ତପସ୍ୱିନୀ କାଲି ତୁମେ ନାଲି ଶାଢ଼ୀ ପିନ୍ଧି ଆସିବ ,ତୁମେ ଯାହା ଭାବିଲେ ବି ତୁମେ ଆମ ଘରର…

ନମସ୍କାର ବନ୍ଧୁଗଣ ତେବେ ତପସ୍ବିନୀ ତୁମେ ସେହି ନାଲି ଶାଢ଼ୀ ପିନ୍ଧି ଆସିବ ଯେଉଁ ଶାଢ଼ୀ ତୁମେ ପ୍ରଥମ ଦିନ ପିନ୍ଧି ଆସିଥିଲ ଏବଂ ଯାହାକୁ ଦେଖି ମୋର ଆଖି ଲାଖି ଯାଇଥିଲା । ତେବେ ତୁମ ଏତେ ଦିନର ତପସ୍ୟା ଶୀଘ୍ର ସଫଳ ହେବ । ତେବେ ବହୁ ଚର୍ଚ୍ଚିତ ବ୍ରହ୍ମପୁର ଡାକ୍ତର ସୁମିତ-ତପସ୍ବିନୀ ପାରିବାରିକ ବିବାଦ ମାମଲା ହାଇକୋର୍ଟରେ ବିଚାରଧୀନ ରହିଛି । ଏହି ମାମଲାର ଶୁଣାଣୀ କରି ଏପ୍ରିଲ ୯ ତାରିଖରେ ଉଭୟ ପକ୍ଷ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ ।

ଆଜି ପ୍ରଥମ ଥର ପାଇଁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ ସୁମିତ ଓ ତପସ୍ୱିନୀ । ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି କାଉସିଲିଂ ସଫଳ ହୋଇଥିବା ତାପସ୍ୱିନୀ କହିଛନ୍ତି । ସେପଟେ ପତିପତ୍ନୀଙ୍କ ମଧ୍ୟରେ ଆଜି ହୋଇଥିବା  କାଉସିଲିଂ ବାବଦରେ ସୁମିତ ଵିଶେଷ କିଛି କହି ନ ଥିଲେ ମଧ୍ୟ ପ୍ରଥମ ଦିନର  କାଉସିଲିଂ ଫଳପ୍ରଦ ହୋଇଥିବା ସୁମିତଙ୍କ ଓକିଲ କହିଛନ୍ତି ।

ତେବେ ପ୍ରଥମ ଥର ଲାଗି କାଉସିଲିଂ ଟେବୁଲ ରେ ଏକାଠି ହୋଇଥିଲେ ସୁମିତ ଓ ତାପସ୍ୱିନୀ । କଟକ ଆଇନ ସେବା ଭବନରେ ଥିବା ମଧସ୍ଥତା କେନ୍ଦ୍ରରେ ଉଭୟଙ୍କୁ ପ୍ରାୟ ୩ ଘଣ୍ଟା ଧରି କାଉସିଲିଂ କରାଯାଇଥିଲା । ପ୍ରଥମେ ଉଭୟଙ୍କୁ ଏକାଠି ବସାଇ ଓ ପରେ ପୃଥକ ପୃଥକ ଭାବେ କାଉସିଲିଂ କରିଥିଲେ ଅଧିକାରୀ । କାଉସିଲିଂ ସମୟରେ କେଉଁ କାରଣ ଯୋଗୁଁ ବିବାଦ ଉପୁଜିଥିଲା ସେ ବିଷୟରେ ସବିଶେଷ ଆଲୋଚନା କରିଥିଲେ ଅଧିକାରୀ ।

ତେବେ ଏହି କାଉସିଲିଂ ଫଳପ୍ରଦ ହୋଇଛି । ଏହା ଉଭୟଙ୍କୁ ପୁଣି ଥରେ ଏକାଠି କରିବା ଦିଗରେ ସହଯୋଗ କରିବ ବୋଲି ତପସ୍ୱିନୀ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସକାରତ୍ମକ ଆଲୋଚନା ହୋଇଥିବା ତପଶ୍ୱନୀଙ୍କ ଓକିଲ କହିଛନ୍ତି ।   ଆସନ୍ତା ୧୧ ତାରିଖରେ ପୁଣି ଥରେ ଏହି ମାମଲାର ଶୁଣାଣୀ ହେବ । ତେବେ ସୂଚନାଯୋଗ୍ୟ ଯେ ସୁମିତ୍-ତପସ୍ୱିନୀ ବିବାଦ ଘଟଣାରେ ପୂର୍ବରୁ ଜିଲ୍ଲା କୋର୍ଟ ରାୟ ଶୁଣାଇଥିଲେ ।

ଏଥିରେ ଶ୍ଵଶୁରଙ୍କ ଘରେ ତପସ୍ବିନୀ ରହିବେ ।  ଏହା ସହ ତପସ୍ବିନୀଙ୍କୁ ପ୍ରତି ମାସ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ୧୭ ହଜାର ଟଙ୍କା ଭରଣ ପୋଷଣ ପାଇଁ ସୁମିତ୍ ଦେବାକୁ ନିର୍ଦେଶ ଦେଇଥିଲେ । ତେବେ ଜିଲ୍ଲା କୋର୍ଟଙ୍କ ରାୟକୁ ହାଇକୋର୍ଟରେ ସୁମିତ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣୀ କରି ପ୍ରତି ମାସରେ ୧୦ ହଜାର ଟଙ୍କା ଭରଣ ପୋଷଣ ବାବଦକୁ ଦେବା ପାଇଁ ନିର୍ଦେଶ ଦେଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *