ବନ୍ଧୁଗଣ ଏହି ସଂସାରରେ ଅନେକ ପ୍ରକାରର ଲୋକ ରହିଥାନ୍ତି । କେତେକ ଲୋକ ନିଜ ମାନସିକ ଭାରସାମ୍ୟ ହରାଇ ଅପରାଧର ବାଟରେ ଚାଲିଯାଇଥାନ୍ତି । ଯଦି କୌଣସି ବ୍ୟକ୍ତି ଅପରାଧ କରୁଛି ତା ହେଲେ ଆଇନ ଅନୁଯାଇ ତାକୁ ଦଣ୍ଡ ମିଳିଥାଏ । କୌଣସି ଜଘନ୍ୟରୁ ଅତି ଜଘନ୍ୟ ଅପରାଧ ନିମନ୍ତେ ମୃତ୍ୟୁ ଦଣ୍ଡ ମିଳିଥାଏ । ବିଭିନ୍ନ ଦେଶରେ ମୃତ୍ୟୁ ଦଣ୍ଡର ଭିନ୍ନ ଭିନ୍ନ ବ୍ୟବସ୍ଥା ଅଛି ।
ଭାରତ ଭଳି ଅନେକ ଦେଶରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା କଏଦୀଙ୍କୁ ଫାଶୀ ଦିଆଯାଏ । ଆଉ ଏହି ଫାଶୀ ପ୍ରକ୍ରିୟାରେ ଜହ୍ଲାଦର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ।ଜଣେ ବ୍ୟକ୍ତି ଅପରାଧ କରିବା ପରେ କୋର୍ଟ ଯାଇଥାଏ । କୋର୍ଟରେ ଯେତେବେଳେ କୌଣସି ଅପରାଧୀ ବିରୋଧରେ ବିଚାରପତି ମୃତ୍ୟୁ ଦଣ୍ଡ ବିଧାନ କରନ୍ତି ସେତେବେଳେ ଏ ସମ୍ପର୍କିତ ରାୟର ଫାଇଲରେ ଦସ୍ତଖତ କରିବା ସହ କଲମର ନିବ୍ ଭାଙ୍ଗନ୍ତି ।
ଏହା ପରେ କଏଦୀଙ୍କୁ ଫାଶୀ ତାରିଖ ଓ ସମୟ ବା ଡେଥ୍ ୱାରେଣ୍ଟ ବା ବ୍ଲାକ୍ ୱାରେଣ୍ଟ ପାଇଁ ଅପେକ୍ଷା କରିବାକୁ ପଡେ ।ବନ୍ଧୁଗଣ ଯେଉଁ ଦିନ ଫାଶୀ ଦିଆଯାଏ ସେଦିନ କଏଦୀଙ୍କୁ ସାଧାରଣ ସେଲରୁ ଡେଥ ସେଲକୁ ଅଣା ଯାଇଥାଏ । ଫାଶୀ ଦିନ କଏଦୀଙ୍କୁ ସକାଳୁ ସ୍ନାନ କରି କଳା ପୋଷାକ ପିନ୍ଧିବାକୁ କୁହାଯାଏ । ଶେଷ ଦିନରେ ସେମାନଙ୍କୁ ଚାହା ଓ ଜଳଖିଆ ଦିଆଯାଏ ।
ଏହା ପରେ ହାତକୁ ବାନ୍ଧି ଫାଶୀ ଖୁଣ୍ଟକୁ ନିଆଯାଏ । ମୁହଁରେ କଳା ପଟି ବାନ୍ଧି ଦିଆ ଯାଏ । ଫାଶୀ ଦେବା ସମୟରେ କେବଳ ଜେଲ୍ ଅଧୀକ୍ଷକ, ମେଡିକାଲ୍ ଅଫିସର ଏବଂ ମାଜିଷ୍ଟ୍ରେଟ୍ ଉପସ୍ଥିତ ରୁହନ୍ତି । କଏଦୀଙ୍କୁ ଚିହ୍ନଟ କରାଯିବା ସହ ଏବଂ ଡେଥ୍ ୱାରେଣ୍ଟ ପଢି ଶୁଣାଯାଏ । ଫାଶୀ ଦେବା ପୂର୍ବରୁ କଏଦୀଙ୍କୁ ତାଙ୍କର ଶେଷ ଇଚ୍ଛା ପଚରାଯାଏ ଓ ଜେଲ ମାନୁଆଲ ଅନୁସାରେ କଏଦୀଙ୍କ ଇଚ୍ଛା ପୂରଣ କରାଯାଏ ।
ଫାଶୀ ଦେବାବେଳେ କେବଳ ଜହ୍ଲାଦ ଦୋଷୀଙ୍କ ନିକଟରେ ରୁହନ୍ତି । ଫାଶୀର ଠିକ୍ ପୂର୍ବରୁ ଜହ୍ଲାଦ କଏଦୀଙ୍କ ନିକଟକୁ ଯାଇ ତାଙ୍କ କାନରେ କୁହନ୍ତି ଯେ, ମୋତେ କ୍ଷମା କର, ମୁଁ ଜଣେ ସରକାରୀ କର୍ମଚାରୀ । ମୁଁ ଆଇନ ଦ୍ୱାରା ବନ୍ଧା । ଏହା ପରେ, ଯଦି ଅପରାଧୀ ଜଣେ ହିନ୍ଦୁ ହୋଇଥାନ୍ତି, ତେବେ ଜହ୍ଲାଦ ତାଙ୍କୁ ରାମ-ରାମ ବୋଲି କୁହନ୍ତି । ଆଉ ଯଦି ଅପରାଧୀ ମୁସଲମାନ, ତେବେ ସେ ତାଙ୍କୁ ଶେଷ ଥର ପାଇଁ ସଲାମ ଜଣାନ୍ତି ।
ଏହା କହିବା ପରେ, ସେ ଲିଭରକୁ ଟାଣି ଦିଅନ୍ତି ଏବଂ ଦୋଷୀଙ୍କ ଜୀବନ ଯିବା ପର୍ଯ୍ୟନ୍ତ ତାଙ୍କୁ ଟାଙ୍ଗି ରଖନ୍ତି । ଏହା ପରେ ମୃତଶରୀରକୁ ତଳକୁ ଆଣି ଡାକ୍ତରମାନେ ଅପରାଧୀଙ୍କ ନାଡିକୁ ଯାଞ୍ଚ କରନ୍ତି । ମୃତ୍ୟୁ ନିଶ୍ଚିତ ହେବା ପରେ ଆବଶ୍ୟକ ପ୍ରକ୍ରିୟା ସମାପ୍ତ ହୁଏ । ତା ହେଲେ ବନ୍ଧୁଗଣ ଜଲ୍ଲାଦ ଏହି ସବୁ କଥା କଏଦୀ କାନରେ କହିଥାଏ । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।