ନମସ୍କାର ବନ୍ଧୁଗଣ ତେବେ ଜଙ୍ଗଲର ନିୟମ ଅତ୍ୟନ୍ତ ସ୍ୱତନ୍ତ୍ର ଯେଉଁଠାରେ ଜଣେ କେବଳ ଶକ୍ତି ଦ୍ୱାରା ବଞ୍ଚିପାରିବ ଶିକାର କରୁଥିବା ପଶୁମାନେ ସର୍ବଦା ଆକ୍ରମଣ କରି ନିଜ ଶିକାରକୁ ଅପେକ୍ଷା କରିଥା’ନ୍ତି ଏବଂ ସୁଯୋଗ ପାଇବା ମାତ୍ରେ ସେମାନେ ସେମାନଙ୍କୁ ଆକ୍ରମଣ କରି ଶିକାରର କାର୍ଯ୍ୟ ସମାପ୍ତ କରନ୍ତି । ଜଙ୍ଗଲରେ ଥିବା ପଶୁ କେହି କାହାକୁ ବଞ୍ଚାଇବାକୁ ଆସନ୍ତି ନାହିଁ । ତେବେ ସୋସିଆଲ ମିଡିଆରେ ପ୍ରତିଦିନ ଜଙ୍ଗଲୀ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହୋଇଥାଏ ।

ୟୁଜର୍ସ ମଧ୍ୟ ଏହିସବୁ ଭିଡିଓକୁ ଦେଖିବାକୁ ବେଶ୍ ପସନ୍ଦ କରୁଛନ୍ତି । ଯାହା କାରଣରୁ ସୋସିଆଲ ମିଡିଆରେ ଓ୍ଵାଇଲ୍ଡ ଲାଇଫ ଭିଡିଓ ଭାଇରଲ ହେବାରେ ଲାଗିଛି । ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଥିରେ ସିଂହ କିଭଳି ମଇଁଷି ପଲ ଠାରୁ ଜୀବନ ବଞ୍ଚାଇବା ପାଇଁ ଉପାୟ ଆପଣାଉଛି ତାହା ଦେଖିବାକୁ ମିଳିଛି ।
ତେବେ ସୋସିଆଲ ମିଡିଆରେ ଏହିସବୁ ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଜଙ୍ଗଲରେ ସିଂହ ଅନ୍ୟ ଜୀବଜନ୍ତୁଙ୍କୁ ଅତି ସହଜରେ ଶିକାର କରିଦିଏ । ତେବେ ସିଂହ କୁ ଜଙ୍ଗଲ ର ରାଜା ବୋଲି ମଧ୍ୟ କୁହାଯାଏ ତେବେ ତା ସାମ୍ନାକୁ ଯିବା ପାଇଁ କାହାର ସାହସ ମଧ୍ୟ ନଥାଏ । ତେବେ କିନ୍ତୁ ଏହି ଭିଡିଓରେ ସବୁକିଛି ଅଲଗା ଦେଖିବାକୁ ମିଳିଛି ।
ଭିଡିଓରେ ଦେଖିବାକୁ ମିଳିଛି ସିଂହକୁ ନିଜର ଟାର୍ଗେଟ କରିବା ପାଇଁ ମଇଁଷି ପଲ୍ଲ ପୂର୍ବରୁ ଚିନ୍ତା କରି ନେଇଛନ୍ତି । ଏକୁଟିଆ ଶିକାର କରିବାକୁ ଆସିଥିବା ସିଂହ ଭୟରେ ନିଜ ଜୀବନ ବଞ୍ଚାଇବା ପାଇଁ ଗଛରେ ଚଢି ଯାଇଥିବା ଦେଖିବାକୁ ମିଳିଛି । ତେବେ ଭାଇରଲ ହେଉଥିବା ଏହି ଭିଡିଓରେ ଛୋଟବେଳେ ପଢିଥିବା ପାଠ ମନେ ପଡିଯାଇଛି । ଯାହା ଏକତାକୁ ଦର୍ଶାଉଛି । ଏକତା ହିଁ ବଳ । ଏପରି ଏକ କାହାଣୀ ଆପଣ ନିଶ୍ଚିତ ଛୋଟ ବେଳେ ଶୁଣିଥିବେ ।

କିଭଳି ଜଣେ ଶିକାର ଚଢେଇ ଧରିବା ପାଇଁ ଜାଲ ବସାଇଥିବା ବେଳେ ଗୋଟିଏ ଚଢେଇ ଏହାର ଶିକାର ହେଉଛି । କିନ୍ତୁ ଚଢେଇ ଦଳ ନିଜ ସାଙ୍ଗକୁ ବଞ୍ଚାଇବା ପାଇଁ ସପୂଂର୍ଣ୍ଣ ଜାଲକୁ ଧରି ଉଡି ଯାଉଛନ୍ତି । ତେବେ ସିଂହ ଜଙ୍ଗଲରେ ରାଜା ହେଲେ ମଧ୍ୟ ମଇଁଷି ପଲ୍ଲ ଆଗରେ ହାର ମାନିଛି । ନିଜ ଜୀବନ ବଞ୍ଚାଇବା ପାଇଁ ବିକଳରେ ଗଛରେ ଚଢିଯାଉଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯାହାକୁ ଲକ୍ଷ ଲକ୍ଷ ଭ୍ୟୁ ମିଳିଛି ।
ମଇଁଷି ଦଳଙ୍କ ଏକତା ଦେଖିବାକୁ ମିଳିଛି ଏହି ଭିଡିଓରେ । ଏହି ଭିଡିଓ ଓ୍ଵାଇଲ୍ଡ ଆନିମଲ ସଟର୍ସ ନାମକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଏହାକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି । ତେବେ ଏହାକୁ ୧୮ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

