ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେଉଛି । ସାଧାରଣତଃ ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ନିଜ ଘରେ ବସି ଅତି ସହଜରେ ଦେଖି ପାରୁଛନ୍ତି । ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଠକେଇ ବହୁତ ଅଧିକ ବଢିଯାଇଛି । ଲୋକମାନେ ମାତ୍ର କିଛି ଟଙ୍କା ରୋଜଗାର କରିବା ପାଇଁ ନିଜ ଗ୍ରାହକ ମାନଙ୍କୁ ଠକୁ ଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଠକେଇର କିଛି ଏଭଳି ଭିଡିଓ ନେଇ ଆସିଛୁ ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ଗତ କିଛି ଦିନ ହେବ ଦିଲ୍ଲୀ ଢାବାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆପଣ ମାନେ ରେଷ୍ଟୁରେଣ୍ଟ ଓ ଢାବାରେ ତନ୍ଦୁରୀ ରୁଟି ନିଶ୍ଚୟ ଖାଇଥିବେ । ହେଲେ ଦିଲ୍ଲୀ ଢାବାର ଏହି ଭିଡିଓଟିକୁ ଭଲ ଭାବରେ ଦେଖାନ୍ତୁ । ଏହି ଭିଡିଓରେ ରୋଷେଇଆ ତନ୍ଦୁରୀ ରୁଟି ବନେଇବା ସମୟରେ ରୁଟି ଉପରେ ଛିପ ପକାଉ ଥିବାର ନଜର ଆସୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ରୋଷେଇଆ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।
୨. ବନ୍ଧୁଗଣ ହାଇଦ୍ରାବାଦର ସବୁଠାରି ଫେମସ ରେଷ୍ଟୁରେଣ୍ଟ ସର୍ଭେର ଏକ ଭିଡିଓ ବହୁତ ଭାଇରାଲ ହୋଇଛି । ଜଣେ କଷ୍ଟମରଙ୍କ ଖାଦ୍ୟରୁ ଅସରପା ବାହାରିଥିଲା ଯାହାଫଳରେ କଷ୍ଟମର ଏହାକୁ ବିରୋଧ କରିଥିଲେ ହେଲେ ମ୍ୟାନଜର ତାଙ୍କ ସହ ଖରାପ ବ୍ୟବହାର କରିଥିଲେ ।

୩. ବନ୍ଧୁଗଣ ଖରା ଦିନରେ ତରଭୁଜ ରାସ୍ତା କଡରେ ବିକ୍ରି କରାଯାଏ । ହେଲେ ଆପଣ ମାନେ କଣ ଜାଣି ଛନ୍ତି ଏହି ତରଭୁଜରେ କିଛି ଲୋକ ଏରିଥ୍ରୋସିନ ନାମକ ଏକ ଇଞ୍ଜେକ୍ସନ ଲଗାଇ ଥାନ୍ତି ଯାହାଫଳରେ ତରଭୁଜ ଭିତରୁ ନାଲି ହୋଇଯାଏ । ତେଣୁ ବନ୍ଧୁଗଣ ଆପଣ ମାନେ ବି ଏସବୁ ଠାରୁ ଦୂରେଇ ରୁହନ୍ତୁ ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଜଣେ ବ୍ୟକ୍ତି ଗୋଶାଳାରେ କାମ କରୁଛି ଓ ଗାଈ କ୍ଷୀର ବାହାର କରୁଛି । କ୍ଷୀରକୁ ସେ ଏକ ବାଲଟିରେ ରଖୁଛି ଓ ତାକୁ କ୍ଷୀର ପିଇବା ପାଇଁ ଇଛା ହେବା ପରେ ସେ ଏକ ମଗ ବାଲଟି ଭିତରେ ପୁରାଇ କ୍ଷୀର ପିଉଛି । ହେଲେ ସେ ବଳକା କ୍ଷୀରକୁ ପୁଣି ବାଲଟି ଭିତରେ ପୁରାଇ ଦେଉଛି । ବନ୍ଧୁଗଣ ଏହି ଭିଡିଓ ଦେଖି ବୋଧେ ଆପଣ ମାନେ ଆଉ କେବେ ଖୋଲା କ୍ଷୀର କିଣିବେ ନାହିଁ । ଏଲେ ସମସ୍ତ ଲୋକ ଏମିତି ନଥାନ୍ତି ।

୫. ବନ୍ଧୁଗଣ ଆପଣ ମାନେ ସମସ୍ତେ ବଜାରରୁ ପନିପରିବା ନିଶ୍ଚୟ କିଣୁ ଥିବେ । ପନିପରିବା ସାଧାରଣତଃ କ୍ଷେତରୁ ଆସିଥାଏ ତେବେ କ୍ଷେତରୁ ଆସିବା ପରେ ଏହାକୁ ଭଲ ଭାବରେ ଧୁଆ ଯାଇଥାଏ । କିନ୍ତୁ ଭାଇରାଲ ହେଉଥିବା ଭିଡିଓରେ କିଛି ଲୋକ ପନିପରିବାକୁ ନଳା ପାଣିରେ ଧୋଉ ଥିବାର ନଜର ଆସୁଛନ୍ତି ।

