ଭାଇ ସଫା କରିଦେଲା ଭାଇର ପୁରା ପରିବାର, ପତ୍ନୀ ବଖାଣିଲେ ହତ୍ୟା ପଛର କାହାଣୀ…ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଗତ କାଲି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା । ସମ୍ପତ୍ତି ପାଇଁ ରକ୍ତର ହୋଲି ଖେଳିଛି ରକ୍ତ ସମ୍ପର୍କ । ନିଜ ସାନ ଭାଇ ଶୈତାନ ସାଜିଛି । ବଡ ଭାଇର ପରିବାରକୁ ପୁରା ନିପାତ କରିଦେଇଛି । ୫ ଜଣଙ୍କୁ କଟୁରିରେ ହାଣି ହତୟଆ କରିଛି ସାନ ଭାଇ । ବନ୍ଧୁଗଣ କଟକ ମାହାଙ୍ଗାରେ ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଏହି କାଣ୍ଡ କରିବା ପରେ ଅଭିଯୁକ୍ତ ନିଜେ ଭିଡିଓ କରି ଭାଇରାଲ କରିଛି ।

ଭିଡିଓରେ ଅଭିଯୁକ୍ତ ନିଜ ଭୁଲ ସ୍ଵୀକାର କରିଛି । ଅଭିଯୁକ୍ତ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ ମଧ୍ୟ କରିଛି ।ତେବେ ବନ୍ଧୁଗଣ ହତୟଆକାରୀଙ୍କ ନାମ ହେଉଛି ଶିବ ସାହୁ । ଏହି ଘଟଣାଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ହତୟଆକାରୀ ଶିବ ସାହୁଙ୍କ ପତ୍ନୀ ଗଣମାଧ୍ୟମ ସାମ୍ନାକୁ ଆସି ହତୟଆ ପଛର କାହାଣୀ ବିଷୟରେ କହିଛନ୍ତି । ତେବେ ବନ୍ଧୁଗଣ ଶିବ ସାହୁଙ୍କ ପତ୍ନୀ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା ।

ଶିବଙ୍କ ପତ୍ନୀ କାନ୍ଦି କାନ୍ଦି କହିଛନ୍ତି-‘ମୁ କିଛି ଦେଖିନି । ଘର ବାଡିକୁ ନେଇ ତାଙ୍କର ଦୀର୍ଘ ଦିନ ହେବ ଝଗଡା ଲାଗି ରହିଥିଲା । ସେମାନେ ଆମକୁ ରହିବା ପାଇଁ ଦିଅନ୍ତି ନାହିଁ । ସେମାନେ କୁହନ୍ତି ସେମାନେ ଘରର ସବୁ କଥା ବୁଝିବେ । ମୁଁ ଏକା ଥିବା ବେଳେ ସେମାନେ ମୋତେ ବାଡିଆ ପିଟା କରନ୍ତି । ସେଦିନ ରାତି ୨ଟା ୩ଟା ହୋଇଥିବା ଆଉ ଚାବି ପାଇଁ ଝଗଡା ହୋଇଥିଲା ।

ଆଗକୁ ସେ କହିଛନ୍ତି-ସେମାନେ ଗେଟ ଚାବି ପକାଇ ଦେଇଥିଲେ ଆଉ ଏ ଚାବି ମାଗିଲେ ଝାଡା ଯିବା ପାଇଁ । ହେଲେ ସେମାନେ ଚାବି ନଦେଇ ମୋ ସ୍ଵାମୀଙ୍କୁ ମାରିଲେ । ସେମାନେ ପାଞ୍ଚ ଜଣ ମୋ ସ୍ଵାମୀଙ୍କୁ ମାରିଲେ ହେଲେ ମୁଁ ଏହା ଦେଖିନି । ମୋତେ କବାଟ ଖୋଲି କହିଲେ ତୁ ଯିବୁ ନା ତୋତେ ମାରିଦେବି ଏହା ପରେ ମୁ ପଳେଇ ଆସିଛି । ମୁଁ ସେମାନଙ୍କୁ ଦେଖିନି ଆଉ ସେମାନଙ୍କର କଣ ହୋଇଛି ବି ମୁଁ ଠିକ ସେହି ଜାଣି ନାହିଁ’ ।

ତା ହେଲେ ବନ୍ଧୁଗଣ ଶିବ ସାହୁଙ୍କ ପତ୍ନୀ କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ ସେଦିନ ରାତିରେ ହୋଇଥିବା ଘଟଣା ବିଷୟରେ କହିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *