ବିବାହରେ ନଣନ୍ଦ ଙ୍କୁ କଣ ଦେଲେ Pragya ଙ୍କ ସ୍ତ୍ରୀ Sunanda ? ନଣନ୍ଦ ଭାରି ଖୁସି ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ତେବେ ନିଜର କମେଡି ଚରିତ୍ର ପାଇଁ ଓଡିଶାର ଘରେ ଘରେ ପରିଚିତ କମେଡିଆନ ପ୍ରଜ୍ଞାଙ୍କ ସହ ଅଭିନେତ୍ରୀ ସୁନନ୍ଦାଙ୍କର ମଙ୍ଗଳବାର ଦିନ ରାଜକନିକାରେ ବିବାହ ଉତ୍ସବ ବୈଦିକ ରୀତିନୀତି ଅନୁଷ୍ଠିତ ହୋଇଯାଇଛି । ଆଗୁଆ ସୂଚନା ନ ଥାଇ ହଠାତ ଅପରାହ୍ନ ୧ଟା ବେଳେ ବରଯାତ୍ରୀଙ୍କ ସହ ପ୍ରଜ୍ଞା ବରବେଶରେ ରାଜକନିକା ରାଜବାଟୀ ସମ୍ମୁଖ ମେଲଣପଡିଆରେ ପହଂଚିବା କ୍ଷଣି ବାଣରୋଷଣୀର ଶବ୍ଦ ଶୁଭିବାରୁ କୁଆଟେ କ ଣ ହେଉଛି ,ତାହା ଜାଣିବା ସମ୍ଭବ ନ ଥିଲା ।

ହେଲେ କାଳେ ପ୍ରଜ୍ଞାକୁ ବରବେଶରେ ଦେଖିବା ପରେ କିଛି ସିରିଏଲର ସୁଟିଂ ହେଉଥିବ ଭାବି ଧୀରେ ଧୀରେ ଜନଗହଳି ବଢିବା ବେଳକୁ ପ୍ରଜ୍ଞା ବରଯାତ୍ରୀଙ୍କୁ ଧରି ବାଘବୁ୍‌ଦା ପଡିଆରେ ଥିବା ରାଜକନିକା ଆଥଲେଟିକ ଆସୋସିଏସନ ଆଡକୁ ମୁହାଁଇଥିଲେ । ତେବେ ସୂଚନାଯୋଗ୍ୟ ଯେ କିଛି ଦିନ ଆଗରୁ ଉଭୟ ପ୍ରଜ୍ଞା ଓ ସୁନନ୍ଦାଙ୍କ ଏନଗେଜମେଂଟ ସରିଥିଲା । ହେଲେ କେବେ ବିବାହ ତାହା କୁହାଯାଇନଥିଲା ।

ହେଲେ ମଙ୍ଗଳବାର ଦିନ ହଠାତ ରାଜକନିକାରେ ପ୍ରଜ୍ଞା ଓ ସୁନନ୍ଦା ବିବାହ ବନ୍ଧନରେ ଆବଦ୍ଧ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଅନୁସଂନ୍ଧାନ ମୁତାବକ ନିଶ୍ଚିତକୋଇଲି ଅଂଚଳର ବର ପ୍ରଜ୍ଞାରଂଜନ ଭଦ୍ରକ ଜିଲ୍ଲା ଧୁଷୂରୀ ଅଂଚଳର ବଳରାମ ପରିଡାଙ୍କ ଝିଅ ସୁନନ୍ଦାଙ୍କୁ ବିବାହ କରିବାକୁ ଥିବା ବେଳେ କୋଭିଡ କଟକଣା ଯୋଗୁ ଏଭଳି ଏକ ହାଇପ୍ରୋଫାଇଲ ବିବାହ ସମ୍ଭବ ନ ହେବା ।

ବଳରାମ ଯେହେତୁ ରାଜକନିକାରେ ଆଗରୁ ଚାକିରୀ କରିଥିଲେ ଏବଂ  ଊଭୟ ଧୁଷୁରୀ ଓ ନିଶ୍ଚିନ୍ତକୋଇଲିର ମଧ୍ୟସ୍ଥଳରେ ରାଜକନିକାକୁ ବଛା ଯାଇଥିବା ବରପକ୍ଷ ପକ୍ଷରୁ କୁହାଯାଇଛି । ତେବେ ସେ ଯେମିତି ବି ହେଉ ରାଜକନିକାର କତିପୟ ଜନତାଙ୍କ ସ୍ୱଚକ୍ଷୁରେ ଓଲିଉଡର ଏଭଳି ଏକ ଚର୍ଚ୍ଚିତ ବିବାହ ଦେଖିବାର ସୁଯୋଗ ମିଳିଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।


ତେବେ ବିବାହ ପରେ ତାର କିଛି ଭିଡିଓ ଏବଂ ଫୋଟୋ ସବୁ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ତେବେ ଗୋଟିଏ ଭିଡିଓ ରେ ସୁନନ୍ଦା ଏବଂ ପ୍ରଜ୍ଞା ଙ୍କୁ ଵଂଦେଇ ନେଇ ଯାଉଛନ୍ତି କିନ୍ତୁ ନଣନ୍ଦ ବାଟ ଅଟକାଇ ବସିଥିଲେ ଯେ ପର୍ଯ୍ୟନ୍ତ ନଣନ୍ଦ ଫୁଟଳି ନ ଦେବେ ସେପର୍ଯ୍ୟନ୍ତ ସେ ବାଟ ରୁ ଉଠିବେ ନାହିଁ । ତେବେ ଏହା ପରେ ସୁନନ୍ଦା ନିଜ ସଙ୍ଗରେ ଆଣି ଥିବା ନଣନ୍ଦ ଫୁଟଳି କୁ ବଢ଼େଇ ଦେଇଥିଲେ ଏବଂ ଏହା ପରେ ତାଙ୍କ ନଣନ୍ଦ ଦୁଆର ମୁହଁ ରୁ ଉଠି ଯାଇଥିଲେ ଏବଂ ସ୍ୱାଗତ କରି ଘର ଭିତରକୁ ନେଇ ଯାଇଥିଲେ ।

ତେବେ ଏହି ସବୁ ଆମ ଓଡ଼ିଆ ଘରର ପରମ୍ପରା ଯାହା ବହୁତ ପୁରାତନ ରୁ ଚାଲି ଆସିଛି ଏବଂ ଏହି ସମୟରେ ସମସ୍ତେ ବହୁତ ଖୁସି ମନରେ ଏହି ପରମ୍ପରା କୁ ନିଭେଇ ଥାନ୍ତି । ତେବେ ଏହି ଲେଖା ଆପଣ ଙ୍କୁ କିପରି ଲାଗିଲା ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *