ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ସାହୁ ହତ୍ୟାକାଣ୍ଡଟି ଏବେ ସାରା ଓଡିଶାରେ ହଲଚଲ ସୃଷ୍ଟି କରିଛି । ଏହି ମାମଲାକୁ ନେଇ ସବୁ ଆଡେ ଜୋର ଚର୍ଚ୍ଚା ଧରିଛି । ତେବେ ଏହି ମାମଲାର କେତେକ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଅଟକ ରଖିଛି ଓ ଏବେ ତଦନ୍ତ ଜାରି ରଖିଛି । ତେବେ ଏହାରି ମଧ୍ୟରେ ଏକ ବଡ ଖୁଲାସା ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ଦିନକୁ ଦିନ ଜଟିଳ ହେବାରେ ଲାଗିଛି ମାନସ ମର୍ଡର ଘଟଣା । ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଭୁବନେଶ୍ବରସ୍ଥିତ ଦୟାଲ ଆଶ୍ରମକୁ ଯାଉଥିବା ଜଣେ ସମାଜସେବୀ ଶର୍ମିଷ୍ଠା ଏବଂ ନିରଞ୍ଜନଙ୍କ ବିଷୟରେ କଣ କହୁଛନ୍ତି ଦେଖନ୍ତୁ । ବ୍ୟକ୍ତି ଜଣକ କହୁଛନ୍ତି-‘ମୁ ଯେତେବେଳେ ପ୍ରଥମେ ଗଲି ସେତେବେଳେ ବୋର୍ଡ ମରା ହୋଇଥିଲା ଦୟା ଆଶ୍ରମ ମୁ ଭିତରକୁ ଗଲି ସେଠି ଝୁନା ମ୍ୟାଡମ ଆଉ ଶର୍ମୀଷ୍ଠା ମ୍ୟାଡମ ଥିଲେ’ ।
ଆଗକୁ ସେ କହିଛନ୍ତି-‘ସେମାନେ ମୋ ସହ କଥାବାର୍ତ୍ତା ହେଲେ ସେମାନେ କହିଲେ ତମେ ଆସ ଆମ ଆଶ୍ରମର ମେମ୍ବର ରହିବ ଆଉ ୧୦୦୦ ଟଙ୍କା ଗୋଟେ ସ୍ଲିପ କାଟିବ । ମୁ ସେମିତି ରହିବି କହି ମେମ୍ବର ହେଲିନି କି ପଇସା ପତ୍ର ଦେଲି ନାହିଁ । ତା ପରେ ତାଙ୍କ ସହ ରିଲେସନ ବି ଭଲ ଥିଲା ଆଶ୍ରମକୁ ବଡ ବଡିଆ ଲୋକ ବି ଆସନ୍ତି । ନିରଞ୍ଜନ ସେଠି ବି ଆସନ୍ତି । ମୁଁ ନିରଞ୍ଜନ ସେଠିଙ୍କ ସହ ବି କଥାବାର୍ତ୍ତା ହୋଇଛି’ ।
ଆଗକୁ ସେ କହିଛନ୍ତି-‘ହେଲେ ଯଦି ସେ ୧୦୦ ଥର ଆଶ୍ରମ ଆସନ୍ତି ମୋ ପାଖକୁ ଖବର ଆସେ ସେ ୨୦ ଥର ଆସନ୍ତି । ସେ ଶନିବାର ସନ୍ଧ୍ୟାରେ ନଚେତ ରବିବାର ସକାଳେ ଆସନ୍ତି । ଶର୍ମୀଷ୍ଠା ଆଉ ନିରଞ୍ଜନ ମୋତେ ପଇସା ଦେଇଛନ୍ତି ମଦ ଆଣିବା ପାଇଁ । ମୁ ଏ ରୋଡରେ ତାଙ୍କୁ ଦେଇଡିଏ ସେ ନେଇ ପଳେଇବେ ମୁ ଏଠି ରାହି ଯାଏ । ଏଇଠି ବାର ଅଛି ହେଲେ ସେ କୁହନ୍ତି ଆମେ ବାର ଭିତରକୁ ଯାଇପାରିବା ନାହିଁ ତମେ ଟିକେ ନେଇ ଆସ’ ।
ଆଗକୁ ସେ କହିଛନ୍ତି-‘ଜାନୁୟାରୀ ୨୬ ତାରିଖ ଦିନ ତାଙ୍କ ସହ ମୋର ଗଣ୍ଡୋଗଳ ହୋଇଥିଲା ସେବେଠାରୁ ମୁଁ ଯାଇ ନାହିଁ ତା ପରେ ସେ ମୋତେ ଫୋନ ବି କରିଛନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଏହି ବ୍ୟକ୍ତି ଜଣକ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।