DRDO ର କମାଲ ! ଭାରତ ବନିବ ପ୍ରଥମ ଦେଶ, ଏମିତି ଟେକନିକ କାହାରି ପାଖରେ ବି ନାହିଁ  

ବନ୍ଧୁଗଣ ମିସାଇଲ କ୍ଷେତ୍ରରେ ଆଜି ଭାରତ କେଉଁ ଭଳି ଭାବରେ ଅନ୍ୟ ଦେଶ ମାନଙ୍କୁ ଟକ୍କର ଦେଉଛି ତାହା ବିଷୟରେ ଆମେ ସମସ୍ତେ ଜାଣିଛୁ । ଆଜି ଭାରତ ପୃଥିବୀ ଓ ଅଗ୍ନି ଆଦି ଘାତକ ମିସାଇଲ ବନେଇ ସାରା ବିଶ୍ଵ ଆଗରେ ନିଜ ଶକ୍ତି ପଦର୍ଶନ କରିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଖବର ନେଇ ଆସିଛୁ ଯାହା ଜାଣିବା ପରେ ଆପଣ ମାନେ ବହୁତ ଖୁସି ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଆଜି ୱେଷ୍ଟର୍ନ ଫ୍ରଣ୍ଟରେ ମୋର୍ଚ୍ଚାକୁ ଦେଖି ଭାରତ ବାୟୁସେନା ସହିତ ନେଭିକୁ ବି ଶକ୍ତିଶାଳୀ କରୁଛି । ବନ୍ଧୁଗଣ ଭାରତର ଶତ୍ରୁ ହେଉଛି ଚୀନ ଓ ଚୀନ ଆମେରିକା ଭଳି ଦେଶକୁ ସମୁଦ୍ରରେ ହରେଈ ଦେବ । ତେଣୁ ଚୀନ ଠାରୁ ଭାରତ ଶକ୍ତିଶାଳୀ ହେବା ନିହାତି ଆବଶ୍ୟକ । ଚୀନ ସମୁଦ୍ରରେ ବହୁତ ଅଧିକ ଶକ୍ତିଶାଳୀ ଅଟେ । ହେଲେ ଭାରତର ନୌସେନା ଚୀନ ଠାରୁ କୌଣସି କ୍ଷେତ୍ରରେ କମ ନାହିଁ ।

ଭାରତ ନିଜ ନୌସେନାକୁ ଅତ୍ୟନ୍ତ ଶକ୍ତିଶାଳୀ କରୁଛି । ଏହାରି ମଧ୍ୟରେ ନୌସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଭାରତ ସରକାର ଇଣ୍ଡିଆନ ନେଭି ପାଇଁ ଏକ ଘାତକ ଅସ୍ତ୍ର କିଣିବାକୁ ଯାଉଛନ୍ତି । ଇଣ୍ଡିଆନ ଡ଼ିଫେନ୍ସ ନ୍ୟୁଜ ମୁତାବକ ଭାରତ ଲମ୍ବା ସମୟରୁ ନିଜ ସବମରିନ ପାଇଁ ହେବି ଟର୍ପେଡୋସର ମାଙ୍ଗ କରୁଥିଲା । ଏହି ଟର୍ପେଡୋସ ୬୦ କିଲୋମିଟର ଯାଏଁ ଆକ୍ରମଣ କରିପାରିବ । ପିଏମ ମୋଦୀ ଗତ କିଛି ଦିନ ତଳେ ଜି୨୦ ସମ୍ମିଳନୀରେ ଭାଗ ନେବା ପାଇଁ ରୋମ ଯାଇଥିଲେ ।

୨୦୧୩ ମସିହାରେ ଭାରତ ଇଟାଲୀର ଅସ୍ତ୍ର ଶସ୍ତ୍ର ନେବାକୁ ପ୍ରତିବନ୍ଧକ ଲଗାଇଥିଲା ହେଲେ ଏବେ ମୋଦୀ ଇଟାଲୀ ରାଷ୍ଟ୍ରପତି ସହ କଥା ବାର୍ତ୍ତା ହୋଇ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି । ନେଭି ପାଇଁ ୧୦୦ ଟର୍ପେଡୋସର ଡିଲ ଅଟକି ରହିଥିଲା ତାକୁ ଏବେ ଚାଲୁ କରାଯାଇଛି । ଇଟାଲୀରୁ ଅଣା ଯାଉଥିବା ଏହି ଟର୍ପେଡୋସ ଦୁନିଆର ସର୍ବ ଶ୍ରେଷ୍ଠ ଟର୍ପେଡୋସ ମଧ୍ୟରେ ରହିଛି । ବନ୍ଧୁଗଣ ଏହା ସହିତ ଡିଆରଡିଓର ବୈଜ୍ଞାନିକ ମାନେ ଭାରତର ସର୍ବ ଶ୍ରେଷ୍ଟ ମିସାଇଲ ବ୍ରମ୍ହସକୁ ଏକ ଅଲଗା ଲେବୁଲକୁ ଆଣିଛନ୍ତି ।

ଡିଆରଡିଓ ଭାରତର ବ୍ରମ୍ହୋସ ମିସାଇଲକୁ ବହୁତ ଭିନ୍ନ ଧରଣରେ ଡିଜାଇନ କରିଛି । ଏହି ମିସାଇଲ ଆଗରେ ଚୀନର ବର୍ଡରରେ ଥିବା ହାଇ ଫ୍ରିକ୍ଵେନ୍ସି ରାଡ଼ାର ମଧ୍ୟ କାମ କରିବ ନାହିଁ । ଡିଆରଡିଓର ଏହି କାମ ପାଇଁ ବ୍ରମ୍ହୋସ ଏବେ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *