ନମସ୍କାର ବନ୍ଧୁଗଣ ତେବେ ପ୍ରେମରେ ଧୋକା ଖାଇ ରାଜଧାନୀର ଜଣେ ଯୁବ ମଡେଲର୍ଙ୍କ ଆତ୍ମହତୟା ମାମଲାରେ ନୂଆ ନୂଆ କାହାଣୀ । ତେବେ କେଉଁ ଉଁ କାରଣ ପାଇଁ ସୌମ୍ୟରଂଜନ ଏବଂ ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ସୃଷ୍ଟି ହେଲା ଝଡ଼ ? କାହିଁକି ଆତ୍ମହତୟା ଭଳି ବାଟ ବାଛିଲେ ସୌମ୍ୟରଂଜନ? ଏବେ ଏଭଳି ନାନା ପ୍ରଶ୍ନ ଉଙ୍କି ମାରୁଥିବାବେଳେ ପରିବାର ଲୋକଙ୍କ କହିବା କଥା, ପୁଅକୁ ଆତ୍ମହତୟା ପାଇଁ ଉସୁକାଯାଇଛି ।

ତେଣୁ ପୋଲିସ ସଂପୃକ୍ତ ଝିଅକୁ ତଦନ୍ତ ପରିସରକୁ ନେଇ ନ୍ୟାୟ ମାଗିଛନ୍ତି ସୌମ୍ୟରଂଜନଙ୍କ ବାପା । ସେପଟେ ସମସ୍ତ ଦିଗକୁ ଧରି ଖୋଳତାଡ଼ କରୁଛି ଇନଫୋସିଟି ପୋଲିସ । ହ୍ୱାଟସଆପ୍ ଚାଟ ସହ ମୋବାଇଲ୍ କଲ୍ ଡିଟେଲ୍ସ ସଂଗ୍ରହ ସହ କିଛି ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କରିଛି । ତାସହ ସଂପୃକ୍ତ ଯୁବତୀଙ୍କୁ ବି ପୋଲିସ ପଚରାଉଚରା କରିବ ବୋଲି କହିଛି ।
ଆତ୍ମହତୟା କରିଥିବା ଯୁବ ମଡ଼େଲ୍ ସୌମ୍ୟରଂଜନ ପାଣିଗ୍ରାହୀଙ୍କ ପୂର୍ବରୁ ସୋନାଲିଙ୍କ ଜୀବନରେ ଆସିଥିଲେ ଓଲିଉଡ୍ର ଜଣେ ଯୁବ ନିର୍ଦ୍ଦେଶକ ଅଜୟ । ସୌମ୍ୟ ବି ଆତ୍ମହତୟା ପୂର୍ବରୁ ଅଜୟଙ୍କୁ କ୍ଷମା ମାଗିଛନ୍ତି ସୁଇସାଇଡ୍ ନୋଟ୍ରେ । ଏପରିକି ଅନୁତାପ କରି ମୋବାଇଲ୍ରେ ମେସେଜ୍ ପଠାଇଛନ୍ତି ଆଇ ଆମ ସରି ଅଜୟ । ମୁଁ ତମକୁ କଷ୍ଟ ଦେଇଛି । ଯିଏ ଆଜି ମୁହଁ ଖୋଲିବା ସହ ଆତ୍ମହତୟା ପୂର୍ବରୁ ସୌମ୍ୟରଂଜନଙ୍କ ଶେଷ ମେସେଜ୍ର ଗୁମର ଖୋଲିଛନ୍ତି ।
ତେବେ ଅଜୟ ପାଢୀ । ଓଲିଉଡ୍ର ଜଣେ ଯୁବ ନିର୍ଦ୍ଦେଶକ । ତାଙ୍କ କହିବା କଥା, ସୌମ୍ୟଙ୍କ ଆଗରୁ ସୋନାଲିଙ୍କର ଥିଲେ ପ୍ରେମିକ । ୨୦୧୮ରୁ ଉଭୟଙ୍କ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ । କିନ୍ତୁ ୨୦୨୦ରେ ସୌମ୍ୟଙ୍କ ସହ ତାଙ୍କ ପ୍ରେମିକା ଫ୍ରେଣ୍ଡସିପ୍ ରଖିଥିବା ଜାଣିପାରିଥିଲେ । ଆଉ କ୍ୟାରିୟର୍ର ଆଳ କରି ସୋନାଲିଙ୍କ ସହ ସହମତିରେ ସବୁଦିନ ପାଇଁ ସଂପର୍କ ତୁଟାଇଦେଲେ ବୋଲି କହିଛନ୍ତି । ଏବେ ଜାଣିଲେ, ସେହି ଝିଅ ପାଇଁ ଆତ୍ମହତୟା କରିଛନ୍ତି ସୌମ୍ୟ ।

ତେବେ ସେ ଆହୁରି କହିଛନ୍ତି ଯେ ମୁଁ ଯେତିକି ଜାଣିଛି ସୋନାଲି ଓ ସୌମ୍ୟ ବହୁତ ଖୁସିରେ ଥିଲେ । ସୌମ୍ୟ ଆତ୍ମହତୟା କରିବେ ବୋଲି ମୁଁ କେବେବି ଭାବିନଥିଲି । ମୁଁ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଗଲି । ସୁଇସାଇଡ୍ ନୋଟ୍ ମୋ ନାଁ ଲେଖି ମୋତେ ଭୁଲ ମାଗିଛନ୍ତି ସେମିତି କିଛି ହୋଇନି । ହୁଏତ ସେ ଭାବୁଥିବେ ଯେ ସୌମ୍ୟ ଇନ୍ କଲେ ବୋଲି ସୋନାଲି ଓ ମୋ ମଧ୍ୟରେ ବ୍ରେକ୍ ଅପ୍ ହୋଇଗଲା ତାହା ନୁହେଁ ।
ସେଦିନ ରାତିରେ ସୌମ୍ୟ ମୋତେ କଲ୍ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ଫୋନ୍ ରିସିଭ କରିପାରିନଥିଲି । ଯଦି ଫୋନ୍ ରିସିଭ୍ କରିଥାନ୍ତି ବୋଧହୁଏ ସେ ବଞ୍ଚିଯାଇଥାନ୍ତା ବୋଲି ଅଜୟ କହିଛନ୍ତି । ତେବେ ସେପଟେ ମୃତ ସୌମ୍ୟଙ୍କ ଭଉଣୀ କହିଛନ୍ତି ଯେ ମୋ ଭାଇ ସୁଇସାଇଡ୍ କରିନି ସୋନାଲି ମର୍ଡର କରିଛି । ପ୍ରଥମେ ମୋ ଭାଇ ରାତି ୧୦ଟାରୁ ସୋନାଲିକୁ ୩୬ ଥର କଲ୍ କରିଥିଲା କିନ୍ତୁ ସୋନାଲି କଲ୍ ରିସିଭ କରିନଥିଲା ।
ଶେଷରେ ରାତି ୨ଟା ପରେ ମୋ ଭାଇ ସୋନାଲିକୁ ମେସେଜ୍ କରିଥିଲା ମୁଁ ଚାଲିଲି । ଯଦି ସେଇ ସମୟ ଭିତରେ ସୋନାଲି ଆମକୁ ଜଣାଇ ଦେଇଥାନ୍ତା ତାହାହେଲେ ମୋ ଭାଇ ବଞ୍ଚିଯାଇଥାନ୍ତା । ମୋ ଭାଇ ମରିବାର ସବୁ ପ୍ରମାଣ ରଖିଛି ସମୟ ଆସିଲେ ପୋଲିସକୁ ଦେବି ।

