ପ୍ରତି 2 ଦିନରେ ଭୁଇଁ ଠାରୁ 1 ଫୁଟ ଉପରକୁ ଉଠି ଯାଉଛି ଏହି ଘର, ଏହାର କାରଣ ଜାଣିଲେ ଆପଣ ବିଶ୍ଵାସ କରି ପାରିବେନି !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ଆପଣ ମାନେ ଦେଖିଥିବେ ଅଥବା ଶୁଣିଥିବେ ଯେ, ପ୍ରଥମେ ଘର ତିଆରି ହୋଇଥାଏ ଏବଂ ପରେ ଜଳ ନିଷ୍କାସନ ହୋଇଥାଏ । ଏହାଦ୍ଵାରା ଲେବଲ ତଳ ଘରକୁ ଚାଲିଯାଏ ଏବଂ ପୁଣିଥରେ ଜଳ ନିଷ୍କାସନ ର ସମସ୍ୟା ଦେଖାଯାଏ । ଏଭଳି ସମସ୍ୟା ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ । କାରଣ ଲୋକମାନେ ଘର ତିଆରି ରେ ଅଧିକ ଧ୍ୟାନ ଦିଅନ୍ତି କିନ୍ତୁ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ ।

ଏଭଳି ସ୍ଥିତି ରେ ଆପଣ ମାନେ ଏହା ଭାବୁଥିବେ ଯେ, ଯେତେବେଳେ ଏଭଳି ସମସ୍ୟା ଉପୁଜି ଥାଏ ସେତେବେଳେ ଲୋକମାନେ ଏହାର ସମାଧାନ କିପରି କରନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ କାହାଣୀ ସମ୍ବନ୍ଧରେ କହିବୁ, ଯାହାକୁ ପଢ଼ିବା ଦ୍ୱାରା ଆପଣଙ୍କୁ ଏହି ସମସ୍ୟା ର ସମାଧାନ ମିଳିଯିବ । ଏହି ସମ୍ବନ୍ଧରେ କହିବା ପୂର୍ବରୁ ଆପଣ ମାନଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହିଁବୁ ଯେ, କଣ ଆପଣ ମାନେ କେବେ ଏହା ଶୁଣିଛନ୍ତି କି ପ୍ରତି ୪୮ ଘଣ୍ଟା କୁ ଥରେ କୌଣସି ଘର ଉପରକୁ ଉଠିଯାଏ ?

ଯଦି ଆପଣ ଜାଣି ନାହାନ୍ତି ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏଭଳି ହୋଇପାରେ ଏବଂ ଏହାଦ୍ବାରା ହିଁ ଆପଣ ଜଳ ନିଷ୍କାସନ ସମସ୍ୟା ରୁ ବଞ୍ଚିତ ହୋଇପାରିବେ । ଯାହା ବର୍ତ୍ତମାନ ବିକାନେର୍ ରେ ଦେଖିବାକୁ ମିଳିଛି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଲେବଲ ରୁ ଘର ତଳେ ରହିବା କାରଣରୁ ଜଳ ନିଷ୍କାସନ ସମସ୍ୟା ରୁ ସର୍ବୋଦୟ ବସ୍ତି ର ଜଣେ ବ୍ୟକ୍ତି ଚିନ୍ତିତ ଥିଲେ ।

ଏହି ସମସ୍ୟା ର ସମାଧାନ ପାଇଁ ବ୍ୟକ୍ତି ଜଣକ ଏକ ଟେକ୍ନିକ ର ପ୍ରୟୋଗ କରିଲେ । ଯାହାଦ୍ୱାରା ବର୍ତ୍ତମାନ ବ୍ୟକ୍ତି ଙ୍କ ଘର ପ୍ରତି ଦୁଇ ଦିନ ରେ ଥରେ ଉପରକୁ ଉଠି ଯାଉଛି । କେବଳ ଏତିକି ନୁହେଁ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ,ଏହି ସମ୍ବନ୍ଧରେ ଘରର ମାଲିକ ଓମପ୍ରକାଶ କହିଛନ୍ତି ଯେ, ସେ ହରିୟାଣା ର କାରିଗର ଟିମ୍ ସହିତ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ବର୍ତ୍ତମାନ ଘର ଭାଙ୍ଗି ଏହାକୁ ପୁନଃବାର ନିର୍ମାଣ କରିବା ଖର୍ଚ୍ଚ ରୁ ବଞ୍ଚିତ ହୋଇ ତାଙ୍କ ଘରକୁ ଯେଉଁ ଟେକ୍ନିକ ରେ ଉଠା ଯାଉଛି ତାହା ପୁଣି କମ ଖର୍ଚ୍ଚ ରେ ।

ଏହାକୁ ନେଇ ଓମ ପ୍ରକାଶ ଆଗକୁ କହିଛନ୍ତି ଯେ, ଆଠ ଦିନ ରେ କାରିଗର ଯାଇକା ସାହାଯ୍ୟ ରେ ଘରକୁ ପାଖାପାଖି ଦୁଇ ଫିଟ୍ ଉପରକୁ ଉଠାଇ ଦେଇଥିଲେ ଏବଂ ଏହାକୁ ସମୁଦାୟ ଚାରି ଫିଟ୍ ଉପରକୁ ଉଠାଯିବା ଆବଶ୍ୟକ । କାରିଗର ଙ୍କ ଅନୁସାରେ, ଦଶ ଦିନ ମଧ୍ୟରେ ଘରକୁ ଚାରି ଫିଟ୍ ଉଠାଇବା ର କାର୍ଯ୍ୟ ପୁରା ହୋଇଯିବ । ଏହା ବ୍ୟତୀତ ଜଡ କୁ ମଜବୁତ କରିବା ନିମନ୍ତେ ଗ୍ରୀଟ ସିମେଣ୍ଟ ର ଉପଯୋଗ କରାଯାଇଛି ଏବଂ ସେହି ଘରେ ଗୋଟିଏ ଦାଗ ମଧ୍ୟ ହୋଇନାହିଁ ।

କାରିଗର ଟିଙ୍କୁ ରୋହିଲା ଏହା କହିଛନ୍ତି ଯେ, ୧୦୦ ହାଇଡ୍ରୋଲିକ ଯାଇକା ସାହାଯ୍ୟ ରେ ଘରକୁ ଉପରକୁ ଉଠା ଯାଉଛି । ଏହି କାର୍ଯ୍ୟ କୁ ପୁରା କରିବା ନିମନ୍ତେ ୧୦ ଜଣ ଅନୁଭବୀ କାରିଗର ଅଛନ୍ତି । କାରିଗର ଟିଙ୍କୁ ଙ୍କ ଅନୁସାରେ ୪୫ ଗୁଣା ୪୮ ଫିଟ୍ ର ଏହି ଘରକୁ ଉପରକୁ ଉଠାଇବା ପାଇଁ ୩୫୦ ଫିଟ କିଲୋ ଲୁହା ଓ କାଠ ର ଉପଯୋଗ କରାଯାଇଛି । ଏହାସହିତ ଏହି ଘର ପ୍ରାୟ ୧୨ ବର୍ଷ ପୁରୁଣା ଅଟେ ।

ଏହି ଘରେ ତିନୋଟି ରୁମ୍ ତଳେ ଏବଂ ଦୁଇଟି ରୁମ୍ ପ୍ରଥମ ତାଲା ରେ ବନାଯାଇଛି । ଏହା ବ୍ୟତୀତ ରୋଷେଇ ଘର, ଶୌଚାଳୟ, ସ୍ନାନ ଘର ଆଦି ମଧ୍ୟ ବନାଯାଇଛି ଏବଂ ଏହି ସବୁ କୁ ବିନା ହଟାଇ ଏବଂ ବିନା ଭାଙ୍ଗି ଏହାକୁ ଉପରକୁ ଉଠାଯାଉଛି । କାରିଗର ଟିଙ୍କୁ ଙ୍କ ଅନୁସାରେ ଏହି ଘର କୁ ଉପରକୁ ଉଠାଯିବା ସହିତ ବିନା କୌଣସି କ୍ଷତି ରେ ଏହାକୁ ପଛକୁ ମଧ୍ୟ ସିଫ୍ଟ କରାଯାଇ ପାରିବ ।

ଯଦିଓ ସମ୍ପୂର୍ଣ୍ଣ ଘରର ଚଟ୍ଟାଣ ପୁଣିଥରେ ତିଆରି କରାଯିବ । ଘରର ମାଲିକ ଙ୍କ କହିବାନୁଯାୟୀ, ଏଭଳି ଟେକ୍ନିକ ର ପ୍ରୟୋଗ ରେ କମ ଖର୍ଚ୍ଚ ରେ କାର୍ଯ୍ୟ ସମ୍ପାଦନ ହୋଇ ପାରୁଛି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *