ବର୍ତ୍ତମାନ ଚାରିଆଡେ ନିର୍ବାଚନର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ପଞ୍ଚୟାତ ନିର୍ବାଚନ ଯୋଗୁ ବର୍ତ୍ତମାନ ସବୁ ଗାଁରେ ଲୋକମାନେ ନିଜ ନିଜ ସମସ୍ୟାକୁ ନେଇ ସାମ୍ନାକୁ ଆସିଛନ୍ତି । ଏହି କ୍ରମରେ ଜଣେ ଆଦିବାସୀ ମହିଳା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ଗାଁର ସମସ୍ୟା ବିଷୟରେ କହୁଛନ୍ତି । ତାହା ବି ପୁଣି ଇଂରାଜୀରେ । କହିବାକୁ ଗଲେ ଜଣେ ଆଦିବାସୀ ବୋହୁ ଏତେ ଭଲ ଇଂରାଜୀ କହୁଛନ୍ତି କି ଆପଣ ବିଶ୍ଵାସ ବି କରି ପାରିବେ ନାହିଁ ।

ସବୁଠୁ ବଡ କଥା ହେଉଛି ଆଦିବାସୀ ମହିଳା ଜଣକ ଇଂରାଜୀ କହୁଛନ୍ତି । ତେବେ ଚାଳନ୍ତୁ ଜାଣିବା ସେ କଣ କହୁଛନ୍ତି । ଆଦିବାସୀ ମହିଳା ଜଣକ ଗଣମାଧ୍ୟମକୁ ଇଂରାଜୀରେ କହିଲେ କି ମୋ ନାଁ ପୁଙ୍ଗି ହେମ୍ରମ । ମୁଁ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ବଳ୍କ କପଟିପଦା ସିରିୟପାଳ ଗାଁର ବାସିନ୍ଦା ଅଟନ୍ତି । ଆମେ ଗାଁରେ ବିଭିନ୍ନ ପ୍ରକାରର କଷ୍ଟ ଓ ଅସୁବିଧାର ସମ୍ମୁଖୀନ ହେଉଛୁ । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ଆମ ଗାଁରେ ଭଲ ରାସ୍ତା ନାହିଁ ।
ନଦୀରେ ବ୍ରିଜ ନ ଥିବା କାରଣରୁ ଆମେ ହସ୍ପିଟାଲରେ ସଠିକ ସମୟରେ ପହଞ୍ଚି ପାରୁ ନାହୁଁ । ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରୁଛି କି ଆମକୁ ସମସ୍ତ ପ୍ରକାରର ସୁବିଧା ଓ ସୁଯୋଗ ଦିଅନ୍ତୁ । ଆମ ଗାଁରେ ପକା ରାସ୍ତା ଓ ବ୍ରିଜ ନିର୍ମାଣ କରନ୍ତୁ । ବେଳେ ବେଳେ ନଦୀରେ ପାଣି ବଢିଯିବା କାରଣରୁ ଛୋଟ ଛୋଟ ପିଲାମାନେ ସ୍କୁଲ ଯାଇ ପାରୁ ନାହାନ୍ତି । କାରଣ ପାଣି ତାଙ୍କ ମୁଣ୍ଡ ଉପରକୁ ଦେଇ ଯାଉଥାଏ ।
ସେଥିପାଇଁ ପିଲାମାନଙ୍କ ପାଇଁ ଯାତାୟାତ କରିବା ବହୁତ କଷ୍ଟକର ହୋଇଯାଏ । ସେହିଭଳି ଗର୍ଭବତ୍ତୀ ମହିଳାମାନେ ବି ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗର୍ଭବତ୍ତୀ ମହିଳା ଓ ଅନ୍ୟ ମେଡିକାଲ କେସରେ ବ୍ରିଜ ନ ଥିବା କାରଣରୁ ଆମ୍ବୁଲାନ୍ସ ଥାଇ ବି ଆମ ଗାଁ ଭିତରକୁ ଆସି ପାରୁ ନାହିଁ ।

ଆମ ଗାଁରେ ବହୁତ ଲୋକମାନେ ଗରିବ ଅଛନ୍ତି ଓ ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଓ ସୁଯୋଗ ମଧ୍ୟ ମିଳୁ ନାହିଁ । ସେମାନେ ନିଜର ସମସ୍ୟା ବିଷୟରେ ବି କାହାକୁ କହି ପାରୁ ନାହାନ୍ତି । ସେମାନେ କେବଳ କାନ୍ଦୁଛନ୍ତି ଓ ତାଙ୍କର କାନ୍ଦ ଶୁଣିବା ପାଇଁ ବି କେହି ନାହାନ୍ତି । ସେଥିପାଇଁ ବହୁତ ଭାବପୂର୍ଣ ରୂପରେ ସିଏମ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରୁଛି କି ଯଦି ସେ ଆମର ଦୁଃଖ ଓ କଷ୍ଟ ବୁଝିବେ ତେବେ ମୁଁ ତାଙ୍କ ନିକଟରେ ଚିରଉପକୃତ ହେବି ।

