ଶ୍ୱଶୁର ଘରେ ରହୁଛନ୍ତି ସାଂସଦଙ୍କ ପତ୍ନୀ ହେଲେ ଘର ଭଡା ନେଇ ରହୁଛନ୍ତି ସାଂସଦଙ୍କ ପରିବାର…’ Varsha ଙ୍କୁ ଖୁଲମ ଖୁଲା ଟାର୍ଗେଟ କଲେ Jagrati, ଲେଖିଲେ କିଛି ଏମିତି…

ବନ୍ଧୁଗଣ ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲାଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବର୍ଷା ଓ ଅନୁଭବଙ୍କ ମାମଲାଟି ଏବେ କୋର୍ଟରେ ବିଚାରଧିନ ରହିଥିବା ବେଳେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ଏବେ ବିବାଦରେ ଫସି ଯାଇଛନ୍ତି । ଅନୁଭବ ଓ ବର୍ଷାଙ୍କ ମାମଲାରେ ଏବେ ଜାଗୃତିଙ୍କ ଭୂମିକା ସାରିବାର ନାଁ ନଉ ନାହିଁ ।

ଏବେ ପୁଣି ଠାରେ ଗଣମାଧ୍ୟମ ଉପରେ ଭଡକି ଉଠିଛନ୍ତି ଜାଗୃତି ଶୁକ୍ଲା । ବର୍ଷାଙ୍କୁ ପୁଣି ଇଙ୍ଗିତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଜାଗୃତି । ତେବେ ଏଥିରେ ସେ କଣ ଲେଖିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଜାଗୃତି ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି- ‘ଜଣେ ଅଭିନେତାଙ୍କ ବୟସ୍କ ବାପା ମାଆ ତାଙ୍କର ପୁରା ପରିବାର ଏମିତି କି ତାଙ୍କ ସାନ ଭାଇଙ୍କ ପତ୍ନୀ ଏବଂ ଛୁଆ ମଧ୍ୟ ଦେଢ ବର୍ଷ ହେବ ଏକ ଭଡା ଘରେ ରହୁଛନ୍ତି । ଅଥର୍ଜ ତାଙ୍କର ଅଲଗା ହୋଇଥିବା ସ୍ତ୍ରୀ କେବଳ ପୈତୃକ ଘରେ ରହୁଛନ୍ତି । ହେଲେ ଏ ସମ୍ପର୍କରେ କେହି ଏ ଯାଏଁ ପ୍ରଶ୍ନ କରୁଛନ୍ତି କି । ଘରେ ଅନ୍ୟ ବୋହୁ ମାନେ ବି ଅଛନ୍ତୁ ଆଉ ସେମାନେ ବହୁତ ଖୁସିରେ ଚଳୁ ଛନ୍ତି ।

ଆଗକୁ ସେ ଲେଖିଛନ୍ତି-‘କିନ୍ତୁ ଏହି ସମ୍ପର୍କରେ କୌଣସି ମିଡିଆ ହାଉସ ପ୍ରଶ୍ନ କରିଛନ୍ତି କି । କୌଣସି ମିଡିଆ ହାଉସକୁ ଏଠି ମସଲା ମିଳିବ ନାହିଁ ତେଣୁ ମୋର ଏହି ପୋଷ୍ଟକୁ ନେଇ ସେମାନେ ନ୍ଯୁଜ ମଧ୍ୟ କରିବେ ନାହିଁ’ । ବନ୍ଧୁଗଣ ଜାଗୃତିଙ୍କ ଏହି ପୋଷ୍ଟ ଏବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଆଡକୁ ଇଙ୍ଗିତ କରୁଛି । ପୂର୍ବରୁ ମଧ୍ୟ ଜାଗୃତି ଏକ ପୋଷ୍ଟ କରିଥିଲେ । ସେହି ପୋଷ୍ଟରେ ସେ ଲେଖିଥିଲେ, ଜଣେ ସାଂସଦଙ୍କ ପତ୍ନୀ ବିଭିନ୍ନ ସାର୍ଟିଫିକେଟରେ ବିଭିନ୍ନ ନାଁ ରଖି ଫ୍ରଡ କରୁ ନାହାନ୍ତି ବୋଲି ପ୍ରଶ୍ନ ଉଠାଇ ଥିଲେ ।

ଏଥର ପୁଣି ଏକ ପୋଷ୍ଟ କରି ଅଭିନେତାଙ୍କ ପତ୍ନୀ ଲେଖିଛନ୍ତି ଜାଗୃତି । ଅନ୍ୟ ପକ୍ଷରେ ବର୍ଷା ପ୍ରିୟଦର୍ଶନୀ ଜାଗୃତିଙ୍କ ନାଁରେ ଏତଲା ମଧ୍ୟ ଦେଇଛନ୍ତି । ଫ୍ରଡ କହିଥିବାରୁ ଜାଗୃତିଙ୍କ ନାଁରେ ମାନହାନି ମକଦମା କରିଛନ୍ତି ବର୍ଷା ତଥାପି ଜାଗୃତି ପଛକୁ ହଟି ନଥିବା ଦେଖା ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *