ବନ୍ଧୁଗଣ, ଯୁବ ବ୍ୟବସାୟୀ ତଥା ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଙ୍କ ଡେଥ ସସପେନ୍ସ ବର୍ତ୍ତମାନ ଲାଗି ରହିଛି । ଏହି ଘଟଣା କୁ ଅଧିକ ଜଟିଳ କରୁଛି ସୌମ୍ୟ ଙ୍କର ହାତ ଲେଖା ଚିଠି । ଏଥିର ଅନେକ ଜଣଙ୍କ ନାମ ରହିଛି । ତାଙ୍କର ପ୍ରେମିକା ଯିଏ ରହିଛନ୍ତି ଷୋନାଲୀ ନନ୍ଦ, ତାଙ୍କ ନାମ ଲେଖିଛନ୍ତି । ବାପା ମା’ ଙ୍କ ବିଷୟରେ ଲେଖିଛନ୍ତି । ଅଜୟ ପାଢୀ ଙ୍କ ସମ୍ବନ୍ଧରେ ମଧ୍ୟ ଲେଖିଛନ୍ତି । ବାପା ମା’ ଙ୍କ ପରେ ସେ ଜଣଙ୍କୁ କ୍ଷମା ମାଗିଛନ୍ତି ସେ ହେଉଛନ୍ତି ଅଜୟ ପାଢୀ ।

ଏହାକୁ ନେଇ ଅଜୟ ବର୍ତ୍ତମାନ କହିଛନ୍ତି ଷୋନାଲୀ ସହିତ ମୋର ରିଲେସନସିପ ଥିଲା ୨୦୧୮ ମସିହାରୁ ୨୦୨୦ ପର୍ଯ୍ୟନ୍ତ । ମାତ୍ର ଲାଷ୍ଟ ଜାନୁୟାରୀ ମାସରେ ଆମର ବ୍ରେକଅପ ହୋଇଥିଲା । ବ୍ୟକ୍ତିଗତ ବୁଝାମଣାରେ ଆମ୍ଭର ବ୍ରେକଅପ ହୋଇଥିଲା । ମାତ୍ର ଏହାର କିଛି ଦିନ ପରେ ମୁଁ ସୌମ୍ୟ କଥା ଶୁଣିବାକୁ ପାଇଥିଲି । ମାତ୍ର ଷୋନାଲୀ ଙ୍କ ସାଙ୍ଗ ଥିଲେ ସୌମ୍ୟ ବୋଲି ଅଜୟ କହିଛନ୍ତି ।
ଅଜୟ ଏହା ମଧ୍ୟ କହିଛନ୍ତି ଯେ ସେ ଜଣେ ଧାର୍ମିକ ପରାୟଣ ବ୍ୟକ୍ତି ଥିଲା । ଦୁଖ ପ୍ରକାଶ କରି ଅଜୟ କହିଛନ୍ତି ଯେ ଏହା ମୋ ଜୀବନର ଏକ ବହୁତ ବଡ ଅନୁତାପ ରହିବ ଯେ ଯେଉଁଦିନ ସୌମ୍ୟ ର ମୃ-ତ୍ୟୁ ହେଲା, ଠିକ ତାହା ପୂର୍ବଦିନ ରାତି ୨ ଟାରେ ସେ ମତେ ଫୋନ କରିଛି । ମାତ୍ର ମୁଁ ବହୁତ ଥକି ଯାଇଥିଲି ଏଣୁ ମୁଁ ସେଦିନ ବହୁତ ଜଲ୍ଦି ଶୋଇଯାଇଥିଲି । ଫୋନ ସାଇଲେଣ୍ଟ ଥିବାରୁ ମୁଁ ଆଉ ସେଦିନ ଫୋନ ଉଠାଇ ପାରିଲି ନାହିଁ ।
ଏହାପରେ ସେହିଦିନ ରାତି ୨.୩ ରେ ମୋତେ ଗୋଟିଏ ମେସେଜ ପଠାଇଥିଲା ଯେ “I AM SORRY” ଅଜୟ । ଆଉ ଏକ ମେସେଜ ପଠାଇଥିଲା ୨.୨୪ ରେ ଯେ “ଅଜୟ ତମେ ମୋ ପାଇଁ ବହୁତ କଷ୍ଟ ପାଇଛ” । ମାତ୍ର ତାକୁ କଣ ଅନୁଭବ ହୋଇଥିବ ଯେ କାଳେ ସେ ଷୋନାଲୀ ଙ୍କ ସହିତ ରିଲେସନସିପ ରେ ଥିବା ସମୟରେ ସେ ମଝିରେ ଆସିଲା କି କ’ଣ ଏହା ଚିନ୍ତା କରି ମତେ ଭୁଲ ମାଗିଥାଇ ପାରେ !

ମାତ୍ର ସେ ବହୁତ ଶ୍ଵାଭିମାନୀ ଥିଲା କ’ଣ ପାଇଁ ଏମିତି କଲା ? ମୁଁ ମଧ୍ୟ ଜାଣିପାରୁନାହିଁ । ଏହିଭଳି କିଛି କଥା କହିଛନ୍ତି ଷୋନାଲୀ ଙ୍କ ଏକ୍ସ ବୟଫ୍ରେଣ୍ଡ ଅଜୟ । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

