ଅଚାନକ ରାସ୍ତା ଉପରେ ବୁଲିବାକୁ ଲାଗିଲେ ପଲ-ପଲ ବାଘ, ଲୋକ କରିବାକୁ ଲାଗିଲେ ଭିଡିଓ ରେକର୍ଡ, Video ନ ଦେଖିଲେ ବିଶ୍ଵାସ କରି ପାରିବେନି

ଆଜିକାଲି ସହରିକରଣ ଯୋଗୁ ଲୋକମାନେ ଧୀରେ ଧୀରେ ପ୍ରାକୃତିକ ସମ୍ପତ୍ତିକୁ ନଷ୍ଟ କରି ଦେଉଛନ୍ତି । ଜଙ୍ଗଲରେ ଥିବା ଗଛଲତାକୁ ଲୋକମାନେ କାଟି ନିଜ କାର୍ଯ୍ୟରେ ଲଗାଉଛନ୍ତି । ଏତିକି ନୁହେଁ ଜଙ୍ଗଲ ମଝିରେ ଘର ଓ ରାସ୍ତା ତିଆରି କରି ଜଙ୍ଗଲରେ ରହିଥିବା ବନ୍ୟ ଜୀବଜନ୍ତୁଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି । ଯେଉଁ କାରଣରୁ ବନ୍ୟ ଜୀବଜନ୍ତୁମାନେ ରାସ୍ତା ଉପରକୁ ଘର ଭିତରକୁ ଚାଲି ଆସୁଛନ୍ତି । ବର୍ତ୍ତମାନ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଏହା ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ତାଡୋବା ଅଞ୍ଚଳର ଅଟେ । ଏଠି ଜଙ୍ଗଲ ମଧ୍ୟ ଦେଇ ଗୋଟିଏ ରାସ୍ତା ଯାଇଛି । ଯେଉଁଠି ସବୁଦିନ ଭଳି ଲୋକମାନେ ଗାଡିରେ ଯିବା ଆସିବା କରୁଛନ୍ତି । କିନ୍ତୁ କିଛି ଦିନ ତଳେ ଏଠି ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଲା ।

ରାସ୍ତାରେ ଯାଉଥିବା ଲୋକମାନେ ଅଚାନକ ଅଟକିଗଲେ । କାରଣ ଦୁଇଟି ବାଘ ରାସ୍ତା ଉପରେ ବହୁତ ଆରମରେ ଚାଲି ଚାଲି ଯାଉଛନ୍ତି । ଏହା ଦେଖିବା ପରେ ସମସ୍ତେ ସେଠି ଛିଡା ହୋଇ ଭିଡିଓ କରିବା ଆରମ୍ଭ କରିଦେଲେ । କିନ୍ତୁ ସବୁଠୁ ବଡ କଥା ଏହା ଅଟେ କି କେତେକ ଲୋକମାନେ କାରରେ ଥିଲେ ତ ଅନ୍ୟ କିଛି ଲୋକମାନେ ବାଇକରେ ଥିଲା । ଯେଉଁମାନେ ଭୟଭୀତ ନ ହୋଇ ଗାଡିକୁ ରାସ୍ତା ଉପରେ ଛିଡା କରି ବାଘକୁ ଦେଖୁଛନ୍ତି ।

ତାଙ୍କ ମନରେ ଏତିକି ବି ଭୟ ଆସୁ ନାହିଁ ବାଘ ଯଦି ତାଙ୍କ ଉପରକୁ ଡେଇଁ ପଡିବ ତେବେ କଣ ହେବ । ବାଇକରେ ଯାଉ ଥିବା ଜଣେ ବ୍ୟକ୍ତି ବାଘର ତ ବହୁତ ପାଖାପାଖି ଥିଲା ଯଦି ବାଘ ତା ଉପରକୁ ଆକ୍ରମଣ କରିବ ତେବେ ସେ କିଛି ବି କରି ପାରିବି ନାହିଁ । ବାଘ କିଛି ଫୁଟ ଦୂରତାରେ ହିଁ ଥିଲା । କିନ୍ତୁ ଏହା ସତ୍ବେ ବି ସମସ୍ତେ ଆରାମରେ ଛିଡା ହୋଇ ବାଘକୁ ଦେଖୁଛନ୍ତି ।

କିନ୍ତୁ ସବୁଠୁ ବଡ ଆଶ୍ବସ୍ତିର କଥା ଏହା ଅଟେ କି ବାଘ ଦୁଇଟି କିଛି ରାସ୍ତା ଚାଲିବା ପରେ ଜଙ୍ଗଲ ଭିତରକୁ ଚାଲି ଗଲେ । ଲୋକମାନେ ସେହି ରାସ୍ତା ଦେଇ ଯାତାୟାତ କରିଲେ । ଏହିଭଳି ଦୃଶ୍ୟ ପ୍ରାୟତଃ ଦେଖିବାକୁ ମିଳିଥାଏ । କିନ୍ତୁ ଏହିଭଳି ଦୃଶ୍ୟ ଘଞ୍ଚ ଜଙ୍ଗଲ ମଧ୍ୟରେ ଦେଖାଯାଏ ନା ହିଁ କି ରାସ୍ତା ମଝିରେ ବି ଓ ତାହା ବି ପୁଣି ଏତେ ଲୋକ ମଝିରେ । ଏହି ଦୃଶ୍ୟକୁ ରେକର୍ଡ କରାଯାଇ ନ ଥାନ୍ତା ତ କେହି ବି ବିଶ୍ଵାସ କରି ନ ଥାନ୍ତେ ।

Leave a Reply

Your email address will not be published. Required fields are marked *