସ୍ବତୀର ବିବାହ ପାଇଁ ସେ ଲକ୍ଷାଧିକ ଟଙ୍କା କରଜ କରିଥିଲା । ତେବେ ଶାଳୀ ପାଇଁ ବି ଚାକିରିଟିଏ ଯୋଗାଡ଼ କରି ଦେଇଥିବାରୁ କରଜ ସୁଝିବାକୁ ସେ ସରସ୍ବତୀଙ୍କ ସହଯୋଗ ଲୋଡ଼ିଥିଲା ।
କିନ୍ତୁ ସେ ବି ଭିଣୋଇଙ୍କୁ ସହଯୋଗ କରିବାକୁ ରୋକ୍ଠୋକ ମନା କରି ଦେଇଥିଲେ ବୋଲି ବିଜୟ ପୁଲିସକୁ କହିଥିବା ସୂଚନା ମିଳିଛି । ଶ୍ବଶୁର ଘର ପାଇଁ ଏତେ କରିବା ପରେ ବି ସେମାନେ କରଜ ସୁଝିବାକୁ ସହଯୋଗର ହାତ ନ ବଢ଼ାଇବାରୁ ବିଜୟ ଚରମ ନିଷ୍ପତ୍ତି ନେଇଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।