ଆଜି ଆମେ ପିଲାମାନଙ୍କ ପାଇଁ କିଛି ମଜାଦାର ପ୍ରଶ୍ନ ଓ ତାର ଉତ୍ତର ନେଇ ଆସିଛୁ । ଆପଣ ଜାଣିଥିବେ ପିଲାମାନଙ୍କ ବିକାଶ ପାଇଁ ଜେନେରାଲ ନଲେଜ ବହୁତ ଆବଶ୍ୟକ ହୋଇଥାଏ । ଆଜି ଆମେ ସେହିଭଳି କିଛି ଜେନେରାଲ ନଲେଜ ପ୍ରଶ୍ନ ପିଲାମାନଙ୍କ ପାଇଁ ନେଇ ଆସିଛୁ । ଯାହାକୁ ପଢି ସେମାନେ ବହୁତ ଆନନ୍ଦ ନେବେ ଏହା ସହିତ ଏହା ତାଙ୍କର ବୁଦ୍ଧିର ବିକାଶରେ ମଧ୍ୟ ସହାୟକ ହୋଇଥାଏ । ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଉତ୍ତର ଖେଳ । ଆଜିର ଆମର ପ୍ରାୟତଃ ପ୍ରଶ୍ନ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଉପରେ ଅଛି ।
ପ୍ରଶ୍ନ :- ପୁରୀ ମନ୍ଦିରର ସିଂହ ଦ୍ଵାର ସାମ୍ନାରେ ଥିବା ସ୍ତମ୍ଭର ନାଁ କଣ ?
ଉତ୍ତର :- ଅରୁଣ ସ୍ତମ୍ଭ

ପ୍ରଶ୍ନ :- ଶ୍ରୀ ଜଗନ୍ନାଥଙ୍କ ମନ୍ଦିର କେଉଁ ନାମରେ ପରିଚିତ ?
ଉତ୍ତର :- ବଡ ଦେଉଳ
ପ୍ରଶ୍ନ :- ଶ୍ରୀ ଜଗନ୍ନାଥ କେଉଁ ତତ୍ତ୍ଵର ପ୍ରତୀକ ଅଟନ୍ତି ?
ଉତ୍ତର :- ଆତ୍ମ ତତ୍ତ୍ଵ
ପ୍ରଶ୍ନ :- ଚାରିଧାମ ମଧ୍ୟରୁ କେଉଁ ଧାମ ଶ୍ରେଷ୍ଠ ଅଟେ ?
ଉତ୍ତର :- ଜଗନ୍ନାଥ
ପ୍ରଶ୍ନ :- ପୁରୀର ଅନ୍ୟ ନାମ କଣ ?
ଉତ୍ତର :- ନୀଳାଚଳ
ପ୍ରଶ୍ନ :- ବଡଦେଉଳର ପୂର୍ବ ଦିଗରେ ଥିବା ଦ୍ଵାରର ନାଁ କଣ ?
ଉତ୍ତର :- ସିଂହ ଦ୍ଵାର
ପ୍ରଶ୍ନ :- ବଳଭଦ୍ର କେଉଁ ତତ୍ତ୍ଵର ପ୍ରତୀକ ଅଟନ୍ତି ?
ଉତ୍ତର :- ଶିବ ତତ୍ତ୍ଵ
ପ୍ରଶ୍ନ :- ପୁରୁଷୋତ୍ତମ କ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର :- ପୁରୀ
ପ୍ରଶ୍ନ :- ଜଗନ୍ନାଥଙ୍କ ରଥର ନାଁ କଣ ?
ଉତ୍ତର :- ନନ୍ଦୀଘୋଷ

ପ୍ରଶ୍ନ :- ନନ୍ଦିଘୋଷ ରଥରେ କେତୋଟି ଚକ ଲାଗିଥାଏ ?
ଉତ୍ତର :- ୧୬ ଟି
ପ୍ରଶ୍ନ :- ରଥର ନିର୍ମାଣ କରିବା ପରେ ତିନି ରଥର ପ୍ରତିଷ୍ଠା କିଏ କରିଥିଲେ ?
ଉତ୍ତର :- ନାରଦ
ପ୍ରଶ୍ନ :- ଜଗନ୍ନାଥଙ୍କ ରଥର ଉଚ୍ଚତା କେତେ ?
ଉତ୍ତର :- ୩୩ ହାତ ପାଞ୍ଚ ଆଙ୍ଗୁଳି
ପ୍ରଶ୍ନ :- ନନ୍ଦିଘୋଷ ରଥରେ କେତେ ଖଣ୍ଡ କାଠ ଲାଗିଥାଏ ?
ଉତ୍ତର :- ୮୩୨ ଖଣ୍ଡ
ପ୍ରଶ୍ନ :- ତିନି ରଥର ନିର୍ମାଣ କିଏ କରିଥିଲେ ?
ଉତ୍ତର :- ବିଶ୍ଵକର୍ମା
ପ୍ରଶ୍ନ :- ନନ୍ଦିଘୋଷ ରଥର ନାମକରଣ କିଏ କରିଥିଲେ ?
ଉତ୍ତର :- ଇନ୍ଦ୍ରଦେବ

ପ୍ରଶ୍ନ :- ନନ୍ଦିଘୋଷ ରଥର ସାରଥି କିଏ ?
ଉତ୍ତର :- ଦାରୁକ
ପ୍ରଶ୍ନ :- ନନ୍ଦୀଘୋଷ ରଥରେ ପତାକାରେ କାହାର ଚିହ୍ନ ଥାଏ ?
ଉତ୍ତର :- ଗରୁଡ
ପ୍ରଶ୍ନ :- ବଳଭଦ୍ରଙ୍କ ରଥର ନାଁ କଣ ?
ଉତ୍ତର :- ତାଳଧ୍ଵଜ
ପ୍ରଶ୍ନ :- ସୁଭଦ୍ରାଙ୍କ ରଥର ନାଁ କଣ ?
ଉତ୍ତର :- ଦର୍ପ ଦଳନ

