13 ହଜାର ଫୁଟ୍ ଉପରୁ ଖସି ପଡ଼ିଲେ ମହିଳା, ଆଉ ତା’ପରେ ଯାହା ହେଲା ଶୁଣିଲେ ଆପଣ ବିଶ୍ଵାସ କରି ପାରିବେନି…

୨୦୦ କିଲୋମିଟର ବେଗରେ ଆକାଶରୁ ଖସିଲେ ମାଟିରେ ପିଟି ହୋଇ ମୃତ୍ୟୁକୁ ମାତ୍ ଦେଲେ । ବନ୍ଧୁଗଣ ମଝି ଆକାଶରୁ ଅନେକ ଲୋକ ମୃତ୍ୟୁକୁ ଦେଖିଥିବେ । ଏପରି କି ଅନେକ ମୃତ୍ୟୁକୁ ମାତ୍ ଦେଇ ବର୍ତ୍ତୀ ଯାଇଥିବେ । ହେଲେ ମାଟିରୁ ୧୩ ହଜାର ଫୁଟ୍ ଉଚ୍ଚରୁ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଜଣେ ମହିଳା ଖସି ପଡି ବଞ୍ଚି ଯାଇ ମୃତ୍ୟୁକୁ ମାତ୍ ଦେଇଛନ୍ତି । ଆଉ ଏହି ଖବର ଏବେ ଜାତୀୟ ଓ ଆନ୍ତର୍ଜାତୀୟ ମିଡିଆରେ ହେଡ ଲାଇନ ପାଲଟିଛି ।

ରଖେ ହରି ତ ମାରେ କିଏ ପୁଣି ଥରେ ଏହି ଲୋକ କଥାର ଜ୍ଵଳନ୍ତ ଉଦାହରଣ ସାମ୍ନାକୁ ଆସିଛି । ଯେତେବେଳେ ୧୩ ହଜାର ଫୁଟ୍ ଉଚ୍ଚତାରୁ ଆକାଶରୁ ଖସି ପଡି ମାଟି କଚାଡି ହୋଇ ପଡ଼ିଲେ ଆଉ ଆଖି ଖୋଲିଥିବା ବେଳକୁ ସେ ବଞ୍ଚି ଥିବା ଦେଖି ବିଶ୍ଵାସ କରିପାରିଲେ ନାହିଁ । ଚମତ୍କାର ହେଉ ଅଥବା ଭଗବାନଙ୍କର ଇଛା ସେ ମୃତ୍ୟୁକୁ ମାତ୍ ଦେଇ ଫେରି ଆସିଛନ୍ତି ।

ଆମେରିକା ଭର୍ଜିନିଆର ୩୫ ବର୍ଷୀୟ ମହିଳା ଯୋର୍ଡାନ ହାଡମାକେନ । ପେସାରୁ ସେ ଜଣେ ସ୍କାଏ ଡାଇଭର ଅଟନ୍ତି । ମଝି ଆକାଶରେ ସ୍କାଏ ଡାଇଭିଙ୍ଗ କରୁଥିବା ବେଳେ ତାଙ୍କ ସହ ଏମିତି କିଛି ଘଟିଛି ଯାହା କି ଚମତ୍କାର କହିଲେ ଭୁଲ ହେବ ନାହିଁ । ଯୋର୍ଡାନଙ୍କ କହିବା ମୁତାବକ, ସ୍କାଏ ଡାଇଭିଙ୍ଗ କରୁ କରୁ ଆକାଶରୁ ତଳକୁ ଖସୁ ଥିବା ବେଳେ ମୋ ପାରାସୁଟଟି ଗୋଡରେ ଫସିଯାଇଥିଲା ।

ଫଳରେ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ୧୩ ଫୁଟ୍ ଉଚ୍ଚରୁ ତଳେ ଆସି ପିଟି ହେଇଗଲି । ମାତ୍ର ୩୦ ସେକେଣ୍ଡ ମଧ୍ୟରେ ମୋ ସହ ମୃତ୍ୟୁ ଲୁଚକାଳି ଖେଳ ଖେଳିଗଲା । ମୁଁ ଭାବି ନଥିଲି ଆଉ ବଞ୍ଚିବୀ ବୋଲି କିନ୍ତୁ ମୋ ଚେତା ଫେରିବା ବେଳକୁ ମୁ ଯନ୍ତ୍ରଣା ଅନୁଭବ କଲି । ଶରୀରର ଅନେକ ଅଂସ ଭାଙ୍ଗି ଯାଇଥିଲା । ଏବେ ହସ୍ପିଟାଲରେ ଥିବାରୁ ଧୀରେ ଧୀରେ ସୁସ୍ଥ ହେଉଛି ।

ଏତେ ଉଚ୍ଚତାରୁ ଯୋର୍ଡାନ ମାଟିରେ ପଡି ବଞ୍ଚି ଗଲେ ସତ କିନ୍ତୁ ଏବେ ତାଙ୍କ ମେରୁଦଣ୍ଡ ଆଉ ବାମ ଗୋଡ ସଂପୂର୍ଣ୍ଣ ଠିକ ହୋଇ ନାହିଁ । ୩ ମାସ ଧରି ହସ୍ପିଟାଲରେ ରହି ମୃତ୍ୟୁ ସହ ଲଢେଇ କରୁଛନ୍ତି ଯୋର୍ଡାନ । ସତେ ଯେମିତି ଭଗବାନ ତାଙ୍କୁ ନୂଆ ଜୀବନ ଦେଇଥିବା କଥା ସେ କୁହନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *