ଏ ଛୁଆ ଜନ୍ମ ହେଲା କାହିଁକି ? ପୁରା ଖବର ଜାଣିଲେ ଆପଣ କାନ୍ଦି ପକେଇବେ…

ବନ୍ଧୁଗଣ ଗୋଟେ ମା ନିଜ ଛୁଆକୁ ସବୁ ଠାରୁ ଅଧିକ ଭଲ ପାଏ । ଯେତେବେଳେ ଗୋଟେ ପରିବାରରେ ଏକ ଛୁଆ ଜନ୍ମ ହୋଇଥାଏ ସେତେବେଳେ ସମସ୍ତେ ଖୁସି ହୋଇଯାନ୍ତି । ହେଲେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଗୋଟେ ଛୁଆ ଜନ୍ମ ହେବା ପରେ ନିଜ ପରିବାର ଲୋକଙ୍କ ପାଇଁ ବୋଝ ପାଲଟି ଯାଇଛି ।

ଛୁଆ ବୋଝ ହେବା ହେତୁ ମା ଛୁଆକୁ ହସ୍ପିଟାଲରେ ଏକା ଛାଡି ଦେଇ ପରିବାର ଲୋକ ମୁହଁ ମୋଡି ଚାଲିଯାଇଛନ୍ତି କାରଣ ଛୁଆ ଠାରୁ ଅଧିକ ସେମାନଙ୍କୁ ଘାରିଛି ଲୋକ ଲଜ୍ୟାର ଭୟ । ଛୁଆଟି ତୃତୀୟ ଲୀଙ୍ଗ ବୋଲି ଘରୋଇ ନର୍ସିଙ୍ଗ ହୋମ ପକ୍ଷରୁ କୁହାଯିବା ପରେ ପରିବାର ଲୋକଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡିଛି ।

ଯାଜପୁର ଟାଉନର ଏକ ଘରୋଇ ନର୍ସିଂ ହୋମରେ ଗତକାଲି ହରିପୁର ଅଂଚଳର ସ୍ନେହଲତା ବରାଳଙ୍କର  ଥାର୍ଡ ଜେଣ୍ଡର ବା କିନ୍ନର ନବ ଜାତ ଶିଶୁ କନ୍ମ ହୋଇଛି । ମା’ ଓ ନବଜାତ ଛୁଆକୁ ଛାଡ଼ି ଘରଲୋକ ପଳାଇଥିବା ବେଳେ ଏବେ ଛୁଆର ଭବିଷ୍ୟତ ଚିନ୍ତା ଘାରିଛି ମା’କୁ ।ମା ଅବଶ୍ୟ ନିଜ ପାଖରେ ପିଲାଟିକୁ ରଖିବା ପାଇଁ ଚାହୁଁ ଥିଲେ ବି ପରିବାର ଲୋକେ ରାଜି ହୋଇ ନଥିବା ଶିଶୁର ମା କହିଛନ୍ତି ।

ଯାଜପୁର କିନ୍ନର ସଂଘ ଏହି ଖବର ବିଷୟରେ ଜାଣିବା ପରେ ନବଜାତ ଶିଶୁର ମାକୁ ଭେଟିବା ସହ ସପୋର୍ଟ କରିଛନ୍ତି । କିନ୍ନର ସଂଘ ଯାଜପୁର ଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ପିଲାଟିର ମାକୁ ସହାୟତା କରିବା ସହ ଶିଶୁର ସୁରକ୍ଷା ଓ ରକ୍ଷଣ ବେକ୍ଷଣ ପାଇଁ ଦାବି କରିଛନ୍ତି । ତେବେ କିନ୍ନର ସଂଘଙ୍କ ଦାବି ପରେ ଏହି ଘଟଣାର ତଦନ୍ତ ପାଇଁ ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ମଙ୍ଗଳ କମିଟିକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।

ଏହା ସହ  ଆବଶ୍ୟକ ରକ୍ଷଣ ବେକ୍ଷଣ ପାଇଁ ପଦକ୍ଷେପ ନେବାକୁ ଦାୟିତ୍ଵ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ । ତେବେ ବନ୍ଧୁଗଣ ଏହି ଖବରଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ସମସ୍ତ ଲୋକ ଏହି ଖବର ବିଷୟରେ ଜାଣି ନିଜର ମତ ରଖୁଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *