ଏ ବୟସର ପୁଅ ଝିଅ ପ୍ରେମ କରନ୍ତି ହେଲେ ଏମିତି ଝିଅ ପାଇଁ ବାପା ମାଙ୍କ କୋଳ ଖାଲି କରନ୍ତୁ ନାହିଁ ବରଂ ଝିଅ ପରଖିକି ପୁଅ ମାନେ ପ୍ରେମ କରନ୍ତୁ । କିଛି ଏମିତି କହିବା ସହିତ ସାରସ୍ଵତଙ୍କୁ ବୁଝାଉଛି ବୋଲି କହୁଛନ୍ତି ସୋମ୍ୟଙ୍କ ମା । ସାରସ୍ଵତ ହେଉଛନ୍ତି ସେହି ପୁଅ ଯାହାଙ୍କୁ ସୋନାଲି ବର୍ତ୍ତମାନ ପ୍ରେମ କରୁଛନ୍ତି ବୋଲି କୁହାଯାଉଛି । ତେବେ ସୋମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ପାଇଁ ସୋନାଲିଙ୍କ ସମ୍ପର୍କରେ କହିବାକୁ ଯାଇ ସୋମ୍ୟଙ୍କ ମା ଯୁବପିଢିଙ୍କୁ ବୁଝାଇ ଛନ୍ତି ।

ପୁଅ ମାନେ ଶେଷରେ ବିଶ୍ଵାସ କରି ସେହି ଝିଅ ମାନଙ୍କ ପାଇଁ ଭାଙ୍ଗି ପଡି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇ ବସୁଛନ୍ତି ତେଣୁ ସମସ୍ତଙ୍କ ଜୀବନରେ କେବେ ନା କେବେ ଏମିତି ପରିସ୍ଥିତି ଆସିବ । ତେଣୁ ଆଗେ ଝିଅକୁ ଭଲ ଭାବରେ ପରଖିକି ପ୍ରେମ କରନ୍ତୁ ବୋଲି ସେ ପୁଅ ମାନଙ୍କୁ କହିଛନ୍ତି । ତେବେ ଏଥିରେ ସୋନାଲିଙ୍କ ମା ସବୁକିଛି ଜାଣିଥିଲେ ବୋଲି କହିଛନ୍ତି ସୋନାଲିଙ୍କ ମା ।
ତାଙ୍କ କହିବା ଅନୁଯାଇ ସୋମ୍ୟ କାନ୍ଦି କାନ୍ଦି ସୋନାଲି ଏବଂ ତାଙ୍କ ମାଙ୍କ ପାଖକୁ ଫୋନ କଲ୍ କରିଥିଲେ ହେଲେ ସବୁ କିଛି ଜାଣି ମଧ୍ୟ ସୋନାଲିଙ୍କ ମା ତାଙ୍କୁ କିଛି ଜଣାଇ ନଥିଲେ । ଅଲୋଟା ସୋମ୍ୟ ସୋନାଲିଙ୍କୁ ଭୁଲିଯାନ୍ତୁ ବୋଲି ସୋନାଲିଙ୍କ ମା ସୋମ୍ୟଙ୍କୁ କହିଥିଲେ । ତେଣୁ ଏବେ ସୋମ୍ୟଙ୍କ ମା ସୋନାଲିଙ୍କୁ ଦୋଷ ଦେବା ସହିତ ତାଙ୍କ ମାଙ୍କୁ ପ୍ରଶ୍ନ କରିଛନ୍ତି । ଅନ୍ୟ ପକ୍ଷରେ ସୋନାଲିଙ୍କ ମା କିନ୍ତୁ ଭିନ୍ନ କଥା କହିଛନ୍ତି ।

ତାଙ୍କ କହିବା ଅନୁଯାଇ ସୋମ୍ୟ ସବୁଥିରେ ଭଲ ଥିଲେ ବି ଏ ଜଣେ ସନ୍ଦେହୀ ସ୍ଵଭାବର ପିଲା ଥିଲେ । ଆଉ ତାଙ୍କ ମନ ମସ୍ତିସ୍କ କିଛି ବି ତାଙ୍କ ଆୟତରେ ରାହୁନଥିଲା । ତେଣୁ ପ୍ରଥମେ ପ୍ରଥମେ ସେ ଖୁବ ଭଲ ଲାଗୁଥିଲେ ବି ପରେ ଆମେ ଏ ସବୁ ଜାଣିବାକୁ ପାଇଥିଲୁ ବୋଲି ସେ କହିଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୋମ୍ୟ ଆଉ ସୋନାଲି ସବୁବେଳେ ପରସ୍ପର ସହ ଝଗଡା ଲାଗୁଥିଲେ ।

ହେଲେ କେବେବି ସୋନାଲି ତାଙ୍କୁ ଝଗଡା ବାବଦରେ କହୁ ନଥିଲେ ଲୁଚେଇ ରଖୁଥିଲେ । ହେଲେ ଯେତେବେଳେ ସେ ସୋମ୍ୟଙ୍କ ସହ ବୁଲିବାକୁ ଗଲେ ଉଭୟଙ୍କ ମଧ୍ୟରେ କେତେ ତିକ୍ତତା ଅଛି ତାହା ଦେଖିବାକୁ ପାଇଲେ ବୋଲି ସୋନାଲିଙ୍କ ମା କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

